Posted inଖେଳ

ଆଶେସ ଟୁର୍‌ ଉପରେ ଆଣ୍ଡରସନଙ୍କ ନଜର

ସାଉଥାମ୍ପଟନ,୨୮।୯(ପି.ଟି.): ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବେ ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଶେସ ସିରିଜ ଖେଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅଷ୍ଟ୍ରେଲିଆରେ ସେ ଏହି ହାଇପ୍ରୋଫାଇଲ ଟେଷ୍ଟ ସିରିଜ ଖେଳିବାକୁ ସେ ସବୁକିଛି କରିବାକୁ ପ୍ରସ୍ତୁତ୍‌ ଅଛନ୍ତି ବୋଲି କହିଛନ୍ତି।
୨୦୦୩ରେ ୩୮ ବର୍ଷୀୟ ଆଣ୍ଡରସନ୍‌ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରଠାରୁ ସେ ଇଂଲଣ୍ଡ ପାଇଁ ୧୫୬ଟି ଟେଷ୍ଟ ଖେଳି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲ କରି ବୋଲର ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୪ଟି ଆଶେସ ଟୁର ସାମିଲ ରହିଛି। ଏବେ ମଧ୍ୟ ଉଇକେଟ ହାସଲ କରିବାକୁ ବ୍ୟଗ୍ର ରହିଛି। କ୍ରିକେଟ ଖେଳିବାକୁ ଏବେ ମଧ୍ୟ ଭଲ ପାଉଛି। ତେଣୁ ଫିଟ୍‌ ରହିବା ସହ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ ଜାରି ରଖିଛି ବୋଲି ସେ ‘ବିବିସି ବ୍ରେକ୍‌ଫାଷ୍ଟ’କୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ଏଥର ଆସେଶ ସିରିଜ ଅଷ୍ଟ୍ରେଲିଆରେ ନଭେମ୍ବର ୨୦୨୧ରୁ ଜାନୁୟାରୀ ୨୦୨୨ ଜାନୁୟାରୀ ମଧ୍ୟରେ ଆୟୋଜନ ହେବ। ଆଗାମୀ ଦିନରେ ଭଲ ପ୍ରଦର୍ଶନ କଲେ ଆଶେସ ପାଇଁ ସେ ଦଳରେ ସାମିଲ ହୋଇପାରିବେ। ପୂର୍ବରୁ ଚଳିତ ସପ୍ତାହରେ ଆଣ୍ଡରସନ ବିଶ୍ୱର ଚତୁର୍ଥ ବୋଲର ଓ ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଅଧିନାୟକ ଆଝାର ଅଲୀଙ୍କୁ ଆଉଟ କରିବା ପରେ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ଅବସର ନେଇଥିବା ସ୍ପିନର ମୁଥିଆ ମୁରଲୀଧରନ (୮୦୦), ଶେନ୍‌ ଓ୍ବର୍ନ (୭୦୮) ଓ ଅନିଲ କୁମ୍ବଲେ (୬୧୯) ଆଣ୍ଡରସନଙ୍କଠାରୁ ଅଧିକ ଉଇକେଟ ହାସଲ କରିଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା ପଛରେ ପ୍ରକୃତିଦତ୍ତ ଶରୀରର ଭୂମିକା ରହିଛି ବାଲି ସେ କହିଛନ୍ତି। ଜିମ୍‌ରେ ଫିଟ୍‌ ରହିବାକୁ ଓ ମୋ ଆକ୍ସନକୁ ଯେତେସମ୍ଭବ ସହଜ କରିବାକୁ ସବୁବେଳେ ପ୍ରୟାସ କରିଥାଏ। ଇଞ୍ଜୁରୀଠାରୁ ଦୂରେଇ ରହିପାରିଲେ ଆଉ ଅଧିକ ସମୟ ଖେଳିପାରିବି ବୋଲି ଆଣ୍ଡରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?