Advertisement
Posted inଖେଳ

କୋଳାଗ୍ରତ ହେଲେ, ଆଖି ମିଶାଇଲେ ନାହିଁ: ପ୍ରଶଂସକ ଉଠାଇଲେ ପ୍ରଶ୍ନ

ଚେନ୍ନାଇ,୧୮।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୩୧୭ ରନରେ ପରାସ୍ତ କରି ଏକ ଐତିହାସିକ ବିଜୟ ଲାଭ କରିଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୬୧ ରନ ଖେଳି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ଦ୍ୱିତୀୟ ଇନିଂସରେ ଭାରତୀୟ ଅଧିନାୟକ ବିରାଟ କୋହଲି ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ ସେ କଠିନ ପରିସ୍ଥିତିରେ ୬୨ ରନ ସଂଗ୍ରହ କରିଥିଲେ।
ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ମୋଇନ ଅଲି ଆଉଟ୍‌ ହୋଇଥିଲେ। ତାଙ୍କ ଆଉଟ୍‌ ହେବା ପରେ ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିଲା। ଏହାପରେ ସମସ୍ତ ଭାରତୀୟ ଖେଳାଳି ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। ଏହି ସମୟରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ରୋହିତ ଏବଂ ବିରାଟ ଆଲିଙ୍ଗନ କରିବା ସମୟରେ ପରସ୍ପରକୁ ଚାହଁି ନ ଥିଲେ। ଅନେକ ୟୁଜର୍ସ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, ସେ କୋଳାଗ୍ରତ କରିବାକୁ କିମ୍ବା କେବଳ ହାତ ହଲାଇବାକୁ ଚାହୁଁ ନ ଥିଲେ କି? ଲାଗୁଛି ଯେମିତି ଦୁହେଁ ଅସହଜ ମନେ କରୁଛନ୍ତି। ଏହାପୂର୍ବରୁ ବିରାଟ ଏବଂ ରୋହିତଙ୍କ ମଧ୍ୟ ଝଗଡା ହୋଇଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମା ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି। ବିରାଟ କୋହଲି ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଥିବାବେଳେ ରୋହିତ ଏକଦିବସୀୟ ଏବଂ ଟି -୨୦ରେ ଭାରତୀୟ ଦଳର ଉପ-ଅଧିନାୟକ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ପ୍ରସିଦ୍ଧ କ୍ରିକେଟରଙ୍କ ଭବିଷ୍ୟବାଣୀ: ପ୍ଲେ-ଅଫ୍‌ରେ ପହଞ୍ଚି ପାରିବ ନାହିଁ ଚେନ୍ନାଇ

ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସିଜନରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦଳ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ ଅଫ...

ଅଭିନୟରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ଧାଓ୍ବନ

ଭାରତୀୟ ଦଳର ଓପନର ଶିଖର ଧାଓ୍ବନ ଜଣେ ମଜାକିଆ କ୍ରିକେଟର ଭାବେ ଜଣାଶୁଣା। ପଡିଆରେ ଆକ୍ରମଣାତ୍ମକ ଅନ୍ଦାଜ ଏବଂ ପଡିଆ ବାହାରେ ବିନ୍ଦାସ୍‌ ନଜର ଆସନ୍ତି...

ଅନ୍ତିମ ଟି୨୦ ଖେଳିବେନି ଆଲେନ୍‌

ମୁମ୍ବାଇ, ୧୦।୧୨ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର ଫାବିଆନ ଆଲେନ୍‌ ଫିଟ୍‌ ହୋଇପାରି ନ ଥିବାରୁ ଚଳିତ ଭାରତ ବିପକ୍ଷ ଟି୨୦ ସିରିଜର ବଳକା ମ୍ୟାଚ୍‌ରୁ ବାଦ୍‌...

ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକା ଶୀର୍ଷରେ ଭାରତ

ଦୁବାଇ,୭।୩(ପି.ଟି.): ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷରେ...

ଅଷ୍ଟ୍ରେଲିଆକୁ ୨୯୧ ରନ୍‌ ମଧ୍ୟରେ ରୋକିବା ଦରକାର

ଆଣ୍ଟିଗୁଆ,୨।୨: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୯୧ ରନ୍‌ର ଟାଗେର୍ଟ ଛିଡ଼ା କରିଛି ଭାରତୀୟ...

ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର...

କାହିଁକି ‘ଆଇସ୍‌ ବାଥ୍‌’ କରନ୍ତି ଖେଳାଳି

ଆଜିକାଲି ଖେଳାଳିମାନେ ‘ଆଇସ୍‌ ବାଥ୍‌’ କରିବା ସାଧାରଣ ଘଟଣା ହୋଇଗଲାଣି। ନିକଟରେ ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବଂ ମହମ୍ମଦ ସାମିଙ୍କୁ ‘ଆଇସ୍‌ ବାଥ୍‌’ କରୁଥିବାର...

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ...

Advertisement
Archives

Model This Week