ଅଧୁରା ରହିଛି ଅନେକ ସ୍ବପ୍ନ

ସରକାର ଜନସାଧାରଣଙ୍କ ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି। ହେଲେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥି ଲାଗି ରାଜନୈତିକ ଦଳର ବ୍ୟକ୍ତିମାନେ ବି ଦାୟୀ। କେବଳ ଆଇନ ଘୋଷଣା ଓ ଲାଗୁ କଲେ ସ୍ବାଧୀନତା ମିଳେ ନାହିଁ। ଏହାକୁ ପାଳନ କରିବା ନିହାତି ଆବଶ୍ୟକ। ସେ ସମୟରେ ସଂଗ୍ରାମୀମାନଙ୍କ ଅନେକ ସ୍ବପ୍ନ ରହିଥିଲା, ଯାହାକି ଅଧୁରା ହୋଇ ରହିଯାଇଛି। ଦଳିତଙ୍କ ଉନ୍ନତି, ବୈଷମ୍ୟବାଦ ଶେଷ କରିବା, ଦାରିଦ୍ର୍ୟ ଦୂର, ସମସ୍ତଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଉପଲବ୍ଧ କରିବା ଆଦି ଅନେକ ସ୍ବପ୍ନ ରହିଥିଲା। ଅବଶ୍ୟ ଏବେ ରାଜ୍ୟ ଓ ଦେଶ କିଛି କ୍ଷେତ୍ରରେ ବିକଶିତ ହୋଇଛି, ହେଲେ ବାସ୍ତବରେ ସେତେ ନୁହେଁ। ଯାହା ଲକ୍ଷ୍ୟ ଥିଲା ହାସଲ ହୋଇପାରି ନାହିଁ। ଆଜିକାର ସମାଜରେ ଶ୍ରମିକ, ଗରିବ ଖଟିଖିଆଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ। ପଡ଼ୋଶୀ ରାଜ୍ୟଠାରୁ ଓଡ଼ିଶା ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛି। ଏଥିରେ ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଜଣାପଡୁଛି। ତେଣୁ ଆହୁରି ଅନେକ ସ୍ବପ୍ନ ଅଧୁରା ରହିଯାଇଛି ବୋଲି କହିଛନ୍ତି ସ୍ବାଧୀନତା ସଂଗ୍ରାମୀ ପ୍ରଫେସର ଡ. ଦୁର୍ଗାପ୍ରସାଦ ନାୟକ।
୧୯୨୪ ଅକ୍ଟୋବର ୧ରେ ତାଙ୍କ ଜନ୍ମ। ୧୮ ବର୍ଷ ବୟସରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୪୫ରେ ଏଆଇଏସ୍‌ଏଫ୍‌ର ପଶ୍ଚିମ ଓଡ଼ିଶା ଶାଖାର ନେତୃତ୍ୱ ନେଇଥିଲେ ସେ। ୧୯୪୬ରେ କମ୍ୟୁନିଷ୍ଟ ପାର୍ଟିରେ ସଦସ୍ୟତା ଗ୍ରହଣ କରି ପରେ ପ୍ରତ୍ୟକ୍ଷ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ। ବିଭିନ୍ନ ଟ୍ରେଡ୍‌ ୟୁନିୟନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଶ୍ରମ ଆଇନକୁ ଠିକ୍‌ ଭାବେ ଜାଣି ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ। ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଦସ୍ୟ ରହି କାର୍ଯ୍ୟ କରିଥିଲେ। ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଏମ୍‌କମ୍‌ ପାସ୍‌ କରି ଗଙ୍ଗାଧର ମେହେର କଲେଜ ସହ ବିଭିନ୍ନ କଲେଜରେ ଶିକ୍ଷାଦାନ କରିଛନ୍ତି। ସୋନପୁର କଲେଜରୁ ୧୯୮୨ରେ ଅବସର ଗ୍ରହଣ କରିଥିଲେ। ୧୯୭୬ରେ ଇସକପ୍‌ ଓ ଶାନ୍ତି ସଂହତି ପରିଷଦରେ ପ୍ରତିନିଧି ଭାବେ ଦେଶ ବାହାରେ ସୋଭିଏତ୍‌ ୟୁନିୟନ ଓ ହଙ୍ଗେରି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?