୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା, ଅଲଣ୍ଡା, ଧନୁଅଁା, ରେଞ୍ଚଶାସନ ଆଦି ୯ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ପାଇଁ ବିଜେଡି ଦଳ ପକ୍ଷରୁ ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ, ଭାଜପା ଦଳ ପକ୍ଷରୁ ବିଜୟ କୁମାର ପଣ୍ଡା, କଂଗ୍ରେସ ଦଳ ପକ୍ଷରୁ ରଶ୍ମିରଞ୍ଜନ ସ୍ବାଇଁ, ବିଏସ୍‌ପି ପକ୍ଷରୁ ସମ୍ପଦ ନାୟକ, ସ୍ବାଧୀନ ପ୍ରାର୍ଥୀ ଶ୍ରୀକାନ୍ତ ସାମଲ ପ୍ରମୁଖ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ କୁମାର ଖଟୋଇ ଓ ଭାଜପା ପ୍ରାର୍ଥୀ ବିଜୟ କୁମାର ପଣ୍ଡାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶଙ୍କା ରହିଛି। ଅନ୍ୟ ପ୍ରାର୍ଥୀମାନଙ୍କର ପ୍ରଚାର ସେତେଟା ହେଉ ନ ଥିବା ଦେଖିବାକୁ ମିଳିଛି।
ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଜଣେ ପୁରୁଖା ନେତା ହୋଇଥିବାବେଳେ ପୂର୍ବରୁ ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ରହିଛନ୍ତି। ତାଙ୍କ ସ୍ତ୍ରୀ ମନସ୍ବିନୀ ଖଟୋଇ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ଏଥିପାଇଁ ପ୍ରଦୀପ୍ତଙ୍କ ଏହି ଜୋନ ସମେତ ସମ୍ପୂର୍ଣ୍ଣ ବ୍ଲକରେ ଯଥେଷ୍ଟ ଜନପ୍ରିୟ ରହିଛି। ସେହିପରି ଭାଜପା ପ୍ରାର୍ଥୀ ବିଜୟ ପଣ୍ଡା ମଧ୍ୟ ଦଳର ଜଣେ ପୁରୁଖା ଓ କୃଷକ ନେତା ଭାବେ ବେଶ୍‌ ପରିଚିତ। ତେବେ ଏହି ଜୋନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଓ ପ୍ରଚାର ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭାର ସମ୍ଭାଳି ଥିବାବେଳେ ଭାଜପା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ଯୁବନେତା ଦିଲୀପ ନାୟକ ମଙ୍ଗୁଆଳ ସାଜିଛନ୍ତି। ୧୯ ନଂ. ଜୋନଟି ବିଜୁ ଜନତା ଦଳର ଦୁର୍ଗ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତା, ଦୃଢ଼ ନେତୃତ୍ୱ, ନିମାପଡ଼ା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ହିଁ ଏହି ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ଅନ୍ୟପଟେ ବିଜେଡି ଦଳର ଭଷ୍ଟ୍ରାଚାର, କଳଙ୍କିତ, ଏକଚ୍ଛତ୍ରବାଦୀ ଶାସନ, ଗରିବମାରଣ ନୀତି ଯୋଗୁ ଲୋକେ ଅତିଷ୍ଠ ହୋଇଗଲେଣି। ତେଣୁ ଏହି ନିର୍ବାଚନରେ ପରିବର୍ତ୍ତନର ହାଓ୍ବା ଆବଶ୍ୟକ ଥିବାରୁ ଲୋକଙ୍କ ସ୍ବର ଏଥର ଭାଜପା ସପକ୍ଷରେ ଯିବ ବୋଲି ରାଜ୍ୟ ଉପସଭାପତି ପରିଡ଼ା ଓ ଯୁବନେତା ନାୟକ ଦୃଢ଼ ପ୍ରକାଶ କରିଛନ୍ତି। ଏହି ଜୋନ ଅଧୀନ ୯ଟି ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀ ଏବଂ ଭାଜପା ସମର୍ଥତ୍ତ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri