ଏନ୍ସିଆର୍ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା
ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି। ରୋଜଗାର…
ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ
ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ରେ ପହଞ୍ଚିଛି।…
ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ରକ, ଜଣଙ୍କ ଜୀବନ ଗଲା; ୨ ଗୁରୁତର
ରସୁଲପୁର,୪ା୯(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତର ଓଡ଼ଙ୍ଗ ଠାରେ ଶୁକ୍ରବାର ଭୋର୍ ସମୟରେ ୧୬ନଂ ଜାତୀୟ ରାଜପଥ ଉପରେ ବସୁଥିବା ଦୈନିକ ପରିବା ହାଟରେ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ ସ୍ଥାନୀୟ ପ୍ରଥମାଖଣ୍ଡି ପଞ୍ଚାୟତର ଅଶୋକ ସେଠୀ(୩୨)…
୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପତ୍ର
ଘର ସଜେଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଇଣ୍ଡୋର୍ ପ୍ଲାଣ୍ଟସ୍ ଲଗାନ୍ତି। ନିକଟରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ୬ ଲକ୍ଷ ଟଙ୍କା କରି ଏକ ଦୁର୍ଲଭ ଇଣ୍ଡୋର୍ ପ୍ଲାଣ୍ଟସ୍ କିଣିଛନ୍ତି। ଏହାର ନାମ ହେଉଛି ଭେରିଗେଟେଡ୍ ର଼୍ୟାଫିଡୋଫୋରା ଟେଟ୍ରାସ୍ପର୍ମା।…
ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ
ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର ଏକ ଫଟୋ ଶେୟାର କରିଛନ୍ତି। ସେ ଏହି ଚକୋଲେଟକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।…
୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ
କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ ଗୁୟେକ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା…
ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା: ପଲିଥିନକୁ ଚାହିଁ ବସିଛନ୍ତି ବନ୍ୟାଦୁର୍ଗତ
ଯାଜପୁର ଅଫିସ୍/ବରୀ,୪।୯ (ଡି.ଏନ.ଏ.): ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ଏବେ ଯାଜପୁର ଜିଲାର ୧୨୩୫ ଗ୍ରାମର ପେଟପାଟଣା ଉଜାଡି ଦେଇଛି। ୮ ଦିନ ଧରି ଚାଷଜମି ଜଳମଗ୍ନ ହୋଇ ରହିଥିବା ସହ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ…
ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଏକ୍ସପ୍ରେସ
ଭୁବନେଶ୍ୱର,୪ା୯(ବ୍ୟୁରୋ): ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ବତନ୍ତ୍ର ଏକ୍ସପ୍ରେସ ଶୁକ୍ରବାରଠାରୁ ସପ୍ତାହରେ ୫ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ଓ ବଲାଙ୍ଗୀରଠାରୁ ଅପରାହ୍ନ ୨ଟା ୪୫ରେ…
କାଳିଆ ଆବେଦନ ଖୋଲାଥିବା କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର
ଭୁବନେଶ୍ୱର,୪ା୯(ବ୍ୟୁରୋ):କାଳିଆ ଯୋଜନାକୁ ନେଇ ସରକାର ରାଜ୍ୟବାସୀଙ୍କୁ ଅନେକ ମିଛ କହିଛନ୍ତି। ୨୦୧୯ ନିର୍ବାଚନ ଜିତିବା ପରଦିନ କାଳିଆ ଅର୍ଥ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀଙ୍କୁ ଏଯାବତ୍ କାଳିଆ ଅର୍ଥ ପ୍ରଦାନ ନ କରିବା…
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ‘ସାଇକୋ ଲେଡି’ ପ୍ରସଙ୍ଗରେ ମୁହଁ ଖୋଲିଲେ ଯୁବତୀ
ଭୁବନେଶ୍ୱର,୪।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ମାସ ପାଖାପାଖି ବିତିବାକୁ ବସିଲାଣି। ଜିଆର୍ପି ପରେ ମାସେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ କିଛି ବି ସୁରାକ ମିଳିପାରୁନି। ଏଭଳିସ୍ଥଳେ ବର୍ତ୍ତମାନ ଆଦିତ୍ୟଙ୍କ ମୃତ୍ୟୁ ପଛରେ ‘ସାଇକୋ ଲେଡି’…
୨୦ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଜି, ପିଜି ପରୀକ୍ଷା
ଭୁବନେଶ୍ୱର,୪ା୯(ବ୍ୟୁରୋ): ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ମଧ୍ୟରେ ସରିବ। ଏନେଇ ୟୁଜିସି ଅନୁମତି ମିଳିବା ପରେ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ଜିଲାପାଳ ଓ…
୬ ଯାଏ ରେଭେନ୍ଶା ଶଟ୍ଡାଉନ୍
କଟକ ଅଫିସ,୪ା୯:ରେଭେନ୍ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟକୁ ବାରମ୍ବାର ବନ୍ଦ କରିବାକୁ ପଡୁଛି। ପୂର୍ବରୁ କୁଳପତିଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଓ ତାଙ୍କ ପରିବାରର ଦୁଇଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ…
Archives


