ରାଜ୍ୟରେ ୧୧ ସାଇବର ଅପରାଧ ଥାନା ଖୋଲିବ

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି। ଦେଶ ତଥା ଓଡ଼ିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି। ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ସାଇବର ଅପରାଧ ଅଧିକ ଭାବରେ ସମ୍ପୃକ୍ତ। ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ। ତେଣୁ ସାଇବର ଅପରାଧ ତଥା ତଜ୍ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ମିଶାଇ ମୋଟ ସାଇବର ଅପରାଧ ଥାନା ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାଗୁଡ଼ିକ ହେଲା- କଟକ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ। ଏହି ଥାନାଗୁଡ଼ିକରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କ ମଧ୍ୟରେ ୧୪ ଇନ୍ସପେକ୍ଟର, ୨୮ଟି ସବ୍‌ଇନ୍ସପେକ୍ଟର, ୨୮ ଏଏସ୍‌ଆଇ (ଯୋଗାଯୋଗ), ୨୮ କନଷ୍ଟେବଳ (ଯୋଗାଯୋଗ) ଓ ୫୬ କନଷ୍ଟେବଳ ପଦବୀ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ, ଆଇଟି ଏକ୍ସପର୍ଟ ଓ ସାଇବର ଫରେନସିକ ଏକ୍ସପର୍ଟ ଭଳି ୯୦ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଜଳକା ନଦୀର ପାଣି

ବାଲେଶ୍ୱର ଅଫିସ,୮ା୯: ବାଲେଶ୍ୱର ଜିଲାର ପ୍ରଭାବିତ ଜଳକା ନଦୀର ଜଳସ୍ତର ବଢ଼ିବାର ଲାଗିଛି। ଗତ କିଛି ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି...

ମନ୍ତ୍ରୀପଦ ପାଇଁ ଯୋଗ୍ୟତା ମାପକାଠି

ଭୁବନେଶ୍ୱର,୨୬।୫(ବ୍ୟୁରୋ): ସାଧାରଣ ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ରୂପରେଖକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ଏହାର ଦୁଇ ସପ୍ତାହ ଅର୍ଥାତ୍‌ ଆସନ୍ତା ୧୫ରୁ...

ଏକାଦଶୀରେ ଟଣାହେବ ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା ଅଫିସ, ୯।୭: ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଆସନ୍ତା ଏକାଦଶୀରେ ରବିବାର ଶେଷ ହେବ। ଏଥିପାଇଁ ଜିଲା ପ୍ରଶାସନ ଓ ଦେବୋତର...

୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୧।୭: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ । ଏନେଇ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର...

ଡିସେମ୍ବର ୧୪ରୁ ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ କୋଣାର୍କ ସହରଠାରୁ ୭ କିଲୋମିଟର ଦୂରରେ ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ମଧ୍ୟରେ...

ମନ୍ତ୍ରୀଙ୍କୁ ଗୃହକୁ ପୂରାଇ ଦେବୁନି: କଂଗ୍ରେସ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୨୬ କାର୍ଯ୍ୟଦିବସ ରହିଛି।...

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭାଜପା ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ସୋମବାର ସକାଳୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୧ ବର୍ଷ ବୟସ...

Advertisement
Archives

Model This Week