ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଞ୍ଚଳରେ କିଛିଦିନ ହେବ ହାତୀ ଚଳାଚଳ ବୃଦ୍ଧି ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ କାଟ କରାଯିବ ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଅଯାଇଛି।
ସୂଚନା ଅନୁସାରେ ଡିସେମ୍ବର ୩ରେ ଧମା ରେଞ୍ଜ ଜଙ୍ଗଲରୁ ୧୪ରୁ ଅଧିକ ହାତୀ କୌଣସିମତେ ମହାନଦୀ ପାର ହୋଇ ଚାଆଁରପୁର ଅଞ୍ଚଳକୁ ଆସିଥିଲେ। ଖାଦ୍ୟ ଅନ୍ବେଷଣରେ ସେମାନେ ଗୋଶାଳା, ବ୍ରହ୍ମପୁରା ଗ୍ରାମକୁ ଆସି ଫସଲ ନଷ୍ଟ କରିଥିଲେ। ହାତୀପଲ ଲମ୍ବେଇ ଡୁଙ୍ଗୁରି ଅଞ୍ଚଳରେ ଯାତାୟାତ କରୁଥିବା ନଜିର ରହିଛି। ନିକଟରେ ୧୨ ବର୍ଗ କିମି ଜଙ୍ଗଲ ରହିଥିଲେ ବି ହାତୀମାନେ ଗାଁ ମୁହଁା ହେଉଛନ୍ତି। ଧାନ ଓ ପନିପରିବା ଫସଲ ଖାଇବା ପାଇଁ ସନ୍ଧ୍ୟା ହେଲେ ଗ୍ରାମ ନିକଟରେ ପହଞ୍ଚତ୍ ଯାଉଛନ୍ତି। ବନ ବିଭାଗ ଅଧିକାରୀ ଏମାନଙ୍କ ଉପରେ ନଜର ରଖିଛନ୍ତି। ଜଙ୍ଗଲ ଓ ଗ୍ରାମ ଗୁଡିକରେ ବିଦ୍ୟୁତ୍‌ ତାର ଲାଗି କାଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ବିଦ୍ୟୁତ୍‌ କାଟ କରିବାକୁ ସ୍ଥିର କରାଯାଇଛି। ହୀରାକୁଦ ୍‌ ଓ ସମ୍ବଲପୁର ସବ୍‌ଡିଭିଜନ୍‌ରେ ଥିବା ରକ୍ଷଣାବେକ୍ଷଣ ଟିମ୍‌ ଏବଂ ବନ ବିଭାଗ ମିଳିତ ଭାବେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କଟପାଲି ଓ ଚାଉଁରପୁର ପାୱାର ସବ୍‌ଷ୍ଟେଶନର ୩୩କେଭି ଗ୍ରୀଡ୍‌ରେ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଟାଟା ପାୱାର ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛି। ବିଦ୍ୟୁତ ଆଘାତରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବନ ବିଭାଗଙ୍କ ପରାମର୍ଶ ନିଆଯାଇଛି। ଅନିଚ୍ଛାକୃତ ବିଦ୍ୟୁତ୍‌ କାଟ ଯୋଗୁ ଗ୍ରାହକ, ସାଧାରଣ ଜନତା ଓ ଅଞ୍ଚଳରେ ଥିବା କିଛି ଶିଳ୍ପ ସଂସ୍ଥା ସମସ୍ୟାର ସମ୍ମୁଖୀନ ହେବେ। ଟିପିଡବ୍ଲ୍ୟୁଓଡିଏଲ୍‌ କର୍ତ୍ତୃପକ୍ଷ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ହାତୀମାନଙ୍କୁ ଘଉଡ଼ାଇବା ଲାଗି ସମ୍ବଲପୁର ସର୍କଲ୍‌ର ପଦାଧିକାରୀ, କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛନ୍ତି। ହାତୀମାନଙ୍କୁ ମହାନଦୀ ଅପରପାର୍ଶ୍ୱ ଧମା ଜଙ୍ଗଲକୁ ପୁଣି ପଠାଇବା ଲାଗି ଉଦ୍ୟମ କରାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ହାତୀପଲ ଚାଉଁରପୁର ଅଞ୍ଚଳରେ ରହିଛନ୍ତି। ବିଦ୍ୟୁତ୍‌ କାଟ ଯୋଗୁ ପ୍ରଭାବିତ ଗ୍ରାମଗୁଡିକ ହେଲା ଚାଉଁରପୁର, ବଡ଼ସିଙ୍ଗାରୀ, ମୁଣ୍ଡାଘାଟ, ପିତାପାଲୀ, ଝରାପାଲୀ, ବ୍ରହ୍ମପୁରା, ସିନାପାଲି, ଟିଙ୍କିପାଲି ଓ ବଗବୀରା। ଏ ସମ୍ପର୍କରେ ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବରମ କହିଛନ୍ତି, ହାତୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବାରମ୍ବାର ବିଭିନ୍ନ ବୈଠକରେ ବିଦ୍ୟୁତ୍‌ ଆଘାତରେ ହାତୀ ତଥା ଅନ୍ୟ ବନ୍ୟପ୍ରାଣୀ ଅସୁରକ୍ଷିତ ବୋଲି ଦାବି କରାଯାଇଥାଏ। ଯେଉଁ ଅଞ୍ଚଳରେ ହାତୀପଲ ଯାତାୟାତ କରିବେ ସେ ଅଞ୍ଚଳର ବିଦ୍ୟୁତ୍‌ କାଟ କରିବାକୁ ସ୍ଥିର ହୋଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri