Posted inଖେଳ

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା କୁହାଯାଉଛି। ଏହି କାରଣରୁ ଚ୍ୟାନେଲ ସେଭେନ ୪୫୦ ନିୟୁତ ଡଲାର ମୂଲ୍ୟର କରିଥିବା ଚୁକ୍ତିରୁ ଓହରିଯିବା ଲାଗି ଧମକ ଦେଇଛି। ଚ୍ୟାନେଲ ସେଭେନ ୨୦୧୮ରେ କ୍ରିକେଟ ଅଷ୍ଟ୍ରେଲିଆ ସହ ୬ ବର୍ଷ ପାଇଁ ୪୫୦ ନିୟୁତ ଆମେରିକୀୟ ଡଲାରର ଏକ ଚୁକ୍ତି କରିଛି। ବ୍ରଡକାଷ୍ଟିଂ ସଂସ୍ଥା ଯଦି ଚୁକ୍ତିରୁ ଓହରିଯାଏ ତେବେ କ୍ରିକେଟ ଅଷ୍ଟ୍ରେଲିଆର ଆର୍ଥିକ ଅବସ୍ଥା ଆହୁରି ସଙ୍ଗୀନ ହୋଇ ପଡ଼ିବ। କୋଭିଡ୍‌-୧୯ ମହାକାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟସୂଚୀରେ ଅନେକ ପରିବର୍ତ୍ତନ ଘଟିଛି। ଚ୍ୟାନେଲ ସେଭେନ ସିଜନର କ୍ୱାଲିଟିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ବିଶେଷ କରି ଭ୍ରମଣ କଟକଣା ଯୋଗୁ ବିଗ୍‌ ବାଶ୍‌ ଲିଗ୍‌ ପାଇଁ ଅନ୍ତର୍ଜାତୀୟ ଖେଳାଳିମାନେ ଉପଲବ୍ଧ ହେବେ ନାହିଁ। ବୋର୍ଡର କାର୍ଯ୍ୟସୂଚୀ ଅନୁସାରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହାଛଡ଼ା ମହିଳା ଓ ପୁରୁଷ ବିଗ୍‌ବାଶ୍‌ ଟୁର୍ନାମେଣ୍ଟ ରହିଛି। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଟକଣା ଉପରେ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଅଧିକ ସ୍ପଷ୍ଟ କରାଯିବା ଉଚିତ୍‌। ମ୍ୟାଚ ଓ ଟୁର୍ନାମେଣ୍ଟ ବେଳେ କ’ଣ ସବୁ କଟକଣା ରହିବ ସେ ନେଇ ପ୍ରତିଦିନ ଖବରକାଗଜରେ ଭିନ୍ନ ଭିନ୍ନ କଥା ପ୍ରକାଶ ପାଉଛି। ଅଷ୍ଟ୍ରେଲିଆର ଟି୨୦ ଓ ଦିନିକିଆ ଅଧିନାୟକ ଗୋଟିଏ କଥା କହୁଥିବା ବେଳେ କୋଚ୍‌ ଅନ୍ୟ ଏକ କଥା କହୁଛନ୍ତି। ଏଥର ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ବିବିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଲୋଚନା କରୁଛନ୍ତି। ଚ୍ୟାନେଲ ସେଭେନ ମୁଖ୍ୟ ଜେମ୍ସ ଓ୍ବାରବର୍ଟନ ପୁଣି କହିଛନ୍ତ ଯେ, ଅଧିକ ମ୍ୟାଚ ଆୟୋଜନ କରିଦେଲେ ହେବନାହିଁ ଏହାର କ୍ୱାଲିଟି ଦରକାର। ଅନ୍ୟପକ୍ଷରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ୍‌ ହକ୍‌ଲି କହିଛନ୍ତି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟ ବେଳେ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସଦୃଶ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?