ଅଧୁରା ରହିଛି ଅନେକ ସ୍ବପ୍ନ

ସରକାର ଜନସାଧାରଣଙ୍କ ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି। ହେଲେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥି ଲାଗି ରାଜନୈତିକ ଦଳର ବ୍ୟକ୍ତିମାନେ ବି ଦାୟୀ। କେବଳ ଆଇନ ଘୋଷଣା ଓ ଲାଗୁ କଲେ ସ୍ବାଧୀନତା ମିଳେ ନାହିଁ। ଏହାକୁ ପାଳନ କରିବା ନିହାତି ଆବଶ୍ୟକ। ସେ ସମୟରେ ସଂଗ୍ରାମୀମାନଙ୍କ ଅନେକ ସ୍ବପ୍ନ ରହିଥିଲା, ଯାହାକି ଅଧୁରା ହୋଇ ରହିଯାଇଛି। ଦଳିତଙ୍କ ଉନ୍ନତି, ବୈଷମ୍ୟବାଦ ଶେଷ କରିବା, ଦାରିଦ୍ର୍ୟ ଦୂର, ସମସ୍ତଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଉପଲବ୍ଧ କରିବା ଆଦି ଅନେକ ସ୍ବପ୍ନ ରହିଥିଲା। ଅବଶ୍ୟ ଏବେ ରାଜ୍ୟ ଓ ଦେଶ କିଛି କ୍ଷେତ୍ରରେ ବିକଶିତ ହୋଇଛି, ହେଲେ ବାସ୍ତବରେ ସେତେ ନୁହେଁ। ଯାହା ଲକ୍ଷ୍ୟ ଥିଲା ହାସଲ ହୋଇପାରି ନାହିଁ। ଆଜିକାର ସମାଜରେ ଶ୍ରମିକ, ଗରିବ ଖଟିଖିଆଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ। ପଡ଼ୋଶୀ ରାଜ୍ୟଠାରୁ ଓଡ଼ିଶା ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛି। ଏଥିରେ ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଜଣାପଡୁଛି। ତେଣୁ ଆହୁରି ଅନେକ ସ୍ବପ୍ନ ଅଧୁରା ରହିଯାଇଛି ବୋଲି କହିଛନ୍ତି ସ୍ବାଧୀନତା ସଂଗ୍ରାମୀ ପ୍ରଫେସର ଡ. ଦୁର୍ଗାପ୍ରସାଦ ନାୟକ।
୧୯୨୪ ଅକ୍ଟୋବର ୧ରେ ତାଙ୍କ ଜନ୍ମ। ୧୮ ବର୍ଷ ବୟସରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୪୫ରେ ଏଆଇଏସ୍‌ଏଫ୍‌ର ପଶ୍ଚିମ ଓଡ଼ିଶା ଶାଖାର ନେତୃତ୍ୱ ନେଇଥିଲେ ସେ। ୧୯୪୬ରେ କମ୍ୟୁନିଷ୍ଟ ପାର୍ଟିରେ ସଦସ୍ୟତା ଗ୍ରହଣ କରି ପରେ ପ୍ରତ୍ୟକ୍ଷ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ। ବିଭିନ୍ନ ଟ୍ରେଡ୍‌ ୟୁନିୟନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଶ୍ରମ ଆଇନକୁ ଠିକ୍‌ ଭାବେ ଜାଣି ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ। ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଦସ୍ୟ ରହି କାର୍ଯ୍ୟ କରିଥିଲେ। ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଏମ୍‌କମ୍‌ ପାସ୍‌ କରି ଗଙ୍ଗାଧର ମେହେର କଲେଜ ସହ ବିଭିନ୍ନ କଲେଜରେ ଶିକ୍ଷାଦାନ କରିଛନ୍ତି। ସୋନପୁର କଲେଜରୁ ୧୯୮୨ରେ ଅବସର ଗ୍ରହଣ କରିଥିଲେ। ୧୯୭୬ରେ ଇସକପ୍‌ ଓ ଶାନ୍ତି ସଂହତି ପରିଷଦରେ ପ୍ରତିନିଧି ଭାବେ ଦେଶ ବାହାରେ ସୋଭିଏତ୍‌ ୟୁନିୟନ ଓ ହଙ୍ଗେରି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri