Posted inଖେଳ

ଶିଖର ଧାଓ୍ବନଙ୍କ ପୂର୍ବପତ୍ନୀ ଆୟେଶା ମୁଖାର୍ଜୀ କିଏ? ଯାହାଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୯: ଚର୍ଚ୍ଚାରେ ଭାରତୀୟ ଓପନର ଶିଖର ଧାଓ୍ବନ। ଦୀର୍ଘ ୯ ବର୍ଷ ପରେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ସେ ଛାଡ଼ପତ୍ର ଦେଇଛନ୍ତି। ଏହାକୁ ନେଇ ଧାଓ୍ବନ କୌଣସି ବିବୃତି ଦେଇ ନ ଥିବା ବେଳେ ଲୋକମାନେ ଆୟେଶାଙ୍କ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା…

୧୯୭୫ ଅଗଷ୍ଟ ୨୭ରେ ଆୟେଶାଙ୍କ ଜନ୍ମ। ତାଙ୍କ ବାପା ବଙ୍ଗାଳି ହୋଇଥିବା ବେଳେ ମା’ ବ୍ରିଟିଶ ମୂଳର। ଆୟେଶାଙ୍କ ଜନ୍ମର ୮ ବର୍ଷ ପରେ ସେ ଅଷ୍ଟ୍ରେଲିଆରେ ରହିବାକୁ ଚାଲିଯାଇଥିଲେ। ସେଠାରେ ତାଙ୍କର ପାଠପଢ଼ା ଶେଷ ହୋଇଥିଲା।
ଆୟେଶା ଜଣେ ପ୍ରଫେଶନାଲ କିକ୍‌ ବକ୍ସର। ସେ ଧାଓ୍ବନଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ୧୦ ବର୍ଷ ଯାଏ ସେମାନଙ୍କ ସମ୍ପର୍କ ଚାଲିଥିଲା। ଉଭୟଙ୍କ ଦୁଇ ଝିଅ ରହଛି। ହେଲେ ୨୦୧୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହା ପଛର କାରଣ ଆଜିଯାଏ ଜଣାପଡ଼ିନାହିଁ।

ଏହାପରେ ୨୦୧୨ରେ ଆୟେଶା ଧାଓ୍ବନଙ୍କୁ ଭେଟିଥିଲେ। ପ୍ରଥମ ଥର ପାଇଁ ଫେସବୁକ୍‌ରେ ଆୟେଶାଙ୍କୁ ଦେଖିବା ପରେ ଉଭୟ କଥାବାର୍ତ୍ତା ଆରମ୍ଭ କରିଥିଲେ। ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୨ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଧାଓ୍ବନ-ଆୟେଶାଙ୍କ ମଧ୍ୟରେ ୧୦ ବର୍ଷର ତଫାତ ଥିଲା। ଏଥିପାଇଁ ଧାଓ୍ବନଙ୍କ ବାପା ବିବାହ ପାଇଁ ରାଜି ନ ଥିଲେ। ପରେ ମା’ ରାଜି ହେବା ପରେ ବିବାହ ହୋଇଥିଲା। ବିବାହର ୨ ବର୍ଷ ପରେ ଆୟେଶା ଆଉ ଏକ ପୁଅ ଜନ୍ମ ଦେଇଥିଲେ। ତାଙ୍କ ନାମ ଜୋରାବର। ଧାଓ୍ବନ ଆୟେଶାଙ୍କ ପ୍ରଥମ ବିବାହର ସନ୍ତାନମାନଙ୍କୁ ନିଜ ନାମ ଦେଇଥିଲେ। ମୋଟ ସମ୍ପତ୍ତି ଦେଖିଲେ ଆୟେଶା ୭୫ କୋଟି ସମ୍ପତ୍ତିର ମାଲିକାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri