Home Left

କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି ଲୋକେ ଦାରିଦ୍ର୍ୟତା ଓ କ୍ଷୁଧାର ଶିକାର ହେବେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ…

ମହାନଦୀ ମାମଲା ଶୁଣାଣି ମେ’ ୧୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧୯।୪: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍‌ ନିର୍ମାଣ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣିକୁ ମେ’ ୧୪କୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ଯୋଗୁ ଓଡ଼ିଶାକୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଛି। ତେଣୁ ନଦୀରେ ନିର୍ଦ୍ଦିଷ୍ଟ ପରିମାଣର ଜଳପ୍ରବାହ…

ପାଣିପାଗ ଜାଣିବା ପାଇଁ ଆଉ ୮ ମାନୁଆଲ ସର୍ଫେସ୍‌ ଅବ୍‌ଜରଭେଟର ସ୍ଥାପନ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାପମାତ୍ରା ଜାଣିବା ପାଇଁ ଓଡ଼ିଶାରେ ଆଉ ୮ ଜିଲାରେ ମାନୁଆଲ ସର୍‌ଫେସ୍‌ ଅବ୍‌ଜରଭେଟର ସ୍ଥାପନ କରାଯାଇଛି। ପୂର୍ବରୁ ୨୦୨୦-୨୧ରେ ନୟାଗଡ଼, ବୌଦ୍ଧ, ଛତ୍ରପୁର, ପାରଳାଖେମୁଣ୍ଡି,…

ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ ଘରୋଇ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁ କୋଇଲା ଏବଂ ଗ୍ୟାସ୍‌…

ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୯ା୪:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୋଲିସ କମ୍ୟୁନିକେଶନ ବିଭାଗର ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ସୋମବାର କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୬୦ଦିନ ଭିତରେ…

ମାଓବାଦୀ ନେତା ସବ୍ୟସାଚୀ ୬ ମାମଲାରେ ନିର୍ଦ୍ଦୋଷ

ପାରଳାଖେମୁଣ୍ଡି,୧୯ା୪(ଡି.ଏନ୍‌.ଏ.):ଗଜପତି ଜିଲା ଦୌରାଜଜ୍‌ ସୋମବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୬ଟି ସଙ୍ଗିନ୍‌ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀଙ୍କ ବିରୋଧରେ ଜିଲାର ବିଭିନ୍ନ ଥାନାରେ ୪୫ ମାମଲା ରହିଥିଲା। ସେଥିରୁ ୩୨ ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ…

ଦିନକରେ ସଂକ୍ରମଣ ୯୦% ବୃଦ୍ଧି

ନୂଆଦିଲ୍ଲୀ,୧୯।୪: ଭାରତରେ କୋଭିଡ୍‌ ସଂକ୍ରମଣ ଗୋଟିଏ ଦିନରେ ୯୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମହାମାରୀର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଯାଇଛି। ୨୪ ଘଣ୍ଟା ମଧ୍ୟରେ ୨,୧୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନ ତୁଳନାରେ…

ଆଜିଠୁ ବୋର୍ଡ ୱେବ୍‌ସାଇଟରେ ମିଳିବ ଆଡ୍‌ମିଟ କାର୍ଡ

କଟକ ଅଫିସ, ୧୯ା୪:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅଫ୍‌ଲାଇନରେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ବୋର୍ଡ ପକ୍ଷରୁ ସମ୍ମେଟିଭ-୨ ପରୀକ୍ଷା ପାଇଁ ମାର୍ଚ୍ଚ ୧୪ରେ ସୂଚୀ ପ୍ରକାଶ ପାଇଥିଲା। ତେବେ ଏହି ପରୀକ୍ଷା…

ମହାରାଷ୍ଟ୍ର ଅଚଲପୁରରେ କର୍ଫ୍ୟୁ

ମୁମ୍ବାଇ,୧୯।୪: ମହାରାଷ୍ଟ୍ରର ଅମରାବତୀ ଜିଲା ଅନ୍ତର୍ଗତ ଅଚଲପୁର ସହରରେ ଧର୍ମୀୟ ପତାକା ହଟାଇବାକୁ କେନ୍ଦ୍ର କରି ରବିବାର ମଧ୍ୟରାତ୍ରରେ ଦୁଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଓ ଢେଲାମାଡ଼ ପରେ ସେଠାରେ କର୍ଫ୍ୟୁ ଜାରି ହୋଇଛି। ସଂଘର୍ଷରେ କେତେଜଣ ଆହତ ହୋଇଛନ୍ତି,…

କେନ୍ଦୁଝର ଜିଲାପାଳ ଆଶ୍ୱସ୍ତ

କଟକ ଅଫିସ/କେନ୍ଦୁଝର,୧୯ା୪(ସ୍ବ.ପ୍ର.):ବିଭିନ୍ନ ଜନଜାତିଙ୍କ ବ୍ୟକ୍ତିଗତ ତଥା ସାମୂହିକ କେସ୍‌ର ୮ଟି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି (ଏସ୍‌ଟି) କମିଶନଙ୍କ ନିକଟରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ହାଜର ହେବେ ନାହିଁ। ଏନେଇ ସୋମବାର ଓଡ଼ିଶା ହାଇକୋର୍ଟ କମିଶନଙ୍କ ଓ୍ବାରେଣ୍ଟ ଉପରେ ଅନ୍ତରୀଣ…

ଯାଞ୍ଚ ହେବ ସ୍କୁଲ ପିଲାଙ୍କୁ ନେଉଥିବା ଗାଡ଼ି

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଓ ଅନ୍ୟାନ୍ୟ ଲାଇଟ୍‌ ଭେଇକିଲ ଏଣିକି ଯାଞ୍ଚ କରାଯିବ। ଯାଞ୍ଚ ନେଇ ସବୁ ଆଞ୍ଚଳିକ ପରିବହନ ଅଫିସ୍‌କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଚିଠି ଲେଖିଛନ୍ତି। ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରି ୨୮…

ତେଜୁଛି ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୧୯।୪: ଦେଶର ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି। ରାମନବମୀ ଶୋଭଯାତ୍ରା ଏବଂ ହନୁମାନ ଜୟନ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଦୁଇ ସମ୍ପ୍ରଦାୟର ଲୋକେ ପରସ୍ପର ମୁହଁାମୁହଁି ହୋଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?