ସଙ୍କଟରେ ବିମାନ ଚଳାଚଳ
ନୂଆଦିଲ୍ଲୀ,୨୩ା୫ : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକ୍ଡାଉନ୍ ଓ ଯାତ୍ରା କଟକଣା ଜାରି କରାଯାଇଛି। ଏପରି କି ବିମାନ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି। ଫଳରେ ଅନେକ ଦେଶରେ ବିମାନ ଚଳାଚଳ ବନ୍ଦ…
ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ
କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି…
ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ
ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ ହୋଇଥିବା ବେଳେ ଅନ୍ୟ ଜଣକ ୪୦ବର୍ଷୀୟ ବ୍ୟକ୍ତି। ଏନେଇ ଜିଲାପାଳ ସରୋଜ କୁମାର ସାମଲ…
ଚଢ଼ା ଦରରେ କିରୋସିନ ବିକ୍ରି ନେଇ ଅସନ୍ତୋଷ
ଦାରିଙ୍ଗବାଡ଼ି,୨୩।୫(ଡି.ଏନ୍.ଏ.): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଚଢ଼ା ଦରରେ ପିଡିଏସ୍ କିରୋସିନ ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି। ପୂର୍ବରୁ କିରୋସିନ ୩୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଏବେ ଲକ୍ଡାଉନ ଯୋଗୁ ରାଶନ କାର୍ଡ଼ ହିତାଧିକାରୀଙ୍କୁ ୧୮ଟଙ୍କାରେ ଏହା ଦିଆଯିବାକୁ ନିର୍ଦ୍ଦେଶ ରହିଛି। ମାତ୍ର…
ଟୁଇଟ୍ କରି ସହଯୋଗର ହାତ ବଢ଼ାଇଲେ ୩ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ ପ୍ରକୋପରୁ ଓଡ଼ିଶା ବର୍ତ୍ତି ଯାଇଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ସମୀକ୍ଷା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ଫେରିଛନ୍ତି। ଅନ୍ୟପଟେ ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ…
ବିମାନ, ରେଳ ଟିକେଟ ବୁକିଂ ଆରମ୍ଭ
ଭୁବନେଶ୍ୱର,୨୩ା୫ (ବ୍ୟୁରୋ): ବିମାନରେ ଘରୋଇ ଉଡ଼ାଣ ସହ ରେଳରେ ଯାତାୟତ କରିବା ପାଇଁ ଟିକେଟ ବୁକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୮ଟାରୁ ପୂର୍ବତଟ ରେଳପଥ ପକ୍ଷରୁ ଟିକେଟ୍ ବୁକିଂ ଆରମ୍ଭ କରାଯାଇଥିବାବେଳେ ମଧ୍ୟାହ୍ନ ୧୨ଟା ୩୦ରୁ ଏୟାର ଇଣ୍ଡିଆ ପକ୍ଷରୁ…
ବିଦ୍ୟୁତ୍ କର୍ମଚାରୀଙ୍କ ବାତ୍ୟା ମୁକାବିଲାକୁ ମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର, ୨୩ା୫ (ବ୍ୟୁରୋ): ବାତ୍ୟା ‘ଅମ୍ଫନ’ରେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ସେବାକୁ ସ୍ବାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି, ଏଭଳି…
କେନ୍ଦ୍ରରୁ ପ୍ରଶଂସା ସାଉଣ୍ଟିଲା ଖପୁରିଆ ଆଇଟିଆଇ
କଟକ ଅଫିସ,୨୩ା୫: କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ନିଜ ଜ୍ଞାନ କୌଶଳ ଦ୍ୱାରା ଅଟୋମେଟିକ୍ ସାନିଟାଇଜ ମେଶିନ, ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ଓ ଦୁଇଟି ରୋବୋଟ ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି…
ଇଦ୍ରେ ସମୂହ ନମାଜ ପାଠ ପାଇଁ ଘଣ୍ଟାଏ ମିଳୁ: ଦାବି ଜଣାଇଲା ଏଏପି
କଟକ ଅଫିସ,୨୩ା୫: ଇଦ୍ ଅବସରେ ସମୂହ ନମାଜ ପାଠ ପାଇଁ ଦାବି କରିଛି ଆମ୍ ଆଦ୍ମି ପାର୍ଟି (ଏଏପି) ସଂଖ୍ୟାଲଘୁ ଶାଖା। ଶାଖା ସଭାପତି ସେଖ୍ ମୁସ୍ତାକିମ ବକ୍ସଙ୍କ ନେତୃତ୍ୱରେ କର୍ମୀମାନେ ଶୁକ୍ରବାର ଜିଲାପାଳଙ୍କ ଜରିଆରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି।…
ଶେଷ ପର୍ଯ୍ୟାୟରେ ଚାରିନାହାକା କାମ
ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର ସୁଦ୍ଧା ମୋଟ ୪୨ ଚକ ମଧ୍ୟରୁ ୩୧ଟି ପ୍ରସ୍ତୁତ ହୋଇଯାଇଛି। ଆଉ ୧୧ଟିର କାମ…
ଫନୀ ପରେ ଅମ୍ଫନ୍ ଦେଇଗଲା ଦୁଃଖ
ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ କରି ବରଜ ତିଆରି କରିଥିବା ପାନଚାଷୀ ମୁଣ୍ଡରେ ହାତ ଦେଇଥିଲେ। କେମିତି ପୁଣି ବରଜକୁ…
କୁମ୍ଭାରପଡ଼ା ଥାନା କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ
ପୁରୀ ଅଫିସ,୨୩ା୫: ଆଶ୍ୱସ୍ତ ହୋଇଛନ୍ତି କୁମ୍ଭାରପଡ଼ା ଥାନା କର୍ମଚାରୀ। ଜଣେ ଗିରଫ ଅଭିଯୁକ୍ତ କରୋନା ଆକ୍ରାନ୍ତ ଜଣାପଡ଼ିିବା ପରେ ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ପ୍ରାୟ ୩୦ କର୍ମଚାରୀ କ୍ବାରାଣ୍ଟାଇନରେ ଥିଲେ। ପରେ ସମସ୍ତଙ୍କର କୋଭିଡ଼ ଟେଷ୍ଟ ଲାଗି ସ୍ବାବ ନମୁନା…
Archives


