୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ଏହି ଘୋଡ଼ (ଶୀତବସ୍ତ୍ର) ତିଆରି କରିସାରି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ଆସନ୍ତା ୨୦ ତାରିଖରେ ଓଢ଼ଣି ଷଷ୍ଠୀ। ଏହି ନୂତନ ଘୋଡ଼ ମହାପ୍ରଭୁଙ୍କ ସେବାରେ ଲାଗିବ। ଏହାକୁ ତିଆରି କରିବା ପାଇଁ ୧୬ ହାତିଆ ୪ ପଟିଆ କନା ୪ଟି, ୧୧ ହାତିଆ ୪ ପଟିଆ ୨ଟି, ୭୨ ହାତିଆ ଗୋଟିଏ, ୩୬ ହାତିଆ ୨ଟି, ଧୋଡ଼ ପାହାଡ଼ିଆ ୩ଟା, ଖଟ ପାଛୁଡ଼ି ୩ଟି, ଫୁଲଛେଦା ୨ଟି ଆବଶ୍ୟକ ହୋଇଥିଲା। କେବଳ ଚତୁର୍ଦ୍ଧାମୂର୍ତ୍ତି ନୁହେଁ, ଅନେକ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ଘୋଡ଼ ପ୍ରସ୍ତୁତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ସେବାରେ ଲାଗୁଥିବା ଘୋଡ଼ ଗୀତଗୋବିନ୍ଦ ପାଟ ଏବଂ କୁସୁମି (ଅଳତା ରଙ୍ଗର କପଡ଼ା)ରେ ସୁଭଦ୍ରା ଓ ସୁଦର୍ଶନଙ୍କ ବସ୍ତ୍ର ପ୍ରସ୍ତୁତ କରାଯାଇଛି। ସେହିଭଳି ସୂର୍ଯ୍ୟ, ଗରୁଡ଼, ମନ୍ଦିର ଭିତର ନୃସିଂହ, ଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ଏବଂ କାକୁଡ଼ିଖାଇଙ୍କ ଲାଗି ତିଆରି ହୋଇଥିବା ଘୋଡ଼ରେ ପତନୀ କନା, ସୂତାପଟକୁ ବ୍ୟବହାର କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ଘୋଡ଼କୁ ଦେଉଳକରଣମାନେ ଦେଖିବେ। ଏହାର ଲମ୍ବ ଓ ଚଉଡ଼ା ମାପ କରିବା ସହ କାରୁକାର୍ଯ୍ୟ ଉପରେ ଧ୍ୟାନ ଦେବେ। ଏହା ଦାରୁଦିଅଁଙ୍କ ସେବାରେ ଲାଗିପାରିବା ନେଇ ନିଶ୍ଚିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯିବ। ଏହାପରେ ତାହାକୁ ମହାପ୍ରଭୁଙ୍କ ସେବାରେ ଲାଗି ପାଇଁ ସ୍ବୀକୃତି ମିଳିବ। ଉଲ୍ଲେଖଯୋଗ୍ୟ, ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଡ଼ ପ୍ରସ୍ତୁତି ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?