କେନ୍ଦୁଝର ଜିଲାପାଳ ଆଶ୍ୱସ୍ତ

କଟକ ଅଫିସ/କେନ୍ଦୁଝର,୧୯ା୪(ସ୍ବ.ପ୍ର.):ବିଭିନ୍ନ ଜନଜାତିଙ୍କ ବ୍ୟକ୍ତିଗତ ତଥା ସାମୂହିକ କେସ୍‌ର ୮ଟି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି (ଏସ୍‌ଟି) କମିଶନଙ୍କ ନିକଟରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ହାଜର ହେବେ ନାହିଁ। ଏନେଇ ସୋମବାର ଓଡ଼ିଶା ହାଇକୋର୍ଟ କମିଶନଙ୍କ ଓ୍ବାରେଣ୍ଟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ୬ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ପଷ୍ଟ କରିଛନ୍ତି। କମିଶନଙ୍କ ଓ୍ବାରେଣ୍ଟ ନୋଟିସକୁ ଚ୍ୟାଲେଞ୍ଜ କରି ଜିଲାପାଳ ଠାକ୍‌ରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। କେସ୍‌ ନଂ. ଡବ୍ଲ୍ୟୁପିସି ୦୦୦୯୬୦୯/୨୦୨୨ର ଶୁଣାଣି କରି ହାଇକୋର୍ଟ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ନୋଟିସ୍‌ ଉପରେ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲାପାଳ ଠାକ୍‌ରେ ଆଶ୍ୱସ୍ତ ହୋଇଥିବାବେଳେ କମିଶନଙ୍କ କ୍ଷମତା ଓ ଜିଲାପାଳଙ୍କ ହାଜରକୁ ନେଇ କ’ଣ ଆଇନଗତ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ତର୍ଜମା ଆରମ୍ଭ ହୋଇଛି ା
ପ୍ରକାଶ ଯେ, କେତେକ ମାମଲା ନେଇ କେନ୍ଦୁଝର ଆଦିବାସୀ ସଙ୍ଗଠନ ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରାଯାଇଥିଲା। ଏହିସବୁ ମାମଲାରେ କମିଶନ ମାର୍ଚ୍ଚ ୨୧ରେ ଚିଠି କରି ଏପ୍ରିଲ ୪ ତାରିଖ ଅପରାହ୍ନ ୪ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କହିଥିଲେ। ବାରମ୍ବାର ସମନ ସତ୍ତ୍ୱେ ଜିଲାପାଳ ଠାକ୍‌ରେ କମିଶନଙ୍କ ନିକଟରେ ହାଜର ହୋଇ ନ ଥିଲେ। ଫଳରେ ଜାତୀୟ ଜନଜାତି କମିଶନ ଭାରତୀୟ ସମ୍ବିଧାନର ସିଭିଲ କୋଡ୍‌ ୩୩୮/(ଏ)ର ଧାରା ୮ ଅନୁଯାୟୀ ନୋଟିସ କରିଥିଲେ। ଏପ୍ରିଲ ୧୩ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର କରାଇବାକୁ ପୋଲିସ ଡିଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲାରେ ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲାପାଳ ହାଜର ହୋଇପାରିବେ ନାହିଁ ଡିଜିପି ଜଣାଇଥିଲେ। ଫଳରେ ୧୯ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ତାଙ୍କୁ ହାଜର କରିବାକୁ ପୋଲିସ ଡିଜିଙ୍କୁ କମିଶନ ଓ୍ବାରେଣ୍ଟ ନୋଟିସ୍‌ କରିଥିଲେ। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କଟକ ଆଇଜି ଏ.ଏନ୍‌. ସିହ୍ନା ଉକ୍ତ ନୋଟିସ୍‌ କାର୍ଯ୍ୟକାରୀ କରିବାକୁ କେନ୍ଦୁଝର ଏସ୍‌ପିଙ୍କୁ ୧୬ତାରିଖରେ ଚିଠି କରିଥିଲେ। ତେବେ ଏହାକୁ ନେଇ ଜିଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ଲଢ଼ୁଥିଲେ। ସୂଚନାଯୋଗ୍ୟ, କମିଶନଙ୍କ ଏଭଳି ଓ୍ବାରେଣ୍ଟ ନୋଟିସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri