ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ପ୍ରସନ୍ନଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି। ସେଥିମଧ୍ୟରେ ପ୍ରସନ୍ନଙ୍କ କଳ୍ପନାସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘର, ଲିଙ୍ଗିପୁରସ୍ଥିତ ଫର୍ନିଚର ୱାର୍କସପ୍‌, ତମାଣ୍ଡୋ ଥାନା ଡୁମୁଡୁମାସ୍ଥିତ ସ୍ପାର୍କ ଫର୍ନିଚର୍‌ ଓ ସାଉଥ୍‌ସିଟି ବାର ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ୨ଜଣ ଡିଏସ୍‌ପି, ୫ ଇନ୍‌ସ୍ପେକ୍ଚର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲେ ସୁଦ୍ଧା, ସମ୍ପତ୍ତିର ପରିମାଣ ହିସାବ ଜାରି ରହିଥିବାରୁ ପ୍ରକୃତ ମୂଲ୍ୟ ଜଣାପଡ଼ି ନାହିଁ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।
ଭିଜିଲାନ୍ସ ରିପେର୍ଟ ଅନୁଯାୟୀ, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ନିଚର ଶୋ’ ରୁମ ୨୫ ଏକର ପରିମିତ ଜାଗାରେ ରହିଛି। ଏହି ପ୍ଲଟ୍‌କୁ ୨୦୧୯ରେ ୧କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ ପ୍ରସନ୍ନ କଣିଥିଲେ। ଉକ୍ତ ଶୋ’ରୁମ୍‌ ୧୮ ହଜାର ସ୍କୋୟାର ଫୁଟ୍‌ ଜାଗାରେ ନିର୍ମିତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ୪୫ ଲକ୍ଷ ଟଙ୍କାରେ ଖୋର୍ଦ୍ଧା ନୂଆପଡ଼ାରେ ପ୍ଲଟ୍‌, ସୁନ୍ଦରପଦାରେ ତାଙ୍କ ପୁତୁରାଙ୍କ ନାମରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍‌ ମଧ୍ୟ ଠାବ ହୋଇଛି। ଏଥିସହ ପ୍ରସନ୍ନଙ୍କ ନାମରେ ୫୦ ଲକ୍ଷ ଟଙ୍କାର ବୀମା ରସିଦ୍‌, ୪ଟି ଚାରିଚକିଆ ଗାଡ଼ି, ଦୁଇଟି ବାଇକ୍‌, ୨୧ ପାସ୍‌ ବୁକ୍‌ ଥିବା ଚଢ଼ାଉ ବେଳେ ଭିଜିଲାନ୍ସ ଠାବ କରିଛି। ଅନ୍ୟପକ୍ଷରେ ପ୍ରସନ୍ନ କଳ୍ପନାସ୍ଥିତ ସରକାରୀ ବାସଭବନକୁ ଲାଗି ବେଆଇନ୍‌ ଭାବେ ୮ଟି କୋଠରୀ ନିର୍ମାଣ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରସନ୍ନଙ୍କ କୋଠାର ମୂଲ୍ୟ ହିସାବ କରିବା ପାଇଁ ଭିଜିଲାନ୍ସର ଟେକ୍ନିକାଟଲ ଉଇଙ୍ଗ୍‌କୁ ଦାୟିତ୍ୱ ଦିଆଯାଇଛି। ତେବେ ଶୋ’ରୁମରେ ଥିବା ଦାମୀ ଫର୍ନିଚର ସାମଗ୍ରୀର ହିସାବ କରିବା ପାଇଁ ଭିଜିଲାନ୍ସର ଫାଇନାନ୍ସ ଉଇଙ୍ଗ ଓ ଫରେଷ୍ଟ ଉଇଙ୍ଗକୁ ନିୟୋଜିତ କରାଯାଇଛି। ଭିଜିଲାନ୍ସ ପ୍ରସନ୍ନଙ୍କ ନାମରେ ଏକ ମାମଲା(ନ.୯/୨୧) ରୁଜୁ କରିଛି। ଏଯାବତ୍‌ ମଧ୍ୟ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରସନ୍ନଙ୍କ ସମ୍ପତ୍ତି ପରିମାଣର ଆକଳନ କରାଯାଉଥିବାରୁ ଆୟ ବର୍ହିଭୁତ ସମ୍ପତ୍ତି କେତେ ତାହା ଭିଜିଲାନ୍ସ ପକ୍ଷରୁ କୁହାଯାଇ ନାହିଁ। କନଷ୍ଟେବଳ ପଦରେ ଚାକିରୀ କରିଥିବା ପ୍ରସନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଏତେ ଟଙ୍କା କେଉଁଠୁ ଆଣିଲେ, ତାଙ୍କର ଆଉ ସବୁ କଣ ରହିଛି ସେନେଇ ଭିଜିଲାନ୍ସ ଅଧିକ ତଦନ୍ତ କରୁଛି।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଛନ୍ଦି ହୋଇ ପ୍ରସନ୍ନ ତଦନ୍ତ ପରିସରଭୁକ୍ତ ହୋଇଥିଲେ। ତମାଣ୍ଡୋ ଥାନା ପାତ୍ରପଡ଼ା ଅଞ୍ଚଳରେ ଥିବା ହୋଟେଲ ସାଉଥ୍‌ସିଟିର ବାର୍‌କୁ ଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲିଜ୍‌ରେ ନେଇ ସେଠାରେ ନାନା ବେଆଇନ କାରବାର ଚଳାଉଥିବା ଜଣାପଡିବା ପରେ ସେ ପୋଲିସ ସ୍କାନରକୁ ଆସିଥିଲେ। ଭୁବନେଶ୍ୱର ହାବିଲ୍‌ଦାର ଓ କନଷ୍ଟେବଳ ସଙ୍ଘର ସେ ସମ୍ପାଦକ ଥିବାରୁ ନିୟମକୁ ଖାତିର କରୁ ନ ଥିଲେ। ବିନା ଲାଇସେନ୍ସରେ ଚାଲୁଥିବା ଉକ୍ତ ବାର୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଆସର ଜମୁଥିଲା ଓ ଏଥିସହ ବାର୍‌ ଗର୍ଲଙ୍କ ଉପରେ ଟଙ୍କା ଫିଙ୍ଗି ନାଚଗୀତ ଚାଲୁଥିଲା। ଏଥିସହ ପୂର୍ବରୁ ତାଙ୍କ ବିରୋଧରେ ୮ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ୫ ଆପରାଧିକ ମାମଲା ମଧ୍ୟ ରହିଛି। ସମସ୍ତ ପ୍ରମାଣ ମିଳିବା ପରେ ଡିସିପି ଉମାଶଙ୍କର ଦାଶ ତାଙ୍କୁ ଗତ ୨୨ ତାରିଖରେ ନିଲମ୍ବିତ କରିଥିଲେ। ଏକାଧିକ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣେ କନଷ୍ଟେବଳଙ୍କୁ କେବଳ ନିଲମ୍ବିତ କରାଯାଇଥିବାରୁ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ବି ଉଠିଥିଲା। ତେଣୁ ୨୩ତାରିଖରେ ତାଙ୍କୁ ଗିରଫ କରାଯିବାପରେ ୨୪ରେ ଚାକିରିରୁ ବହିଷ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?