Home Left

ରାଜ୍ୟକୁ ୪୦୦ରେ କୋଭିଶିଲ୍ଡ

ନୂଆଦିଲ୍ଲୀ, ୨୨।୪: କୋଭିଶିଲ୍ଡ ଟିକା ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲଗୁଡ଼ିକୁ ୬୦୦ ଟଙ୍କାରେ ଯୋଗାଇ ଦିଆଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା…

ଜର୍ଜ ଫ୍ଲୟଡ୍‌ଙ୍କୁ ନ୍ୟାୟ

ମିନିଆପଲିସ/ଓ୍ବାଶିଂଟନ,୨୨ା୪: ୨୦୨୦ ମେ’ ୨୫ର ବିଚଳିତ କରିଦେବା ଭଳି ଏହି ଦୃଶ୍ୟ ଅନେକଙ୍କ ମନରୁ ଲିଭିପାରିନି ଏଯାଏ। ଶ୍ୱେତାଙ୍ଗ ପୋଲିସ ଦମନରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଆମେରିକା ସମେତ ସାରା ବିଶ୍ୱକୁୁ ସ୍ତବ୍ଧ କରିଦେଇଥିଲା। ଏଇଠୁ ମୁଣ୍ଡ ଟେକିଥିଲା ବର୍ଣ୍ଣ…

ଲକ୍‌ଡାଉନ୍‌କୁ ନେଇ ଆର୍‌ଏଆଇର ଚେତାବନୀ

ମୁମ୍ବାଇ, ୨୨।୪:  ସମ୍ପ୍ରତି କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ବିଭିନ୍ନ ରାଜ୍ୟ କଟକଣା ଜାରି କରିଛନ୍ତି। ଏପରି କି କିଛି ରାଜ୍ୟ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। କିନ୍ତୁ ଅର୍ଥନୈତିକ କାର୍ଯ୍ୟକଳାପକୁ ବନ୍ଦ କରାଗଲେ ଏହାଦ୍ୱାରା ବ୍ୟବସାୟ ପ୍ରତିଷ୍ଠାନ ସବୁଦିନ ପାଇଁ…

କୋଭାକ୍ସିନ ୭୮% ଫଳପ୍ରଦ

ହାଇଦ୍ରାବାଦ, ୨୨।୪: ଭାରତ ବାୟୋଟେକ୍‌ ପ୍ରସ୍ତୁତ ‘କୋଭାକ୍ଦିନ’ ମୋଟାମୋଟି ଭାବେ ୭୮% ଫଳପ୍ରଦ ବୋଲି ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରୁ ଜଣାପଡ଼ିଛି। ତେବେ ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ଏହା ୧୦୦% ଫଳପ୍ରଦ । ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ବିଶ୍ଳେଷଣରୁ…

ଟାଇଟଲ ଛାଡ଼ିଲେ କାରୋଲିନ୍‌

ଶ୍ରୀଲଙ୍କାର ଏକ ବିୟୁଟି ପ୍ରତିଯୋଗିତା ମଞ୍ଚ ଉପରେ ଅଶୋଭନୀୟ ଆଚରଣ ସହ ଆପରାଧିକ ମାମଲାରେ ଜଡ଼ିତ ମିସେସ୍‌ ଓ୍ବାଲର୍‌ଡ ବିଜେତା କାରୋଲିନ୍‌ ଜୁରି ତାଙ୍କ ଟାଇଟଲ ତ୍ୟାଗ କରିଛନ୍ତି। ୪ ଏପ୍ରିଲରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଥିଏଟରରେ ମିସେସ୍‌ ଓ୍ବାଲର୍‌ଡର ସ୍ଥାନୀୟ…

ଡେରେକ୍‌ ଚଉଭିନ୍‌ ଦୋଷୀ

ଓ୍ବାଶିଂଟନ୍‌, ୨୨ା୪: ଆମେରିକାର କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌(୪୫)ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୦ ଘଣ୍ଟା ଧରି ବିଚାର ଚାଲିବା ପରେ କୋର୍ଟ…

ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ ଏହାକୁ ଠିକ୍‌ ଭାବେ ପରିଚାଳନା କରି ନ ପାରି ଅକ୍ସିଜେନ ଯୋଗାଣ ବନ୍ଦ କରିଦେବାରୁ…

ସିଗାରେଟ୍‌ ପାଇଁ ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଏତିକି ଜରିମାନା

ପ୍ୟାରିସ୍‌: ସାରା ବିଶ୍ୱରେ କରୋନା ଭାଇରସ୍‌ ପୁଣି ଥରେ ଆତଙ୍କ ଖେଳାଇ ଚାଲିଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ନିୟମକୁ କିଛି ସମୟ କୋହଳ କରାଯାଉଛି।…

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ ମିଳିଲା ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ। ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ…

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ଡ.…

ନାଗରିକଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟହୀନ

ନୂଆଦିଲ୍ଲୀ,୨୧।୪: ଭିକ ମାଗ, ଧାର କର କିମ୍ବା ଚୋରି କର। ଏହା ତୁମ କାମ। କିନ୍ତୁ ଅକ୍ସିଜେନ ଅଭାବ ଯୋଗୁ ଯେମିତି ନାଗରିକଙ୍କ ମୃତ୍ୟୁ ନ ହୁଏ। ବର୍ତ୍ତମାନ ପରିସ୍ଥିତ ସତ୍ତ୍ୱେ ସରକାରଙ୍କ ଚେତା ପଶୁ ନାହିଁ। ଏହା ଦର୍ଶାଉଛି ନାଗରିକଙ୍କ…

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଭାଙ୍ଗିଲା କେନାଲ

ମାଲକାନଗିରି,୨୧ା୪: ମାଲକାନଗିରି ଜିଲା ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଭାଙ୍ଗି ବୁଧବାର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ମାଡି ଚାଷ ଜମି ବାଲିଚର ହୋଇଯାଇଛି। ଏପରି କି ୬ ଜଣଙ୍କ ଘରେ ପାଣି ପଶିଛି। ମିଳିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri