ହେନ୍ତାଳବଣ ହିଁ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବ

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୨ ବର୍ଷ ବିତିଛି। ରାଜ୍ୟରେ ୧୦ ହଜାରରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣଙ୍କର ଏହି ମହାବାତ୍ୟାରେ ଜୀବନ ଯିବା ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ନକ୍ସା ବଦଳିଛି। ସାମୁଦ୍ରିକ ଝଡ଼ ସମୟରେ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା, ବାତ୍ୟା ଆଶ୍ରୟସ୍ଥଳ, ସମ୍ଭାବ୍ୟ ବିପଦସ୍ଥଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର, ଆଲର୍ଟ ସାଇରନ୍‌ ସେଣ୍ଟର, ସ୍ବାସ୍ଥ୍ୟ ଓ ପରିବେଶ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲା ପାଇଁ ବିପଦ ସାଜିଥିବା ସାମୁଦ୍ରିକ ଝଡ଼ ଓ ସୁନାମିକୁ ପ୍ରତିହତ କରୁଥିବା ହେନ୍ତାଳ ବଣ ବିଭିନ୍ନ କାରଣ ପାଇଁ ପ୍ରତିବର୍ଷ ନଷ୍ଟ ହେଉଛି। ସେହିପରି ୨୦୧୮ରୁ ସ୍ଥାପିତ ଜିଲାର ୨୦ ସାଇରନ ଆଲର୍ଟ କେନ୍ଦ୍ରରୁ ୧୦ଟି ଅଚଳ ହେବା ଜିଲାବାସୀଙ୍କ ପାଇଁ ବିପଦ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୪୮ କି.ମି. ସମୁଦ୍ର ତଟ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକାର ୧୮୮ ବର୍ଗ କି.ମି. ଘଞ୍ଚ ହେନ୍ତାଳବଣ ଅଛି। ୧୯୬୦ ମସିହାରୁ ଏହାର ଦ୍ରୁତ ଅବକ୍ଷୟ ହେଉଛି। ସୁନାମି ଓ ସାମୁଦ୍ରିକ ଝଡ଼ ସମୟରେ ଜିଲାର ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତ ଏହି ହେନ୍ତାଳବଣ ଗତ ୬ ଦଶନ୍ଧି ମଧ୍ୟରେ ୮୮ ବର୍ଗ କି.ମି. ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳୁଛି। ହେନ୍ତାଳବଣର ସାନ୍ଦ୍ରତା ଓ ନମନୀୟତା ପାଇଁ ସମୁଦ୍ର ଢେଉକୁ ରୋକିବାକୁ ସକ୍ଷମ। ଏହାର ବିସ୍ତାର ହେଲେ ସାମୁଦ୍ରିକ ଝଡ଼ ଓ ସୁନାମିକୁ ରୋକିବା ସଫଳ ହେବ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳ ବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପଶି ପାରି ନ ଥିଲା। ଧନ ଜୀବନ ରକ୍ଷା ହୋଇଥିଲା। ଉପକୂଳ ଅଞ୍ଚଳ ପରିଯୋଜନା, ବନ ବିଭାଗ, ପ୍ରଶାସନ ଓ ରାଜନେତା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱ ଦେଉଥିବା ପ୍ରକାଶ କରୁଥିଲେ ମଧ୍ୟ ମୂଳ ଭିତ୍ତିଭୂମି ଅସଜଡା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ମୀର ଅବୁ ଓବେଦା, ବିଭୂତି ଭୂଷଣ ରାଉତ, ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ମହାବାତ୍ୟାର ସ୍ମୃତିରେ ଭୟଙ୍କର ଅନୁଭୂତି ମନେପଡୁଛି। ଗମନାଗମନଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସହଯୋଗ, ପୂର୍ବାନୁମାନ ଓ ପ୍ରସ୍ତୁତି ନ ଥିବାରୁ ଜିଲାବାସୀଙ୍କ ଧନ, ଜୀବନ ଯାଇଛି। ଏହାସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ମକ୍‌ ଡ୍ରିଲରେ ସୀମିତ ହୋଇଛି। ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ନାହିଁ। ଗତ ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ଜିଲାର ରାଜନଗର ବ୍ଲକରେ ପ୍ରତିଷ୍ଠା ହୋଇଥିବା ୧୧ଟି ଓ ମହାକାଳପଡାର ୯ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟି କେନ୍ଦ୍ରରେ ସାଇରନ୍‌ ବାଜି ପାରିଲା ନାହିଁ। ଏଥିସହ ଭିତରକନିକା ଜଙ୍ଗଲ ଏବେ ଅନୁପ୍ରବେଶକାରୀଙ୍କ ପାଇଁ ଅସୁରକ୍ଷିତ ହୋଇଛି। ପର୍ଯ୍ୟାପ୍ତ ବେଆଇନ ଚିଙ୍ଗୁଡ଼ି ଘେରି ବନ୍ଦ ହେଲେ ସମସ୍ୟାର କିଛି ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲା ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ଏଥିପାଇଁ ବିଗତ ସାମୁଦ୍ରିକ ଝଡ଼ ସମୟରେ ଜିରୋ କାଜୁଆଲିଟି ହେଉଛି। ଉଦ୍ଧାର, ଥଇଥାନ, ମକ୍‌ ଡ୍ରିଲ ଆଦି ବ୍ୟବସ୍ଥା ହୋଇଥିବା ବେଳେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?