Home Left

ଆଜି ପୃଥିବୀର ନିକଟତର ହେବ ଶନି

ଭୁବନେଶ୍ୱର,୨।୮(ବ୍ୟୁରୋ): ଏବେ ଶନି ଗ୍ରହ ପୃଥିବୀର ଅତି ନିକତର ହେଉଥିବାରୁ ବୃହସ୍ପତି ପରି ଉଜ୍ଜ୍ୱଳ ଦେଖାଯାଉଛି। ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ଉଭୟ ଆହୁରି ନିକଟତର ହେବେ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ…

ଡେଙ୍ଗୁକୁ ନେଇ ଜଗତ୍‌ସିଂହପୁରରେ ବଢୁଛି ଭୟ

ଜଗତ୍‌ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର ଜଣେ,…

ଅନଙ୍ଗଭୀମ ଦେବଙ୍କ ସମୟରୁ ରସାବଳି ଭୋଗ

କେନ୍ଦ୍ରାପଡ଼ା ଅଫିସ,୨।୮: କେନ୍ଦ୍ରାପଡ଼ା ରସାବଳିର ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ)ର ଟ୍ୟାଗ୍‌ ପାଇଁ ନୂଆଦିଲ୍ଲୀରେ ସ୍ବର ଉଠିଛି। ଗବେଷକଙ୍କ ଅନୁସନ୍ଧାନ ଅନୁଯାୟୀ ଅନଙ୍ଗଭୀମ ଦେବଙ୍କ ସମୟରୁ ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳି ଲାଗି…

କୋଟିପତି ପିଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା: ମାମଲାରେ ଛନ୍ଦି ହେଲେ ବିରଞ୍ଚିଙ୍କ ସ୍ତ୍ରୀ, ସଡ଼ୁ

ଭୁବନେଶ୍ୱର,୨।୮(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍‌ ସେକ୍ରେଟାରି (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଥିଲା। ସେ ଏବେ ଝାରପଡ଼ା ଜେଲ୍‌ରେ ଥିବାବେଳେ ଏହି ମାମଲାରେ ତାଙ୍କ…

ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍‌ କରିଛି

ଏଲ୍‌ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି? ସାରା ଦେଶରେ ଆମର କାରବାର ବେଶ୍‌ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା ବଜାର ଅନ୍ୟତମ। ଏଠାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟବସାୟ ନେଟଓ୍ବର୍କ ଦୃଢ଼ କରିଛୁ।…

ପୁଣି ନିରାଶ କଲେ ଦୂତି

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଆଜି ୨୦୦ ମିଟର ଦୌଡରେ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ପୂର୍ବରୁ…

ରାଜ୍ୟରେ ୬୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଆଜି ୬୭ ଜଣଙ୍କ ଜୀବନ ନେଲା

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…

ଆଜି ରାଜ୍ୟରୁ ୧୦୩୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୯୮ ଜଣ ଚିହ୍ନଟ…

ବିମାନରେ ଏକାକୀ ବିଶ୍ୱ ଭ୍ରମଣ

ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍‌ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା ଆସନ୍ତା ୧୧ ତାରିଖରେ ବିଶ୍ୱର ଦ୍ରୁତତମ ମାଇକ୍ରୋଲାଇଟ୍‌ ତଥା ତାଙ୍କ ଶାର୍କ ଅଲ୍‌ଟ୍ରାଲାଇଟ୍‌ ବିମାନରେ…

ଓଡ଼ିଶା ସୀମା ସମସ୍ୟା ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ନାହିଁ

ଭୁବନେଶ୍ୱର,୨ା୮(ବ୍ୟୁରୋ): ଓଡ଼ିଶାର ସୀମା ସମସ୍ୟା ସମ୍ପର୍କିତ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ। ଏହା ଏକ ନିନ୍ଦନୀୟ ପ୍ରସଙ୍ଗ ବୋଲି ଉତ୍କଳ ସମ୍ମିଳନୀ କହିଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲୀପ ଦାଶଶର୍ମା କହିଛନ୍ତି, ନିକଟରେ ଲୋକ ସଭାରେ ଏକ…

ବାସହରା ହେବେ ୩୬ ଲକ୍ଷ ଆମେରିକୀୟ

ଓ୍ବାଶିଂଟନ, ୨।୮: ଆମେରିକାରେ ଘରଭଡ଼ା ନେଇ ରହୁଥିବା ପ୍ରାୟ ୩୬ ଲକ୍ଷ ଲୋକ ଏଣିକି ବାସହରା ହୋଇପାରନ୍ତି। କାରଣ ଭଡ଼ାଘରୁ ବାହାର କରିଦେବା ଉପରେ ଲାଗିଥିବା ଦେଶବ୍ୟାପୀ ବ୍ୟାନ୍‌ ସମୟସୀମା ରବିବାର ପୂରିଯାଇଛି। ସେପଟେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ରାଜନୈତିକ କାଦୁଅଫିଙ୍ଗା…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟ ସରକାର ରବିବାର ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଢେଙ୍କାନାଳ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପାଇଛନ୍ତି। ମହିଳା ଓ ସଶକ୍ତିକରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri