ନୌ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେରଳ ଭଳି ଓଡ଼ିଶାକୁ ଦେଶର ପ୍ରମୁଖ ନୌ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ହେବ। ଏସିଆର ସର୍ବବୃହତ୍‌ ଲୁଣି ହ୍ରଦ ଚିଲିକା, ୪୮୨ କିମି ସୁଦୀର୍ଘ ଉପକୂଳ, ୮ ବୃହତ୍‌ ଜଳଭଣ୍ଡାର ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍‌-ବୋଟ୍‌ ଭଳି ନୌ ପର୍ଯ୍ୟଟନ ପାଇଁ ରହିଛି ଅନେକ ସୁଯୋଗ। ଫ୍ଲୋଟିଂ ରେଷ୍ଟୁରାଣ୍ଟ, ଜେଟ୍‌ ସ୍କି, ସ୍ପିଡ୍‌ ବୋଟ୍‌, ବାନାନା ବୋଟ୍‌ ଓ ଓ୍ବାଟର ଜେଟି ଭଳି ଆକର୍ଷଣୀୟ ବ୍ୟବସ୍ଥା କରି ରାଜ୍ୟରେ ନୌ ପର୍ଯ୍ୟଟନର ଭିତ୍ତିଭୂମିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
ରାଜ୍ୟ ପର୍ଯ୍ୟଟନ ବିଭାଗ ଜାତୀୟ ଜଳପଥ ଅଞ୍ଚଳର କେତେକ ଉପଯୁକ୍ତ ସ୍ଥାନରେ ନଦୀ ଜଳଯାତ୍ରା କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ଭାରତ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ବା ଇନ୍‌ଲାଣ୍ଡ୍‌ ଓ୍ବାଟରଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଡବ୍ଲ୍ୟୁଏଆଇ) ଏବଂ ଓଡ଼ିଶା ଆଭ୍ୟନ୍ତରୀଣ ଜଳ ପରିବହନ ବିଭାଗ ଏ ଦିଗରେ ଅନୁଧ୍ୟାନ କରୁଛି। ଓଡ଼ିଶାରେ ନୌ ପର୍ଯ୍ୟଟନର ବିକାଶ ନିମନ୍ତେ ଆଇଡବ୍ଲ୍ୟୁଏଆଇ ସହାୟତାରେ ବିଭିନ୍ନ ସ୍ଥାନରେ ନୌକା ବିହାରର ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ଏକାଧିକ ପ୍ରସ୍ତାବ ଏବେ ବଚାରାଧୀନ ରହିଛି। ଆଇଡବ୍ଲ୍ୟୁଏଆଇକୁ ଏଥିପାଇଁ ଉପଯୁକ୍ତ ଜଳମାର୍ଗ ନିର୍ଦ୍ଧାରଣ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏତଦ୍‌ବ୍ୟତୀତ ଓଡ଼ିଶା ପର୍ଯ୍ୟଟନ ନୀତି-୨୦୧୯ରେ ବେସରକାରୀ ଅର୍ଥ ବିନିଯୋଗକାରୀଙ୍କୁ ଜଳକ୍ରୀଡ଼ା ପରିଚାଳନା ନିମନ୍ତେ ରିହାତି ପ୍ରଦାନ କରାଯାଉଛି। ବର୍ତ୍ତମାନ ଗୋପାଳପୁର, ତାମ୍ପରା ଏବଂ ଚିଲିକାର ବରକୁଳଠାରେ ପିପିପି ମୋଡ୍‌ରେ ଜଳକ୍ରୀଡା ପରିଚାଳନା କରାଯାଉଛି। ଯୁବ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଓ ହୀରାକୁଦଠାରେ ଡେ’ କ୍ରୁଜ୍‌ର ବ୍ୟବସ୍ଥା କରାଯାଉଛି। କଟକ ନିକଟ ମହାନଦୀରେ ଜଳକ୍ରୀଡା ଭିତ୍ତିଭୂମି ବିକାଶ କରାଯାଉଛି। ଅନ୍ୟପକ୍ଷରେ ସ୍ବଦେଶ ଦର୍ଶନ ଯୋଜନାରେ ଗୋପାଳପୁର, ତାମ୍ପରା, ବରକୁଳ ଓ ସାତପଡ଼ାଠାରେ ନୌ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗୋପାଳପୁରରେ ଜେଟ୍‌ ସ୍କି, ସ୍ପିଡ୍‌ ବୋଟ୍‌, ବାନାନା ବୋଟ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ତାମ୍ପରାଠାରେ ବୃହତ୍‌ ଜେଟି, ବାନାନା ବୋଟ୍‌, ଜେଟ୍‌ ସ୍କି ଓ ସ୍ପିଡ୍‌ ବୋଟ୍‌ ରହିଛି। ସେହିଭଳି ଚିଲିକା ବରକୁଳଠାରେ ଭାସମାନ ଜେଟି, ବାନାନା ବୋଟ୍‌, ଫ୍ଲୋଟିଂ ବା ଭାସମାନ ରେଷ୍ଟୁରାଣ୍ଟ, ୪୦ ସିଟ୍‌ବିଶିଷ୍ଟ କ୍ରୁଜ୍‌ ବୋଟ୍‌ର ସୁବିଧା ଥିବାବେଳେ ସାତପଡ଼ାଠାରେ ଜେଟି ସହ ୪୦ ସିଟ୍‌ବିଶିଷ୍ଟ ଏକ କ୍ରୁଜ୍‌ ବୋଟ୍‌ ରହିଛି। ଚିଲିକାର ରମ୍ଭା ଏବଂ ବରକୁଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ ବ୍ୟବସ୍ଥା କରିବାକୁ ଯୋଜନା ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ୬କୋଟି ୧୦ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ପର୍ଯ୍ୟଟକମାନେ ଚିଲିକା ମଧ୍ୟରେ ବୁଲିବା ସମୟରେ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ। ଜଳକ୍ରୀଡ଼ା ବ୍ୟତୀତ ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ପ୍ରଚଳନ କରିବା ପାଇଁ ମଧ୍ୟ ଯୋଜନା ରହିଛି। ସେହିଭଳି ଚଳିତବର୍ଷ ପ୍ରଥମଥର ପାଇଁ କୋଣାର୍କ ଇକୋ-ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ଲାଗି ସର୍ଫିଙ୍ଗ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ଆଗାମୀ ଦିନରେ ଓଡ଼ିଶାର ଓ୍ବାଟର ସ୍ପୋଟର୍‌ସ ଟୁରିଜମରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି।
ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ଇକୋ ଟୁରିଜମ୍‌ ସେଣ୍ଟରଗୁଡ଼ିକରେ ମଧ୍ୟ ନୌ ପର୍ଯ୍ୟଟନର ବ୍ୟବସ୍ଥା କରାଯାଇଛି। ଦେବ୍ରିଗଡ଼, ସାତକୋଶିଆ, ଡେରାସ, ଭିତରକନିକା, ରିଷିଆ ଓ ବିଚିତ୍ରପୁର ଏବଂ ପୁରୀ ନୂଆନଈ ନେଚର କ୍ୟାମ୍ପରେ ପିସିସିଏଫ୍‌ (ବନ୍ୟଜନ୍ତୁ)ଙ୍କ ମାଧ୍ୟମରେ ନୌ ପର୍ଯ୍ୟଟନର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ମୋଟ ୪୮୪.୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ରିପୋର୍ଟ- ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ଚିହ୍ନଟ ପାଇଁ କେବଳ ଏମ୍ସ ଯିବାକୁ କହିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ସମ୍ପର୍କୀୟମାନେ ଅନ୍ୟ କୌଣସି ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱରସ୍ଥିତ ଏମ୍ସ...

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ : ଖୋର୍ଦ୍ଧାକୁ କାଟିଲା ବାଲେଶ୍ୱର

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭...

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି।...

ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୨୨ା୪(ବ୍ୟୁରୋ):  ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)...

୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ ଉପଲକ୍ଷେ ଡିସେମ୍ବର ୮ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ...

ରେଙ୍ଗାଲୀ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ: ଖୋଲିଲା ୮ ନମ୍ବର ଗେଟ୍‌

କଣିହାଁ,୧।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଲୀ ଡ୍ୟାମ୍‌ରୁ ମଙ୍ଗଳବାର ପୂର୍ବାହ୍ନରେ ତୃତୀୟଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି। ଡ୍ୟାମ୍‌ର ବିପଦସଙ୍କେତ ୧୨୩.୫୦...

୨୦୩ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ମେଡିକାଲ ଏଜୁକେଶନ ସର୍ଭିସରେ ଶୁକ୍ରବାର ୨୦୩ଜଣ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ଏହି ସହକାରୀ...

ଅଟକିଯାଇନି ରଥ କାମ: ମହାରଣା ସେବକଙ୍କ ବିଶ୍ୱାସ ‘ମହାପ୍ରଭୁ ଚାହିଁଲେ ସବୁକିଛି ଓଲଟପାଲଟ ହୋଇଯିବ’

ପୁରୀ ଅଫିସ,୧୯ା୬: ଚଳିତବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି। ହେଲେ ଏହି ରାୟ ପରେ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି ହୋଇଛି...

Advertisement
Archives

Model This Week