‘ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ କାଟ ସମସ୍ୟା ନ ହେବା ନିଶ୍ଚିତ କର’

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଓ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି।
ବର୍ତ୍ତମାନ ବିଦ୍ୟୁତ୍‌ ଉତ୍ପାଦନ ଓ ଚାହିଦା ସ୍ଥିତିର ସମୀକ୍ଷା କରି ରାଜ୍ୟରେ ଯେପରି ବିଦ୍ୟୁତ୍‌ କାଟ(ଲୋଡ୍‌ ସେଡିଂ) ସମସ୍ୟା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀଗୁଡିକ ନିଜ ନିଜର ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ଗୁଡିକର ରକ୍ଷଣାବେକ୍ଷଣ ଓ ନବୀକରଣ ସହ ସେଗୁଡିକୁ ପୂର୍ଣ୍ଣ କ୍ଷମତାସମ୍ପନ୍ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୟୁନିଟ୍‌ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପତ୍ତା ଆଦି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡ୍‌କୋ ଏବଂ ଶକ୍ତି ବିଭାଗକୁ ନିିର୍ଦ୍ଦେଶ ଦେଇଛନ୍ତି। ସୌର, ତାପଜ ଓ ଅନ୍ୟାନ୍ୟ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ବଢାଇ ଦିନର ହାରାହାରି ଆବଶ୍ୟକତା ମେଣ୍ଟାଇବା ସହ ଜଳଭଣ୍ଡାରଗୁଡିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ବର୍ଷାଋତୁରେ କମ୍‌ ବୃଷ୍ଟିପାତ ହାର ଯୋଗୁ ବିଦ୍ୟୁତ୍‌ ଉତ୍ପାଦନକାରୀ ଜଳଭଣ୍ଡାରରେ ଅପେକ୍ଷାକୃତ କମ୍‌ ଜଳ ଅଛି। ଏହାକୁ ଠିକ୍‌ ଭାବେ ସଂରକ୍ଷଣ ଓ ପରିଚାଳନା କରି ଆସନ୍ତା ବର୍ଷାଋତୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରୀଡ୍‌କୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା କହିଛନ୍ତି, ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥା ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଗ୍ରୀଡ୍‌କୋ ପାଖରେ ବଣ୍ଟନ ପାଇଁ ପ୍ରାୟ ୭, ୬୫୧ ମେଗା ଓ୍ବାଟ୍‌ ବିଦ୍ୟୁତ୍‌ ଅଛି। ଏଥିରୁ ପ୍ରାୟ ୧୨୯୫ ମେଗାଓ୍ବାଟ୍‌ ଅଣ ପାରମ୍ପରିକ ଉତ୍ସରୁ ଉତ୍ପାଦିତ ହେଉଛି। କେତେକ ତାପଜ ଏବଂ ଜଳଜ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାରେ ଯାନ୍ତ୍ରିକ ତ୍ରୁଟି ହେତୁ ଚଳିତ ମାସ ପ୍ରାୟ ୧୭୦୦ ମେଗାଓ୍ବାଟ୍‌ ଉତ୍ପାଦନ କମିଛି। ଚଳିତ ଋତୁରେ ଦୈନିକ ପ୍ରାୟ ୩୩୫୦ ମେଗାଓ୍ବାଟ୍‌ ଅଛି। ବିଭିନ୍ନ ଉତ୍ସରୁ ବିଦ୍ୟୁତ୍‌ ସଂଗ୍ରହକରି ଗ୍ରୀଡ୍‌କୋ ଏହି ଚାହିଦା ପୂରଣ କରୁଛି। ଗ୍ରୀଷ୍ମଋତୁରେ ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪ ହଜାର ମେଗାଓ୍ବାଟ୍‌ରୁ ଅଧିକ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତାପଜ ଓ ସୌରସ୍ରୋତ ବିଦ୍ୟୁତ୍‌ ଉତ୍ପାଦନକାରୀ ଶିଳ୍ପସଂସ୍ଥାଗୁଡିକ ନିଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢାଇବା ସକାଶେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri