୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ଏହି ଘୋଡ଼ (ଶୀତବସ୍ତ୍ର) ତିଆରି କରିସାରି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଆସନ୍ତା ୨୦ ତାରିଖରେ ଓଢ଼ଣି ଷଷ୍ଠୀ। ଏହି ନୂତନ ଘୋଡ଼ ମହାପ୍ରଭୁଙ୍କ ସେବାରେ ଲାଗିବ। ଏହାକୁ ତିଆରି କରିବା ପାଇଁ ୧୬ ହାତିଆ ୪ ପଟିଆ କନା ୪ଟି, ୧୧ ହାତିଆ ୪ ପଟିଆ ୨ଟି, ୭୨ ହାତିଆ ଗୋଟିଏ, ୩୬ ହାତିଆ ୨ଟି, ଧୋଡ଼ ପାହାଡ଼ିଆ ୩ଟା, ଖଟ ପାଛୁଡ଼ି ୩ଟି, ଫୁଲଛେଦା ୨ଟି ଆବଶ୍ୟକ ହୋଇଥିଲା। କେବଳ ଚତୁର୍ଦ୍ଧାମୂର୍ତ୍ତି ନୁହେଁ, ଅନେକ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ଘୋଡ଼ ପ୍ରସ୍ତୁତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ସେବାରେ ଲାଗୁଥିବା ଘୋଡ଼ ଗୀତଗୋବିନ୍ଦ ପାଟ ଏବଂ କୁସୁମି (ଅଳତା ରଙ୍ଗର କପଡ଼ା)ରେ ସୁଭଦ୍ରା ଓ ସୁଦର୍ଶନଙ୍କ ବସ୍ତ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ସୂର୍ଯ୍ୟ, ଗରୁଡ଼, ମନ୍ଦିର ଭିତର ନୃସିଂହ, ଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ଏବଂ କାକୁଡ଼ିଖାଇଙ୍କ ଲାଗି ତିଆରି ହୋଇଥିବା ଘୋଡ଼ରେ ପତନୀ କନା, ସୂତାପଟକୁ ବ୍ୟବହାର କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଘୋଡ଼କୁ ଦେଉଳକରଣମାନେ ଦେଖିବେ। ଏହାର ଲମ୍ବ ଓ ଚଉଡ଼ା ମାପ କରିବା ସହ କାରୁକାର୍ଯ୍ୟ ଉପରେ ଧ୍ୟାନ ଦେବେ। ଏହା ଦାରୁଦିଅଁଙ୍କ ସେବାରେ ଲାଗିପାରିବା ନେଇ ନିଶ୍ଚିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯିବ। ଏହାପରେ ତାହାକୁ ମହାପ୍ରଭୁଙ୍କ ସେବାରେ ଲାଗି ପାଇଁ ସ୍ବୀକୃତି ମିଳିବ। ଉଲ୍ଲେଖଯୋଗ୍ୟ, ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଡ଼ ପ୍ରସ୍ତୁତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା କରି ପୋତିଦେଲେ

ଜଗନ୍ନାଥପ୍ରସାଦ,୧୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମୁ ଗ୍ରାମର ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ମୃତକ...

ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ...

ଭୋକିଲାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ପୋଲିସ

ବଲାଙ୍ଗୀର ଅଫିସ, ୧ା୪- ବଲାଙ୍ଗୀର ପୋଲିସ ଟିମ୍‌ ଲକ୍‌ ଡାଉନ୍‌ ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି...

୪ଲକ୍ଷରେ କୃଷି ଡ୍ରୋନ୍‌ ତିଆରି କରି ଚର୍ଚ୍ଚାରେ ଶୁଭାଶିଷ

ଉମରକୋଟ, ୫।୧୨(ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଉମରକୋଟର ଜଣେ ଛାତ୍ର କମ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉପଯୋଗୀ ଡ୍ରୋନ...

CORONAVIRUS UPDATE, ଆଜି ରାଜ୍ୟରେ ପୁଣି ୪୨୩୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୫୨ଜଣ ଲୋକାଲ କେସ୍‌ ଥିବା...

ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର...

୪ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି।...

ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ...

Advertisement
Archives

Model This Week