ମୁକ୍ତି ସଂଗ୍ରାମରେ…

ଭାରତୀୟ ମୁକ୍ତି ସଂଗ୍ରାମରେ କଟକ ନଗରର ଅବଦାନ ଅନେକ। ଏହିଠାରୁ ରାଜ୍ୟର କୋଣ ଅନୁକୋଣକୁ ପ୍ରତିଧ୍ୱନିତ୍ୱ ହେଉଥିଲା ସଂଗ୍ରାମର ଡାକ ଓ ରାଜ୍ୟବ୍ୟାପୀ ସୃଷ୍ଟି କରୁଥିଲା ନବଜାଗରଣ। ସ୍ବାଧୀନତା ଆନ୍ଦୋଳନର ଅନେକ ଶିଖର ପୁରୁଷଙ୍କ ପାଦ କଟକ ମାଟିରେ ପଡ଼ିଛି ଓ ଏଇ ମାଟିରୁ ହିଁ ସୃଷ୍ଟି ହୋଇଛନ୍ତି ଓଡ଼ିଶାର ଅନେକ କ୍ରାନ୍ତିକାରୀ ପୁରୁଷ। ମୁକ୍ତିସଂଗ୍ରାମର ସେଇ ଘଟଣାବହୁଳ ଇତିହାସର ମୂକ ସାକ୍ଷୀ ସ୍ବରାଜ ଆଶ୍ରମ, କାଠଯୋଡ଼ି କୂଳ, ଚୌଧୁରୀ ନିବାସ, ରେଭେନ୍‌ଶା, ଗୁଣନିଧି ଭବନ ଓ ଦରଘାବଜାର ଜେଲ୍‌।

ସ୍ବରାଜ ଆଶ୍ରମରୁ କ୍ରାନ୍ତିକାରୀଙ୍କ ଅଭ୍ୟୁଦୟ
ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଭାବେ ପରିଚିତ ସ୍ବରାଜ ଆଶ୍ରମ କଟକର ସାହେବଜାଦା ବଜାରରେ ରହିଛି। ମହାତ୍ମା ଗାନ୍ଧୀ ଏଠାରେ ଦିନ କାଟିଛନ୍ତି। ଗାନ୍ଧିଜୀ ଯେଉଁ କୋଠରିରେ ରହିଥିଲେ, ଏବେ ସେଠାରେ ତାଙ୍କର ପ୍ରତିମୂର୍ତ୍ତି ରଖାଯାଇଛି। ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଜ ଗୋପାଳଚାରୀ, ଡ. ରାଜେନ୍ଦ୍ର ପ୍ରସାଦଙ୍କ ଭଳି ବିଶାଳ ବ୍ୟକ୍ତିତ୍ୱ ଏଠାକୁ ଆସିଛନ୍ତି।
କାଠଯୋଡ଼ି କୂଳରେ ଅସହଯୋଗ ଆନ୍ଦୋଳନର ସମାବେଶ
ଗୋପବନ୍ଧୁ ୧୯୨୧ ଜାନୁୟାରୀ ୨୪ରେ କାଠଯୋଡ଼ି ନଦୀକୂଳରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରି ଅସହଯୋଗ ଆନ୍ଦୋଳନରେ ସାମିଲ ହେବାକୁ କଟକବାସୀଙ୍କୁ ଆହ୍ବାନ ଦେଇଥିଲେ। ସେହିବର୍ଷ ମାର୍ଚ୍ଚ ୨୩ ତଥା ଦୋଳପୂର୍ଣ୍ଣମୀରେ ମହାତ୍ମା ଗାନ୍ଧୀ କଟକରେ ପହଞ୍ଚତ୍ଥିଲେ। ଉକ୍ତଦିନ ସନ୍ଧ୍ୟାରେ କାଠଯୋଡ଼ି ବାଲିରେ ଏକ ବିରାଟ ସାଧାରଣ ସଭାରେ ଗାନ୍ଧିଜୀ ଉଦ୍‌ବୋଧନ ଦେଇଥିଲେ। ପ୍ରାୟ ୫୦ ହଜାର ଲୋକ ସଭାରେ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଡ. ହରେକୃଷ୍ଣ ମହତାବ ତାଙ୍କର ‘ଗାନ୍ଧିଜୀ ଓ ଓଡ଼ିଶା’ ପୁସ୍ତକରେ ଲେଖିଛନ୍ତି।
ଆଇନ ଅମାନ୍ୟ ଆନ୍ଦୋଳନରେ କଟକ
୧୯୩୦ ଡିସେମ୍ବର ୧୩ରେ କଟକସ୍ଥିତ କଂଗ୍ରେସ ଅଫିସରେ ତାଲା ଝୁଲାଇ ଦିଆଯିବା ଯୋଗୁ ତା’ ପରଦିନ ସମଗ୍ର କଟକରେ ପୂର୍ଣ୍ଣ ହରତାଳ ଦେଖିବାକୁ ମିଳିଥିଲା। ଏହାକୁ ନଜରରେ ରଖି ବ୍ରିଟିଶ ସରକାର ପୂର୍ବରୁ ମାଳତୀ ଚୌଧୁରୀ, ଲିଙ୍ଗରାଜ ମିଶ୍ରଙ୍କ ସମେତ ଅନେକ ବଡ଼ ନେତାଙ୍କୁ ଗିରଫ କରି ନେଇଥିଲେ। ଗାନ୍ଧିଜୀଙ୍କ ଆହ୍ବାନ ପରେ ଆଇନ ଅମାନ୍ୟ ଆନ୍ଦୋଳନ କଟକର କୋଣ ଅନୁକୋଣକୁ ସଞ୍ଚରି ଯାଇଥିତ୍ଲା।
ଚୌଧୁରୀ ନିବାସରୁ ଇଞ୍ଚୁଡ଼ି ସତ୍ୟାଗ୍ରହର ସୂତ୍ରପାତ
ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଥିଲେ। କଟକ ବାଖରାବାଦସ୍ଥିତ ତାଙ୍କର ପୈତୃକ ଗୃହ ଆନ୍ଦୋଳନର ଅନ୍ୟତମ ମୂକସାକ୍ଷୀ। ୧୯୩୦ ଜାନୁୟାରୀ ୨୬କୁ ପୂର୍ଣ୍ଣ ସ୍ବରାଜ ଦିବସ ଘୋଷଣା କରାଯିବା ପରେ ଏହି ଚୌଧୁରୀ ନିବାସରେ ହିଁ ଜାତୀୟ ପତାକା ଉଡ଼ିଥିଲା। ସେହିଦିନ ଅପରାହ୍ନରେ ଗୋପବନ୍ଧୁ ଚୌଧୁରୀ ସ୍ବରାଜର ସଙ୍କଳ୍ପନା ପାଠ କରାଇଥିଲେ। ଏହି ଘର ପିଣ୍ଡାରୁ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଇଞ୍ଚୁଡି ଲବଣ ସତ୍ୟାଗ୍ରହ ଯାତ୍ରା ଆରମ୍ଭ କରାଯାଇଥିଲା। ପରେ କେନ୍ଦ୍ରାପଡ଼ାରେ ଗୋପବନ୍ଧୁ ଗିରଫ ହୋଇଥିଲେ। ସେଠାରୁ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ଏହି ଯାତ୍ରା ଇଞ୍ଚୁଡିରେ ପହଞ୍ଚତ୍ଥିଲା। ବର୍ତ୍ତମାନ ଏହି ସ୍ଥାନରେ ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି କାର୍ଯ୍ୟ କରୁଛି।
ଆନ୍ଦୋଳନକୁ ଓହ୍ଲାଇଥିଲେ ରେଭେନ୍‌ଶା ଛାତ୍ରଗୋଷ୍ଠୀ
ରେଭେନ୍‌ଶା ବିଶ୍ୱବିଦ୍ୟାଳୟସ୍ଥିତ ହେରିଟେଜ ହଲ୍‌ରେ ସ୍ବାଧୀନ ଓଡ଼ିଶାର ପ୍ରଥମ ବିଧାନସଭା ବୈଠକ ବସିଥିଲା। ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଅଗ୍ରୱାଲ ଏକଦା ନିଜ ସାକ୍ଷାତ୍‌କାରରେ କହିଥିଲେ, ରେଭେନ୍‌ଶା କଲେଜରେ ପାଠପଢ଼ା ସମୟରୁ ଅନେକ ଛାତ୍ର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ବାନରେ ରେଭେନ୍‌ଶା ଛାତ୍ର ଗୋଷ୍ଠୀ ସ୍ବାଧୀନତା ଆନ୍ଦୋଳନକୁ ଓହ୍ଲାଇଥିଲେ।
ଗୁଣନିଧି ଭବନରେ ପ୍ରସ୍ତୁତ ହେଉଥିଲା ବିପ୍ଳବର ବ୍ଲୁ ପ୍ରିଣ୍ଟ
ଥୋରିଆସାହିସ୍ଥିତ ଗୁଣନିଧି ଭବନ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସ୍ମାରକୀ ପୀଠ। ସଂଗ୍ରାମୀ ଗୁଣନିଧି ମହାନ୍ତି ସଂଗ୍ରାମୀମାନଙ୍କୁ ଏହି ଭବନରେ ଆଶ୍ରୟ ଦେଉଥିଲେ ଓ ଏଠାରେ ବ୍ରିଟିଶ ସରକାର ବିରୋଧରେ ବିପ୍ଳବର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା। ଭୂଦାନ ଆନ୍ଦୋଳନ, ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ଏହି ଭବନର ବହୁତ ଅବଦାନ ରହିଥିଲା।
ଦରଘାବଜାର ଜେଲ୍‌ରେ ବନ୍ଦୀ ଥିଲେ ବିଶିଷ୍ଟ ସଂଗ୍ରାମୀ
କଟକ ଦରଘାବଜାରରେ ରହିଛି ରାଜ୍ୟର ପୁରାତନ ଜେଲ। ୧୮୬୩ରେ ଇଂରେଜମାନେ ଏହାକୁ ନିର୍ମାଣ କରିଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ଅନେକ ସଂଗ୍ରାମୀ ଏଠାରେ ବନ୍ଦୀ ଜୀବନ କାଟିଥିଲେ। ରାଜ୍ୟ ସରକାର ୨୦୧୦ରେ ଏହାକୁ ସ୍ମାରକୀ ଘୋଷଣା କରିଥିଲେ।
– ରିପୋର୍ଟ: ଅଶୋକ କୁମାର ବାରିକ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri