ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଖୁବ୍ କମ୍ ବୟସ ମଧ୍ୟରେ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ସୌନ୍ଦର୍ଯ୍ୟ ଏବଂ କଠିନ ପରିଶ୍ରମ ପାଇଁ ବେସ୍ ଜଣାଶୁଣା। ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଥାନ୍ତି।…
ସ୍କୁଲ ଫି’ ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
କଟକ ଅଫିସ,୧୯ା୧୦: ହାଇକୋର୍ଟରେ ସ୍କୁଲ ଫି’ ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍ସନ ପିଟିଶନକୁ ସୋମବାର ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଏହି ପିଟିଶନ ହାଇକୋର୍ଟରେ ଆଗତ କରାଯାଇଥିଲା। ତେବେ ସ୍କୁଲ ଫି’ ନେଇ…
କମଲନାଥଙ୍କ ଉପରେ ବର୍ଷିଲେ ଶିବରାଜ କହିଲେ କଂଗ୍ରେସରେ ଭରି ରହିଛି ଅହଂକାର
ଇନ୍ଦୋର,୧୯ ।୧୦: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ୨ ଘଣ୍ଟା ପାଇଁ ସାଙ୍କେତିକ ମୌନ ବ୍ରତ ରଖିଛନ୍ତି ।…
ଦୂର୍ଗା ମଣ୍ଡପରେ ପୂଜାପାଇବେ ପ୍ରବାସୀ ମହିଳା ଶ୍ରମିକଙ୍କ ପ୍ରତିମୂର୍ତ୍ତି
କୋଲକାତା, ୧୯।୧୦: ମହାମାରୀ କରୋନା ସମୟରେ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିଥିଲା ପ୍ରବାସୀ ଶ୍ରମିକଙ୍କୁ। ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଶହ ଶହ କିଲୋମିଟର ଚାଲିବାକୁ ପଡ଼ିଥିଲା। ଏହି ସମୟରେ ସେମାନଙ୍କ ଗୋଡ଼ ଫାଟିଯାଉଥିବା ବେଳେ ପୋଲିସ ଠାରୁ…
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ବାର୍ଣ୍ଣର
ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଇଣ୍ଡିଆନ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଆଇପିଏଲରେ ୫ ହଜାର…
୭ମାସ ପରେ ଖୋଲିଲା ସ୍କୁଲ
ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା…
ଚିରାଗଙ୍କୁ ସମର୍ଥନ କଲେ ତେଜସ୍ୱୀ
ପାଟନା,୧୯ ।୧୦: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଏହି କ୍ରମରେ ସୋମବାର ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ…
ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍ ବୈଠକ
ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୬ ଅବା ୧୭ରେ ହେବାର ସମ୍ଭାବନା ରହିଛି। ଏସମ୍ପର୍କରେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ.…
ସାବତ ମା’ଙ୍କଠାରୁ ମାତ୍ର ୮ ବର୍ଷ ସାନ ସନ୍ନି ଦେଓଲ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ସମ୍ପର୍କ
ବଲିଉଡ୍ ଡ୍ରିମ୍ ଗର୍ଲ ହେମାମାଳିନୀ ଅଭିନୟ ରାଜନୀତିରେ ବି ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଉତ୍ତର ପ୍ରଦେଶର ମଥୁରାରୁ ଭାଜପା ଏମ୍ପି ଅଛନ୍ତି। ହେମାଙ୍କ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର ମଧ୍ୟ ରାଜସ୍ଥାନର ବିକାନେର୍ରୁ ଏମ୍ପି ରହିସାରିଛନ୍ତି। ଧର୍ମେନ୍ଦ୍ରଙ୍କ ପୁଅ…
ଅଶକ୍ତ ଅସ୍ଥି
ଅଷ୍ଟିଓପୋରୋସିସ୍ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ’। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ୍ ରହିଛି ‘ଲଭ୍ ଇୟୋର…
ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି
କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ପରି ବଲିଉଡ୍ କଳାକାରମାନେ ମଧ୍ୟ ନିଜ…
ହାଥରସ୍ ମାମଲା: ଘଟଣା ଘଟିଥିବା ଜମିର ମାଲିକ ମାଗିଲେ କ୍ଷତି ପୂରଣ
ଲକ୍ଷ୍ନୌ, ୧୯।୧୦: ଉତ୍ତରପ୍ରଦେଶ ହାଥରସ୍ ମାମଲାରେ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ବଳାତ୍କାର ଘଟଣା ଘଟିଥିବା ଚାଷ ଜମିରେ ଏବେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏନେଇ ସମ୍ପୃକ୍ତ ଜମି ମାଲିକ ଏବେ କ୍ଷତି ପୂରଣ ମାଗିଛନ୍ତି।…
Archives


