Home Left

କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ

ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।…

ଟୋକିଓ ଅଲିମ୍ପିକ୍ସ: ୨ ଓଡ଼ିଆଙ୍କୁ ଟିକେଟ

ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍‌ର ୧୬ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ଚଳିତ ଥର ଭାରତ ପାଇଁ ଅଲିମ୍ପିକ୍ସରେ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ

ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ। ସାଉଥାମ୍ପଟନରେ ବର୍ଷା ହେଉଥିବା କାରଣରୁ ମ୍ୟାଚ୍‌କୁ ଆଗକୁ ବଢ଼ାଇ ଦିଆଯାଇଛି। ଏହାର ଅର୍ଥ ଟସ୍‌…

ଏଣିକି ଏଡ୍‌ସ ପୀଡ଼ିତଙ୍କୁ ମିଳିବ ପେନ୍‌ସନ

ଚଣ୍ଡିଗଡ଼,୧୮।୬: ଏଡ୍‌ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରତିମାସରେ ଏଡ୍‌ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍‌ସନ ପ୍ରଦାନ କରିବେ ହରିଆଣା ସରକାର। ଏନେଇ ଶୁକ୍ରବାର ସୋନିପତ ଜିଲା ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି। କରୋନାର ପ୍ରଥମ ଲହର ସମୟରେ କାନ୍ତା ପ୍ରସାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…

‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ପୂରିଲା ୨୨ବର୍ଷ

ମୁମ୍ବାଇ: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍‌ ଟ୍ରାଏଙ୍ଗଲ୍‌ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’କୁ ଆଜି ୨୨ବର୍ଷ ପୂରିଛି। ୧୯୯୯ ଜୁନ ୧୮ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି…

ଘର ବାହାରେ ତାଲା ଝୁଲୁଥିଲା ବୋଲି ଚିମିନି ବାଟଦେଇ ପଶୁଥିଲେ ଯୁବତୀ; ପାଇପ୍‌ରେ ଏମିତି ଫସିଲେ ଯେ…

ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍‌ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ କିଛି ଲୋକ ଘରର ତାଲା ଭାଙ୍ଗିଥାନ୍ତି ନହେଲେ ନକଲି ଚାବି ତିଆରି କରିଥିବା ଲୋକଙ୍କୁ…

ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ

ଛତ୍ରପୁର,୧୮।୬(ଡି.ଏନ୍‌.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ କଣଭାଗ ଗାଁର ଲୋକେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ…

ଦର୍ଶକଙ୍କ ମନ ଜିଣୁଛି ଏହି ଅଭିନେତ୍ରୀଙ୍କ ଶାଢ଼ି ଲୁକ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ହରିୟାଣା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ ଖୁବ୍‌ ଆକ୍ଟିଭ। ସେ ନିଜର ହଟ୍‌ ଲୁକ୍‌ ଏବଂ ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ଆଉ କିଛି ନୂଆ ଲୁକ୍‌ରେ ଫଟୋ ପୋଜ୍‌ ଦେଇଛନ୍ତି…

ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ

ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ବିଜେତା ହୋଇଥିଲା। ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତି ଭାରତ ଆଉ ଏକ ବଡ ଉପଲବ୍ଧି ହାସଲ…

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୧୮ା୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼ିଛି। ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ବିଭିନ୍ନ ଆଳରେ ସେହି ଧାନକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି…

କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍‌ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି । ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri