ମହଙ୍ଗା ପଡ଼ିଲା ନକଲି ଶିକ୍ଷକଙ୍କୁ ସୁରକ୍ଷା

ଯାଜପୁର ଅଫିସ,୨୯।୧୦: ରାଜ୍ୟର ବିଭିନ୍ନ ଶିକ୍ଷା ଜିଲାରେ ଜାଲ୍‌ ପ୍ରମାଣପତ୍ର ମାଧ୍ୟମରେ ବହୁ ଲୋକ ଶିକ୍ଷକତା କରୁଛନ୍ତି। ତାଲିକାଭୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପୂର୍ବରୁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀ ଓ ବିଇଓମାନଙ୍କୁ ଏକାଧିକବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାହିଁକି କଠୋର ପଦକ୍ଷେପ ଗ୍ରହଣ କରା ନ ଯିବ ସେନେଇ ଉତ୍ତର ରଖିବାକୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ରିମାଇଣ୍ଡର ନୋଟିସ ଜାରି ହୋଇଛି। ୧୮ା୧୦ା୨୦୨୧ରେ ଡିଇଇର ନିର୍ଦ୍ଦେଶକ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ ତଲବ କରିଛନ୍ତି। ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଓଡିଶା ସିଭିଲ ସର୍ଭିସ (ଓସିଏସ୍‌)(ସିସିଏ) ୧୯୬୨ ଆଇନର ରୁଲ୍‌ ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ଗତ ୧ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ୬ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏପରି କି ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତି ବିରୋଧରେ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲା(୧୮୭୫୨/୨୦୧୮)ରେ ମଧ୍ୟ ଉଚ୍ଚ ଅଦାଲତ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ଉପରୋକ୍ତ ଡିଇଓ, ଡିପିସି ଓ ବିଇଓଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ୩୦ା୧୦ା୨୦୨୧ ସୁଦ୍ଧା ଉତ୍ତର ରଖିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ପତ୍ରରେ ଚେତାବନୀ ଦେଇଛନ୍ତି। ଏହି ମର୍ମରେ ଜିଲାପାଳମାନଙ୍କୁ ଗୁରୁବାର ଡିଇଇ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚିତ କରାଯାଇଛି।
ଡିଇଇ ପକ୍ଷରୁ ପ୍ରକାଶ ପାଇଥିବା ବର୍ତ୍ତମାନର ସ୍ଥିତି ଅନୁସାରେ ପ୍ରାୟ ୪୩୦ ନକଲି ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ସେଥିରୁ ବହୁତ କମ୍‌ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକ ଶିକ୍ଷକଙ୍କୁ ମାତ୍ର ନିଲମ୍ବିତ କରାଯାଇ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀମାନେ କୁଣ୍ଠାପ୍ରକାଶ କରୁଛନ୍ତି। ଯାଜପୁର ଜିଲାର ୫ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ତେବେ ବଲାଙ୍ଗୀର ଜିଲାରେ ସର୍ବାଧିକ ୧୫୦ ନକଲି ଶିକ୍ଷକ ରହିଛନ୍ତି। ଏହି ଶିକ୍ଷକଙ୍କୁ ୨୦୧୮ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା। ତେବେ ବଲାଙ୍ଗୀର ଡିଇଓଙ୍କ ୩୧ା୮ା୨୦୨୧ ତାରିଖର ରିପୋର୍ଟ ଅନୁସାରେ ପ୍ରିୟଙ୍କା ସିଂ, ରାଜେଶ କୁମାର ପାତ୍ର, ପ୍ରଭାସିନୀ ବାରିକ, ରୀତାଞ୍ଜଳି ମେହେର, ସ୍ନେହାଞ୍ଜଳି ସ୍ବାଇଁ, ବନ ମହାନନ୍ଦ, ପ୍ରବୀଣ କୁମାର ସାହୁଙ୍କୁ ନକଲି ବି.ଏଡ୍‌. ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ବହିଷ୍କାର କରାଯାଇଛି। ଅନ୍ୟ ଶିକ୍ଷକଙ୍କ ନାମରେ ଆଂଶିକ ରିପୋର୍ଟ ଦାଖଲ ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ ଭଦ୍ରକ ଜିଲାର ବସୁଦେବପୁର ବ୍ଲକରେ ୪୨ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏଯାଏ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପକ୍ଷେ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ବିଇଓ ଅଧୀନରେ ୨୦, ଗଞ୍ଜାମ ଜିଲାର ବେଗୁନିଆପଡ଼ା, ପୋଲସରା, କବିସୂର୍ଯ୍ୟନଗର, ଛତ୍ରପୁର, ଆସ୍କା ବିଇଓ ଅଧୀନରେ ପ୍ରାୟ ୬୦ ନକଲି ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏଠାରେ ମଧ୍ୟ ଆଂଶିକ ରିପୋର୍ଟ ଦାଖଲ ହୋଇଛି। ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଟକ, ନୟାଗଡ଼, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ପୁରୀ, ଗଜପତି, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ଜଗତ୍‌ସିଂହପୁର, ମାଲକାନଗିରି ଓ କୋରାପୁଟ ଡିଇଓ ଅଧୀନରେ ଏକାଧିକ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। କଟକ ଡିଇଓ ଅନ୍ତର୍ଗତ ଟାଙ୍ଗୀ ଚୌଦ୍ୱାର ବିଇଓ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ସିଟି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ତାଙ୍କୁ ଗତ ମାର୍ଚ୍ଚରେ ଭିଆର୍‌ଏସ୍‌ ନେବାକୁ ଅନୁମତି ଦିଆଯାଇଥିଲା। ଏହାପରେ ଗତ ୧୯ା୮ା୨୦୨୧ରେ ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବିଡ଼ମ୍ବନା ଯେ, ରିପୋର୍ଟରେ କେତେଜଣ ଶିକ୍ଷକଙ୍କ ବିରୋଧରେ କେବଳ ଦରମା ବନ୍ଦ କରି ସୀମିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ବାସ୍ତବରେ ରାଜ୍ୟରେ ଉପରୋକ୍ତ ପରିସଂଖ୍ୟାନରୁ ୧୦ ଗୁଣରୁ ଅଧିକ ଜାଲ୍‌ ପ୍ରମାଣପତ୍ର ବଳରେ ନିଯୁକ୍ତି ପାଇଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଦନ୍ତରୁ ଏହାର ବାସ୍ତବତା ଲୋକଲୋଚନକୁ ଆସିପାରୁ ନାହିଁ ଏବଂ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ ବୋଲି ବୁଦ୍ଧୀଜୀବୀ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?