୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା, ଅଲଣ୍ଡା, ଧନୁଅଁା, ରେଞ୍ଚଶାସନ ଆଦି ୯ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ପାଇଁ ବିଜେଡି ଦଳ ପକ୍ଷରୁ ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ, ଭାଜପା ଦଳ ପକ୍ଷରୁ ବିଜୟ କୁମାର ପଣ୍ଡା, କଂଗ୍ରେସ ଦଳ ପକ୍ଷରୁ ରଶ୍ମିରଞ୍ଜନ ସ୍ବାଇଁ, ବିଏସ୍‌ପି ପକ୍ଷରୁ ସମ୍ପଦ ନାୟକ, ସ୍ବାଧୀନ ପ୍ରାର୍ଥୀ ଶ୍ରୀକାନ୍ତ ସାମଲ ପ୍ରମୁଖ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ କୁମାର ଖଟୋଇ ଓ ଭାଜପା ପ୍ରାର୍ଥୀ ବିଜୟ କୁମାର ପଣ୍ଡାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶଙ୍କା ରହିଛି। ଅନ୍ୟ ପ୍ରାର୍ଥୀମାନଙ୍କର ପ୍ରଚାର ସେତେଟା ହେଉ ନ ଥିବା ଦେଖିବାକୁ ମିଳିଛି।
ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଜଣେ ପୁରୁଖା ନେତା ହୋଇଥିବାବେଳେ ପୂର୍ବରୁ ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ରହିଛନ୍ତି। ତାଙ୍କ ସ୍ତ୍ରୀ ମନସ୍ବିନୀ ଖଟୋଇ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ଏଥିପାଇଁ ପ୍ରଦୀପ୍ତଙ୍କ ଏହି ଜୋନ ସମେତ ସମ୍ପୂର୍ଣ୍ଣ ବ୍ଲକରେ ଯଥେଷ୍ଟ ଜନପ୍ରିୟ ରହିଛି। ସେହିପରି ଭାଜପା ପ୍ରାର୍ଥୀ ବିଜୟ ପଣ୍ଡା ମଧ୍ୟ ଦଳର ଜଣେ ପୁରୁଖା ଓ କୃଷକ ନେତା ଭାବେ ବେଶ୍‌ ପରିଚିତ। ତେବେ ଏହି ଜୋନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଓ ପ୍ରଚାର ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭାର ସମ୍ଭାଳି ଥିବାବେଳେ ଭାଜପା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ଯୁବନେତା ଦିଲୀପ ନାୟକ ମଙ୍ଗୁଆଳ ସାଜିଛନ୍ତି। ୧୯ ନଂ. ଜୋନଟି ବିଜୁ ଜନତା ଦଳର ଦୁର୍ଗ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତା, ଦୃଢ଼ ନେତୃତ୍ୱ, ନିମାପଡ଼ା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ହିଁ ଏହି ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ଅନ୍ୟପଟେ ବିଜେଡି ଦଳର ଭଷ୍ଟ୍ରାଚାର, କଳଙ୍କିତ, ଏକଚ୍ଛତ୍ରବାଦୀ ଶାସନ, ଗରିବମାରଣ ନୀତି ଯୋଗୁ ଲୋକେ ଅତିଷ୍ଠ ହୋଇଗଲେଣି। ତେଣୁ ଏହି ନିର୍ବାଚନରେ ପରିବର୍ତ୍ତନର ହାଓ୍ବା ଆବଶ୍ୟକ ଥିବାରୁ ଲୋକଙ୍କ ସ୍ବର ଏଥର ଭାଜପା ସପକ୍ଷରେ ଯିବ ବୋଲି ରାଜ୍ୟ ଉପସଭାପତି ପରିଡ଼ା ଓ ଯୁବନେତା ନାୟକ ଦୃଢ଼ ପ୍ରକାଶ କରିଛନ୍ତି। ଏହି ଜୋନ ଅଧୀନ ୯ଟି ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀ ଏବଂ ଭାଜପା ସମର୍ଥତ୍ତ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?