ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ପ୍ରସନ୍ନଙ୍କ ବିରୋଧରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି। ସେଥିମଧ୍ୟରେ ପ୍ରସନ୍ନଙ୍କ କଳ୍ପନାସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ନୂଆପଡ଼ାରେ ଥିବା ପୈତୃକ ଘର, ଲିଙ୍ଗିପୁରସ୍ଥିତ ଫର୍ନିଚର ୱାର୍କସପ୍‌, ତମାଣ୍ଡୋ ଥାନା ଡୁମୁଡୁମାସ୍ଥିତ ସ୍ପାର୍କ ଫର୍ନିଚର୍‌ ଓ ସାଉଥ୍‌ସିଟି ବାର ରହିଛି। ଏହି ଚଢ଼ାଉରେ ଭିଜିଲାନ୍ସର ୨ଜଣ ଡିଏସ୍‌ପି, ୫ ଇନ୍‌ସ୍ପେକ୍ଚର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲେ ସୁଦ୍ଧା, ସମ୍ପତ୍ତିର ପରିମାଣ ହିସାବ ଜାରି ରହିଥିବାରୁ ପ୍ରକୃତ ମୂଲ୍ୟ ଜଣାପଡ଼ି ନାହିଁ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।
ଭିଜିଲାନ୍ସ ରିପେର୍ଟ ଅନୁଯାୟୀ, ଡୁମୁଡୁମାରେ ଥିବା ସ୍ପାର୍କ ଫର୍ନିଚର ଶୋ’ ରୁମ ୨୫ ଏକର ପରିମିତ ଜାଗାରେ ରହିଛି। ଏହି ପ୍ଲଟ୍‌କୁ ୨୦୧୯ରେ ୧କୋଟି ୪୬ ଲକ୍ଷ ୬୦ ହଜାର ଟଙ୍କାରେ ପ୍ରସନ୍ନ କଣିଥିଲେ। ଉକ୍ତ ଶୋ’ରୁମ୍‌ ୧୮ ହଜାର ସ୍କୋୟାର ଫୁଟ୍‌ ଜାଗାରେ ନିର୍ମିତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ୪୫ ଲକ୍ଷ ଟଙ୍କାରେ ଖୋର୍ଦ୍ଧା ନୂଆପଡ଼ାରେ ପ୍ଲଟ୍‌, ସୁନ୍ଦରପଦାରେ ତାଙ୍କ ପୁତୁରାଙ୍କ ନାମରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍‌ ମଧ୍ୟ ଠାବ ହୋଇଛି। ଏଥିସହ ପ୍ରସନ୍ନଙ୍କ ନାମରେ ୫୦ ଲକ୍ଷ ଟଙ୍କାର ବୀମା ରସିଦ୍‌, ୪ଟି ଚାରିଚକିଆ ଗାଡ଼ି, ଦୁଇଟି ବାଇକ୍‌, ୨୧ ପାସ୍‌ ବୁକ୍‌ ଥିବା ଚଢ଼ାଉ ବେଳେ ଭିଜିଲାନ୍ସ ଠାବ କରିଛି। ଅନ୍ୟପକ୍ଷରେ ପ୍ରସନ୍ନ କଳ୍ପନାସ୍ଥିତ ସରକାରୀ ବାସଭବନକୁ ଲାଗି ବେଆଇନ୍‌ ଭାବେ ୮ଟି କୋଠରୀ ନିର୍ମାଣ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରସନ୍ନଙ୍କ କୋଠାର ମୂଲ୍ୟ ହିସାବ କରିବା ପାଇଁ ଭିଜିଲାନ୍ସର ଟେକ୍ନିକାଟଲ ଉଇଙ୍ଗ୍‌କୁ ଦାୟିତ୍ୱ ଦିଆଯାଇଛି। ତେବେ ଶୋ’ରୁମରେ ଥିବା ଦାମୀ ଫର୍ନିଚର ସାମଗ୍ରୀର ହିସାବ କରିବା ପାଇଁ ଭିଜିଲାନ୍ସର ଫାଇନାନ୍ସ ଉଇଙ୍ଗ ଓ ଫରେଷ୍ଟ ଉଇଙ୍ଗକୁ ନିୟୋଜିତ କରାଯାଇଛି। ଭିଜିଲାନ୍ସ ପ୍ରସନ୍ନଙ୍କ ନାମରେ ଏକ ମାମଲା(ନ.୯/୨୧) ରୁଜୁ କରିଛି। ଏଯାବତ୍‌ ମଧ୍ୟ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରସନ୍ନଙ୍କ ସମ୍ପତ୍ତି ପରିମାଣର ଆକଳନ କରାଯାଉଥିବାରୁ ଆୟ ବର୍ହିଭୁତ ସମ୍ପତ୍ତି କେତେ ତାହା ଭିଜିଲାନ୍ସ ପକ୍ଷରୁ କୁହାଯାଇ ନାହିଁ। କନଷ୍ଟେବଳ ପଦରେ ଚାକିରୀ କରିଥିବା ପ୍ରସନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଏତେ ଟଙ୍କା କେଉଁଠୁ ଆଣିଲେ, ତାଙ୍କର ଆଉ ସବୁ କଣ ରହିଛି ସେନେଇ ଭିଜିଲାନ୍ସ ଅଧିକ ତଦନ୍ତ କରୁଛି।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଛନ୍ଦି ହୋଇ ପ୍ରସନ୍ନ ତଦନ୍ତ ପରିସରଭୁକ୍ତ ହୋଇଥିଲେ। ତମାଣ୍ଡୋ ଥାନା ପାତ୍ରପଡ଼ା ଅଞ୍ଚଳରେ ଥିବା ହୋଟେଲ ସାଉଥ୍‌ସିଟିର ବାର୍‌କୁ ଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲିଜ୍‌ରେ ନେଇ ସେଠାରେ ନାନା ବେଆଇନ କାରବାର ଚଳାଉଥିବା ଜଣାପଡିବା ପରେ ସେ ପୋଲିସ ସ୍କାନରକୁ ଆସିଥିଲେ। ଭୁବନେଶ୍ୱର ହାବିଲ୍‌ଦାର ଓ କନଷ୍ଟେବଳ ସଙ୍ଘର ସେ ସମ୍ପାଦକ ଥିବାରୁ ନିୟମକୁ ଖାତିର କରୁ ନ ଥିଲେ। ବିନା ଲାଇସେନ୍ସରେ ଚାଲୁଥିବା ଉକ୍ତ ବାର୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଆସର ଜମୁଥିଲା ଓ ଏଥିସହ ବାର୍‌ ଗର୍ଲଙ୍କ ଉପରେ ଟଙ୍କା ଫିଙ୍ଗି ନାଚଗୀତ ଚାଲୁଥିଲା। ଏଥିସହ ପୂର୍ବରୁ ତାଙ୍କ ବିରୋଧରେ ୮ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ୫ ଆପରାଧିକ ମାମଲା ମଧ୍ୟ ରହିଛି। ସମସ୍ତ ପ୍ରମାଣ ମିଳିବା ପରେ ଡିସିପି ଉମାଶଙ୍କର ଦାଶ ତାଙ୍କୁ ଗତ ୨୨ ତାରିଖରେ ନିଲମ୍ବିତ କରିଥିଲେ। ଏକାଧିକ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣେ କନଷ୍ଟେବଳଙ୍କୁ କେବଳ ନିଲମ୍ବିତ କରାଯାଇଥିବାରୁ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ବି ଉଠିଥିଲା। ତେଣୁ ୨୩ତାରିଖରେ ତାଙ୍କୁ ଗିରଫ କରାଯିବାପରେ ୨୪ରେ ଚାକିରିରୁ ବହିଷ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri