ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍ ଦିଶାନ୍ତ କରୋନା ପଜିଟିଭ୍
ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକ୍ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ବୋଲି ଜଣାପଡିଛି। ଏ ନେଇ ବୁଧବାର ଦଳ ତରଫରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଆଇପିଏଲ୍ ଖେଳିବାକୁ ସବୁ ଦଳ…
କଣ୍ଟେନ୍ମେଣ୍ଟ ଜୋନ୍ ଉଠାଇବା ପାଇଁ ବିକ୍ଷୋଭ
କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍ମେଣ୍ଟ ଜୋନ୍ ଉଠାଇବା ପାଇଁ ସିଲ୍ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ଯେ,…
ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ
ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀରୁ ପାଣି ଉତ୍ତୋଳନ ପରେ…
ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭାରତ-କାତାର ମ୍ୟାଚ ୨୦୨୧କୁ ଘୁଞ୍ଚିଲା
ନୂଆଦିଲ୍ଲୀ, ୧୩।୮- ୨୦୨୨ ଫିଫା ବିଶ୍ୱକପର ଏସିଆନ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍ଫେଡେରେଶନ (ଏଏଫସି) ଫିଫା ବିଶ୍ୱକପ ଏବଂ ୨୦୨୩ ଏସିଆନ କପ୍ର ଅକ୍ଟୋବର ଓ…
ସିଏସକେ ପ୍ରି ସିଜନ କ୍ୟାମ୍ପରେ କାହିଁକି ଯୋଗଦେବେନି ଜାଡେଜା
ନୂଆଦିଲ୍ଲୀ, ୧୨।୮- ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଚେନ୍ନାଇରେ ଏକ ପ୍ରି-ସିଜନ କଣ୍ଡିଶନିଂ କ୍ୟାମ୍ପ କରିବ। ଏହା ଅଗଷ୍ଟ ୧୫ରୁ ୨୦ ମଧ୍ୟରେ ହେବ। ଭାରତର ନାମୀ ଖେଳାଳିଙ୍କ ମଧ୍ୟରୁ…
ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି
ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ…
ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୧୨।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଛି ଭିଜିଲାନ୍ସର ୫ଟି…
୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ
ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି। ତ୍ରିପୁରାର ଉନାକୋଟି ଜିଲା ସୋନାମୁରୀ ଗ୍ରାମରେ ଏହି ଅଘଟଣ ଘଟିଛି। ଏଠାରେ ଅବସ୍ଥିତ ପ୍ରାଥମିକ…
୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ
ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଘର ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି।…
ପରଲୋକରେ କଂଗ୍ରେସ ମୁଖପାତ୍ର
ନୂଆଦିଲ୍ଲୀ,୧୨।୮: କଂଗ୍ରେସକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ଗାଜିଆବାଦର କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକାଧିକ ଟିଭି ବିତର୍କରେ ବେଶ୍ ଆକ୍ରମଣାତ୍ମକ ଢ଼ଙ୍ଗରେ ନିଜର ତଥ୍ୟ ଉପସ୍ଥାନା…
ଜୁଲାଇ ଶେଷ ୨ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୯୭ହଜାର ଶିଶୁ: ରିପୋର୍ଟ
ଓ୍ବାଶିଂଟନ୍,୧୨।୮: ଆମେରିକାରେ ଜୁଲାଇ ଶେଷ ୨ସପ୍ତାହରେ ଅତି କମ୍ରେ ୯୭ହଜାର ଶିଶୁ କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟସ୍ତରୀୟ ତଥ୍ୟର ଏକ ନୂତନ ସମୀକ୍ଷା ରିପୋର୍ଟରେ ଏହି ସୂଚନା ଦେଇଛି ଆମେରିକୀୟ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଓ ଶିଶୁ…
ମାସ୍କ ନ ପିନ୍ଧିବାରୁ ଯୁବତୀଙ୍କ ତଣ୍ଟି ଚିପିଦେଲା ପୋଲିସ
ମେଲବୋର୍ନ, ୧୨।୮: ଅଷ୍ଟ୍ରେଲିଆରେ ଜଣେ ଯୁବତୀ ମାସ୍କ ପରିଧାନ କରି ନ ଥିବାରୁ ଜଣେ ପୋଲିସ ଅଧିକାରୀ ତାଙ୍କ ତଣ୍ଟି ଚିପିଦେଇଥିବା ଦେଖିବାକୁ ମିଳିଛି। ଏଥିସହ ପୋଲିସ ସେହି ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଜଣଙ୍କ ଯୁବତୀଙ୍କ ତଣ୍ଟି ଚିପି…
Archives


