ସାର୍କ ବୈଠକ ବାତିଲ
ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍ ଏସିଆନ ଆସୋସିଏଶନ ଫର୍ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ବାତିଲ ହୋଇଛି। ଏହି ବୈଠକରେ ତାଲିବାନ୍ ପ୍ରତିନିଧିଙ୍କୁ ସାମିଲ କରିବାକୁ ପାକିସ୍ତାନ ଜିଦ୍ ଧରିଥିଲା।…
ସୁଦାନରେ ସେନା ବିଦ୍ରୋହ ଉଦ୍ୟମ
ଖାରତୁମ୍, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି। ସେମାନଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି ସୁଦାନର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।…
କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍
କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ କୌଣସି ମହିଳାଙ୍କୁ ନିଆଯାଇନାହିଁ। ତାଲିବାନ୍ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଖବରଦାତା ସମ୍ମିଳନୀ କରି…
୧୧ ସହରାଞ୍ଚଳରେ ସ୍ଥାପନ ହେବ ଇନ୍ଡୋର ଷ୍ଟାଡିୟମ
ଭୁବନେଶ୍ୱର,୨୨।୯ବ୍ୟୁରୋ): ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍ସି) ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ର ପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପକୁ ସବୁଜ ସଙ୍କେତ ଦିଆଯାଇଛି।…
ଧମକ ଦେଲେ ପାକିସ୍ତାନ କ୍ରିକେଟ୍ର: କହିଲେ, ଆମେ ଛାଡିବୁ ନାହିଁ
ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଧମକ ଦେଇଛନ୍ତି। ପାକିସ୍ତାନ ଟୁରରୁ ହଠାତ୍ ପ୍ରତ୍ୟାହାର କରିବା ପରେ ରାଗରେ ନିଆଁବାଣ ଅଛନ୍ତି ଅଖତର। ସେ କ୍ରିକେଟ ପଡ଼ିଆରେ କିୱି ଦଳକୁ ଛାଡିବେ ନାହିଁ ବୋଲ…
୨୦୦ ଏକରରେ ବାନ୍ଧିଲେ ସୋଲାର ବାଡ଼
ଝାଳବୁହା ପରିଶ୍ରମରେ କରିଥିବା ଫସଲକୁ ହାତୀପଲଠାରୁ ସୁରକ୍ଷା ପାଇଁ ହାତରୁ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କରି ୨୦୦ ଏକର ଜମିରେ ବୁଲାଇଲେ ସୋଲାର ତାରବାଡ଼। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଜହ୍ନାପଡ଼ା ଗ୍ରାମର ଚାଷୀଙ୍କ ଏଭଳି ଅଭିନବ ପ୍ରୟାସକୁ ସବୁମହଲରେ…
ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍ ଉତ୍ପାଦନ
ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୨୮ ଫୁଟ ରହିଛି। ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ…
ଉପହାର ପାଖରେ ରଖିପାରିବେ ଆଇଏଏସ୍, ଆଇପିଏସ୍ ଅଫିସର
ନୂଆଦିଲ୍ଲୀ, ୨୨।୯(ପି.ଟି.): ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ଅଫିସରମାନେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଗ୍ରହଣ କରିଥିବା ଉପହାର ପାଖରେ ରଖିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ନିୟମାବଳୀରେ ସଂଶୋଧନ କରିଛନ୍ତି। ପ୍ରଚଳିତ ନିୟମାବଳୀରେ ବିବାହ, ବାର୍ଷିକୋତ୍ସବ ଏବଂ ଧର୍ମୀୟ…
୩ୟ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ
ଟରଣ୍ଟୋ, ୨୧ା୯: କାନାଡାବାସୀ ପୁଣି ଲିବେରାଲ ପାର୍ଟିର ଜଷ୍ଟିନ୍ ଟ୍ରୁଡୋଙ୍କ ଉପରେ ଭରସା କରି ତୃତୀୟ ଥର ପାଇଁ ତାଙ୍କୁ କ୍ଷମତାକୁ ଆଣିଛନ୍ତି। କାନାଡାରେ ସୋମବାର ଅନୁଷ୍ଠିତ ୪୪ ତମ ସାଧାରଣ ନିର୍ବାଚନରେ ଟ୍ରୁଡୋ ବିଜୟୀ ହୋଇଥିଲେ ହେଁ ସଂଖ୍ୟାଗରିଷ୍ଠତା ପାଇବାରୁ…
ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍…
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ଯଦି ଏହି ଗୁଣଗୁଡ଼ିକ ନ ଥାଏ ତେବେ ବୈବାହିକ ଜୀବନରେ କୌଣସି ସୁଖ…
ବିକିନି ପାଇଁ ଫିଲ୍ମକୁ ମନା କରିଥିଲେ ଏହି ଅଭିନେତ୍ରୀ
୯୦ ଦଶକର ହିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଅମିର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଅନ୍ୟପକ୍ଷରେ ଆୟେଶା ଅମିରଙ୍କ ସହ ‘ଜୋ ଜିତା ଓ୍ବହି ସିକନ୍ଦର’ ଭଳି ହିଟ…
ନିଜ କାର୍ ବିକିଲେ ବିରାଟ କୋହଲି: ଦାମ୍ ଶୁଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କାର୍ କଲେକ୍ସନ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ବିଭିନ୍ନ କମ୍ପାନୀର କାର୍ ରହିଛି। ଏଥିରେ ଅଡି, ବିଏମଡବ୍ଲୁ ଠାରୁ ଆରମ୍ଭ କରି ଅନେକ କମ୍ପାନୀ ପର୍ଯ୍ୟନ୍ତ କାର ସାମିଲ ଅଛି।…
Archives


