ରାଜଭବନରେ ଚାକିରି ପାଇଁ ଲାଞ୍ଚ

ପୁରୀ ଅଫିସ,୨୯।୧୦: ପୁରୀ ରାଜଭବନରେ ଚତୁର୍ଥଶ୍ରେଣୀ କର୍ମଚାରୀ ପଦବୀରେ ଚାକିରି କରାଇଦେବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ପୁରୀ ରାଜଭବନରେ କାର୍ଯ୍ୟରତ ଜଣେ କର୍ମଚାରୀ ଚାକିରି କରାଇଦେବା ଲାଗି ଜଣେ ଯୁବକଙ୍କୁ ଟଙ୍କା ମାଗୁଥିବା ଏହି ଭିଡିଓରୁ ଜଣାପଡ଼ୁଛି। ଭିଡିଓରେ ସେ କହୁଛନ୍ତି, ଏହି ଦେଢ଼ ଲକ୍ଷ ଟଙ୍କାରେ ତଳଠାରୁ ଆରମ୍ଭକରି ଉପର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅଧିକାରୀଙ୍କର ଭାଗ ରହିଛି। ଟଙ୍କା ଦେଲେ ଚାକିରି ନିଶ୍ଚିତ ମିଳିବ। କିଛି ଟଙ୍କା ଆଗୁଆ ଦେଇ ଚାକିରି ପାଇଁ ପଦବୀ ବୁକ୍‌ କରିବାକୁ ପଡ଼ିବ ବୋଲି କର୍ମଚାରୀ ଜଣଙ୍କ କହୁଥିବା ଶୁଣିବାକୁ ମିଳୁଛି। ଜଣେ ତଳିଆ କର୍ମଚାରୀ ରାଜଭବନରେ ଚାକିରି କରାଇଦେବାକୁ କହି ଲୋକଙ୍କୁ ଟଙ୍କା ମାଗିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସେହିପରି ଏହି ଘଟଣାରେ ବଡ଼ ଅଧିକାରୀମାନଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। କର୍ମଚାରୀ ଜଣକ କାହା ନିର୍ଦ୍ଦେଶରେ ଏଭଳି ପ୍ରଲୋଭନ ଦେଖାଉଛନ୍ତି ଓ ବାସ୍ତବରେ ରାଜଭବନର କୌଣସି ପଦବୀ ଖାଲିପଡ଼ିଛି କି ନାହିଁ ସେ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଅଭିଯୋଗକାରୀ ତଥା ଭିଡିଓ ଶୁଟ୍‌ କରିଥିବା ଜ୍ୟୋତିରଞ୍ଜନ ନାୟକ କହିଛନ୍ତି। ଜ୍ୟୋତି କହିଛନ୍ତି, ଜଣେ ବେକାର ଯୁବକ ହୋଇଥିବାରୁ ତାଙ୍କୁ ଏଭଳି ପ୍ରଲୋଭନ ଦେଖାଯାଇଥିଲା। ତେବେ ସମ୍ପୃକ୍ତ କର୍ମଚାରୀ ପ୍ରଫୁଲ୍ଲ ବଡମୁଣ୍ଡିଙ୍କ କଥାରେ ସନ୍ଦେହ ହେବାରୁ ସେ ବାଧ୍ୟହୋଇ ଭିଡିଓ ଶୁଟ୍‌ କରିଥିଲେ। ବାସ୍ତବରେ ଚାକିରି ପାଇଁ ନିଯୁକ୍ତି ସୁଯୋଗ ରହିଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାନାହିଁ। ଅନ୍ୟପକ୍ଷରେ ବାସ୍ତବରେ ଯଦି ନିଯୁକ୍ତି ଲାଗି ପଦବୀ ଖାଲିରହିଛି ତେବେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା କି ନାହିଁ ଏବଂ ଜଣେ ତଳିଆ କର୍ମଚାରୀ କିଭଳି ଦୃଢ଼ ଭାବେ ଟଙ୍କା ଦାବି କରି ଚାକିରି ଦେବେ ବୋଲି କହୁଛନ୍ତି ତାହା ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ଆଇନଜୀବୀ ଅନୀଲ କୁମାର ସାହୁ କହିଛନ୍ତି। ଏହି ଘଟଣାର ତଦନ୍ତ ସହ ସମ୍ପୃକ୍ତ କର୍ମଚାରୀଙ୍କ ସହିତ କେଉଁମାନଙ୍କର ସମ୍ପୃୃକ୍ତି ରହିଛି ତାହା ଉପରୁ ପରଦା ହଟାଇବା ପାଇଁ ସେ ଦାବି କରିଛନ୍ତି। ଏ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?