Posted inରାଜ୍ୟ

୩ ଦିନ ଭୋଟ ଗଣନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):୨୦୨୨ ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଇଭିଏମ୍‌ ବଦଳରେ ବାଲଟ ପେପରରେ ହେବ। ଏଥିସହିତ ଭୋଟଗଣତି କ୍ରମାଗତ ୩ ଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ବ୍ଲକସ୍ତରରେ ଭୋଟଗଣତି ହେବାକୁ ଥିବାରୁ ନଭେମ୍ବର ୧୫ତାରିଖ ସୁଦ୍ଧା ଭୋଟ ଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରି କରାଯାଇଛି। ଏଥିରେ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ , ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ, ପୁନଃଗଣତି, ବାଲଟ ପେପରକୁ ସିଲ୍‌ ଆଦି ସମ୍ପର୍କରେ ଗାଇଡଲାଇନ୍‌ ଜାରି କରାଯାଇଛି।
୨୦୧୭ ଭଳି ଆଗାମୀ ନିର୍ବାଚନରେ ବାଲଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପର ଉଦ୍ଦିଷ୍ଟ ରହିବ। ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଗାଇଡଲାଇନରେ କମିଶନ ଦର୍ଶାଇଛନ୍ତି ଯେ, ଜିଲା ପରିଷଦ ଜୋନ ୱାରି ଗଣନା ବ୍ଲକରେ କରାଯିବ। ଗୋଟିଏ ଜିଲା ପରିଷଦ ଜୋନ୍‌ ଅଧୀନରେ ଥିବା ସମସ୍ତ ପଞ୍ଚାୟତର ଗଣନା କ୍ରମାନ୍ବୟନରେ ହେବ। ପ୍ରଥମ ଦିନ ବ୍ଲକର ପ୍ରଥମ ଜିଲା ପରିଷଦ ଜୋନର ଗଣନା ହେବ। ଦ୍ୱିତୀୟ ଦିନ ଦ୍ୱିତୀୟ ଜିଲା ପରିଷଦ ଓ ତୃତୀୟ ଦିନରେ ୩ ଓ ୪ନମ୍ବର ଜୋନ ଗଣନା ହେବ। ଗୋଟିଏ ଜୋନରେ ଥିବା ସମସ୍ତ ପଞ୍ଚାୟତର ଭୋଟ୍‌ ଗଣନା ପାଇଁ ଗୋଟିଏ ଲେଖାଏଁ ଟେବୁଲ ରହିବ। କେଉଁ ଟେବୁଲରେ କେଉଁ କର୍ମଚାରୀ ବସି ଗଣନା କରିବେ ତାହା ଲଟେରୀ ମାଧ୍ୟମରେ ନିର୍ବାଚନ ଅଧିକାରୀ ନିର୍ଦ୍ଧାରଣ କରିବେ। ଗୋଟିଏ ଟେବୁଲରେ ଗଣନା ନିମନ୍ତେ ଜଣେ ସୁପରଭାଇଜର, ୨ ଜଣ ଗଣନା କର୍ମଚାରୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିବେ।
ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଗଣନା ହେଉଥିବା ଟେବୁଲ ନିକଟରେ ଭଲ ଭାବେ ଦେଖାଯାଉଥିବା ବେଞ୍ଚ ନିକଟରେ ବସିବେ। ଯଦି କୌଣସି କାରଣରୁ ଧାର୍ଯ୍ୟ ସମୟ ମଧ୍ୟରେ ଭୋଟଗଣତି ନ ସରିବ ତେବେ ତାହା ପରବର୍ତ୍ତୀ ଦିନ ସକାଳ ୮ଟା ପର୍ଯ୍ୟନ୍ତ ଜାରି ରହିପାରିବ। ଯେଉଁଦିନ ଯେଉଁ ଜୋନର ଭୋଟଗଣତି ସରିବ ସେହି ଦିନ ତା’ର ଘୋଷଣା କରାଯିବ। ଭୋଟ ଗଣତିବେଳେ ପ୍ରଥମେ ୱାର୍ଡମେମ୍ବରଙ୍କ ଭୋଟର ଗଣତି ହେବ। ଏହା ପରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ପାଇଥିବା ଭୋଟର ଗଣନା କରାଯିବ। କେବଳ ସେତିକି ନୁହେଁ କେଉଁ ପଞ୍ଚାୟତ ଅବା ବୁଥକୁ କେତେ ପରିମାଣର ବାଲଟ ପେପର ଯିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ଏକ ଫର୍ମୂଲା ମଧ୍ୟ ନିର୍ବାଚନ କମିଶନ ସମସ୍ତ ଜିଲାପାଳଙ୍କୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri