କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍‌ଓ

ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ପୁଣିଥରେ ଚାଇନା ଯିବେ ବୋଲି ଜଣାପଡିଛି । ସୋମବାର ଚାଇନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା କହିଛି କରୋନା ଭାଇରସର ଯାଞ୍ଚ ପାଇଁ ଡବ୍ଲୁଏଚ୍‌ଓର ଏକ ଟିମ୍ ୧୪ ଜାନୁୟାରୀରେ ଚାଇନା ଆସିବେ । ଏଥିରୁ ସ୍ପଷ୍ଟ ହୋଇଛି ଯେ ଏବେ ଚାଇନା କରୋନା ଭାଇରସର ଯାଞ୍ଚ ପାଇଁ ପ୍ରସ୍ତୁତ ହୋଇଗଲାଣି । ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଟିମ୍ ଚାଇନାରେ କରୋନା ଭାଇରସ ସହ ଜଡିତ ଜରୁରୀ ତଥ୍ୟ ପ୍ରମାଣ ଏକାଠି କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପୂର୍ବରୁ ଥରେ ଡବ୍ଲୁଏଚ୍‌ଓ କରୋନା ଭାଇରସର ଯାଞ୍ଚ ପାଇଁ ଚାଇନା ଯିବାକୁ ଥିବା ବେଳେ ଏଥିରେ ଚାଇନା ସହଯୋଗ କରି ନ ଥିଲା । ହେଲେ ଏଥର ଚାଇନାର ସ୍ୱାସ୍ଥ୍ୟ ପ୍ରାଧିକରଣ ସୂଚନା ଦେଇ କହିଛି ଯେ ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଟିମ୍ କରୋନା ଯାଞ୍ଚ ପାଇଁ ଚାଇନା ଆସୁଛନ୍ତି । ଚାଇନା ଯଦି ସହଯୋଗ କରେ ତେବେ ଡବ୍ଲୁଏଚ୍‌ଓ ହାତରେ କରୋନା ସମ୍ପର୍କିତ କିଛି ତଥ୍ୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ କରୋନା ସଂକ୍ରମଣ

ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।...

କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍‌

କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ...

୨ କରୋନା ପଜିଟିଭ ଚିହ୍ନଟ: ୨୪ ଘଣ୍ଟା ସିରୋଲା ପଞ୍ଚାୟତ ଶଟ୍‌ଡାଉନ୍‌

କେସିଙ୍ଗା, ୧୦।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଉତ୍ତରପ୍ରଦେଶ ନୈଡାରୁ ଫେରିଥିବା ୨ ଓଡ଼ିଆ ଯୁବତୀ ୭ ଦିନ...

ବୁଡ଼ାଜାହାଜ ପଠାଇବା କଥାକୁ ଅସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୩ା୨: ଆମେରିକାର ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମାରେ ପ୍ରବେଶ କରି ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିଛି ଏବଂ ୟୁକ୍ରେନ ସହିତ ତିକ୍ତତା ବୃଦ୍ଧି ପାଇଁ କାର୍ଯ୍ୟ...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ...

ଟ୍ରମ୍ପ୍‌ଙ୍କ ବିରୋଧରେ ନିମ୍ନ ସଦନ

ଓ୍ବାଶିଂଟନ୍‌, ୧୪ା୧: ପରାଜୟ ପରେ ବି କ୍ଷମତାମୋହ ଯୋଗୁ ଦଙ୍ଗା ଉସୁକାଇବା ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ମହାଭିଯୋଗ...

ଚାଇନାରେ କରୋନା ଭୂତାଣୁ ନେଲାଣି ୧୦୬ ଜୀବନ

ବେଜିଂ,୨୮।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା...

ପାଣି-ପବନ ପ୍ରଦୂଷଣ ଯୋଗୁ ଜନ୍ମ ନେଇଛନ୍ତି ଅଧିକ ପୁଅ!

କାଲିଫର୍ନିଆ,୪ ।୧୨: ଅମେରିକା ଓ ସ୍ୱିଡେନରେ ୧୯୮୩ରୁ ୨୦୧୩ ମଧ୍ୟରେ ଜନ୍ମ ନେଇଥିବା ପାଖାପାଖି ୬୦ ଲକ୍ଷ ଶିଶୁ ଓ ଏହାର ପରିବେଶର ଅଧ୍ୟୟନକୁ ଆଧାର...

Advertisement
Archives

Model This Week