ହେନ୍ତାଳବଣ ହିଁ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବ

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୨ ବର୍ଷ ବିତିଛି। ରାଜ୍ୟରେ ୧୦ ହଜାରରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣଙ୍କର ଏହି ମହାବାତ୍ୟାରେ ଜୀବନ ଯିବା ପରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ନକ୍ସା ବଦଳିଛି। ସାମୁଦ୍ରିକ ଝଡ଼ ସମୟରେ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା, ବାତ୍ୟା ଆଶ୍ରୟସ୍ଥଳ, ସମ୍ଭାବ୍ୟ ବିପଦସ୍ଥଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର, ଆଲର୍ଟ ସାଇରନ୍‌ ସେଣ୍ଟର, ସ୍ବାସ୍ଥ୍ୟ ଓ ପରିବେଶ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲା ପାଇଁ ବିପଦ ସାଜିଥିବା ସାମୁଦ୍ରିକ ଝଡ଼ ଓ ସୁନାମିକୁ ପ୍ରତିହତ କରୁଥିବା ହେନ୍ତାଳ ବଣ ବିଭିନ୍ନ କାରଣ ପାଇଁ ପ୍ରତିବର୍ଷ ନଷ୍ଟ ହେଉଛି। ସେହିପରି ୨୦୧୮ରୁ ସ୍ଥାପିତ ଜିଲାର ୨୦ ସାଇରନ ଆଲର୍ଟ କେନ୍ଦ୍ରରୁ ୧୦ଟି ଅଚଳ ହେବା ଜିଲାବାସୀଙ୍କ ପାଇଁ ବିପଦ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୪୮ କି.ମି. ସମୁଦ୍ର ତଟ ଅଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକାର ୧୮୮ ବର୍ଗ କି.ମି. ଘଞ୍ଚ ହେନ୍ତାଳବଣ ଅଛି। ୧୯୬୦ ମସିହାରୁ ଏହାର ଦ୍ରୁତ ଅବକ୍ଷୟ ହେଉଛି। ସୁନାମି ଓ ସାମୁଦ୍ରିକ ଝଡ଼ ସମୟରେ ଜିଲାର ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତ ଏହି ହେନ୍ତାଳବଣ ଗତ ୬ ଦଶନ୍ଧି ମଧ୍ୟରେ ୮୮ ବର୍ଗ କି.ମି. ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳୁଛି। ହେନ୍ତାଳବଣର ସାନ୍ଦ୍ରତା ଓ ନମନୀୟତା ପାଇଁ ସମୁଦ୍ର ଢେଉକୁ ରୋକିବାକୁ ସକ୍ଷମ। ଏହାର ବିସ୍ତାର ହେଲେ ସାମୁଦ୍ରିକ ଝଡ଼ ଓ ସୁନାମିକୁ ରୋକିବା ସଫଳ ହେବ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳ ବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପଶି ପାରି ନ ଥିଲା। ଧନ ଜୀବନ ରକ୍ଷା ହୋଇଥିଲା। ଉପକୂଳ ଅଞ୍ଚଳ ପରିଯୋଜନା, ବନ ବିଭାଗ, ପ୍ରଶାସନ ଓ ରାଜନେତା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱ ଦେଉଥିବା ପ୍ରକାଶ କରୁଥିଲେ ମଧ୍ୟ ମୂଳ ଭିତ୍ତିଭୂମି ଅସଜଡା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ମୀର ଅବୁ ଓବେଦା, ବିଭୂତି ଭୂଷଣ ରାଉତ, ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ମହାବାତ୍ୟାର ସ୍ମୃତିରେ ଭୟଙ୍କର ଅନୁଭୂତି ମନେପଡୁଛି। ଗମନାଗମନଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସହଯୋଗ, ପୂର୍ବାନୁମାନ ଓ ପ୍ରସ୍ତୁତି ନ ଥିବାରୁ ଜିଲାବାସୀଙ୍କ ଧନ, ଜୀବନ ଯାଇଛି। ଏହାସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ମକ୍‌ ଡ୍ରିଲରେ ସୀମିତ ହୋଇଛି। ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ନାହିଁ। ଗତ ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ଜିଲାର ରାଜନଗର ବ୍ଲକରେ ପ୍ରତିଷ୍ଠା ହୋଇଥିବା ୧୧ଟି ଓ ମହାକାଳପଡାର ୯ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟି କେନ୍ଦ୍ରରେ ସାଇରନ୍‌ ବାଜି ପାରିଲା ନାହିଁ। ଏଥିସହ ଭିତରକନିକା ଜଙ୍ଗଲ ଏବେ ଅନୁପ୍ରବେଶକାରୀଙ୍କ ପାଇଁ ଅସୁରକ୍ଷିତ ହୋଇଛି। ପର୍ଯ୍ୟାପ୍ତ ବେଆଇନ ଚିଙ୍ଗୁଡ଼ି ଘେରି ବନ୍ଦ ହେଲେ ସମସ୍ୟାର କିଛି ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲା ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ଏଥିପାଇଁ ବିଗତ ସାମୁଦ୍ରିକ ଝଡ଼ ସମୟରେ ଜିରୋ କାଜୁଆଲିଟି ହେଉଛି। ଉଦ୍ଧାର, ଥଇଥାନ, ମକ୍‌ ଡ୍ରିଲ ଆଦି ବ୍ୟବସ୍ଥା ହୋଇଥିବା ବେଳେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri