Posted inଖେଳ

ପାକିସ୍ତାନ ପେସରଙ୍କ ଖେଳିବା ଉପରେ ଲାଗିଲା କଟକଣା

ଇସ୍ଲାମାବାଦ୍‌,୪।୨: ପାକିସ୍ତାନ ପେସର ମହମ୍ମଦ ହାସନେନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ବୋଲିଂ କରିବାରୁ ବାସନ୍ଦ ହୋଇଛନ୍ତି। ଲାହୋରସ୍ଥିତ ଆଇସିସି ଆକ୍ରେଡିଟେଡ୍‌ ଟେଷ୍ଟିଂ ସେଣ୍ଟରରେ ତାଙ୍କ ବୋଲିଂ ଷ୍ଟାଇଲ୍‌ ଅସିଦ୍ଧ ଥିବା ଜଣାପଡ଼ିଛି। ହାସନେନଙ୍କ ବୋଲିଂ ଆକ୍‌ଶନ ପରୀକ୍ଷା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପସିବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହା ଅନୁଯାୟୀ, ହାସନେନ ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ଖେଳିପାରିବେ ନାହିଁ।

“ମହମ୍ମଦ ହାସନେନଙ୍କ ବୋଲିଂ ଆସେସମେଣ୍ଟ ଟେଷ୍ଟ ସମ୍ପର୍କରେ ପିସିବିକୁ ଆନୁଷ୍ଠାନିକ ଓ ବିସ୍ତୃତ ରିପୋର୍ଟ ପଠାଇଛି ଅଷ୍ଟ୍ରେଲିଆ କ୍ରିକେଟ (ସିଏ)। ଗୁଡ୍‌ ଲେନ୍ଥ, ଫୁଲ ଲେନ୍ଥ, ସ୍ଲୋ, ବାଉନ୍ସର ବଲ ପକାଇଲା ବେଳେ ତାଙ୍କ କହୁଣୀ ଧାର୍ଯ୍ୟ ୧୫ ଡିଗ୍ରୀ ନିୟମ ଭଙ୍ଗ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି” ବୋଲି ପିସିବି ଅଧିକାରୀ କହିଛନ୍ତି।

ପିସିବି ଏହାର ବୋଲିଂ ବିଶେଷଜ୍ଞଙ୍କ ସହ ରିପୋର୍ଟ ଉପରେ ଆଲୋଚନା କରିଛି। ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ଅଧିକାରୀ କହିଛନ୍ତି। ପିସିବି ଏବେ ନୂଆ ବୋଲିଂ ପରାମର୍ଶଦାତା ନିଯୁକ୍ତ କରିବ, ଯିଏକି ହାସନେନଙ୍କ ବୋଲିଂ ଶୈଳୀକୁ ସୁଧାରି ପାରିବେ। ଉଲ୍ଲେଖଯୋଗ୍ୟ, ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସୁଥିବା ହାସନେନ ଅନ୍ତର୍ଜାତୀୟ ସ୍ତରରେ ୮ ଦିନିକିଆ, ୧୮ ଟି୨୦ ଖେଳିଛନ୍ତି। ୨୧ ବର୍ଷୀୟ ପେସରଙ୍କ ପାଖରେ ଏପର୍ଯ୍ୟନ୍ତ ୨୯ ଉଇକେଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଖେଳୁଥିବା ସମୟରେ ହଠାତ୍‌ ଆସଲା ହାର୍ଟ ଆଟାକ୍‌, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ

ବେଙ୍ଗାଲୁରୁ,୨୩।୨: ମ୍ୟାଚ ସମୟରେ ଘଟିଛି ହୃଦୟ ବିଦାରକ ଘଟଣା। ଖେଳିବାବେଳେ ହାର୍ଟଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ନାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ...

IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭

ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ...

ସ୍ବଦେଶ ଫେରିଗଲେ ଇଂଲଣ୍ଡ ଏହି ସ୍ପିନର

ରାଞ୍ଚି,୨୩।୨: ଇଂଲଣ୍ଡ ଯୁବ ସ୍ପିନର ରେହାନ ଅହମଦ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ସେ ଭାରତ ବିପକ୍ଷ ଚଳିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର...

ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ(ନ୍ୟୁଜିଲାଣ୍ଡ),୨୩ା୨: ଆଡାମ ଜାମ୍ପାଙ୍କ ଚମତ୍କାର ବୋଲିଂ ଯୋଗୁ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ...

ଯେଉଁ ବ୍ୟାଟରେ ଦ୍ରୁତତମ ଶତକ କରି ରେକର୍ଡ କରିଥିଲେ ତେନ୍ଦୁଲକର ତାହା ଆଜି ଅବହେଳିତ ଭାବେ ପଡିଛି ପାକିସ୍ତାନରେ

ନୂଆଦିଲ୍ଲୀ,୨୩।୨: ବିଶ୍ୱାସ କରନ୍ତୁ! ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚମତ୍କାର ବ୍ୟାଟ ଯାହା ୧୯୯୬ରେ ନୈରାବି ପଡିଆରେ ଝଡ଼ ସୃଷ୍ଟି କରିଥିଲା। ଯେଉଁ ବ୍ୟାଟ ଚୌକା...

ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି

ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ...

ସିରିଜ୍‌ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍‌

ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର...

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri