Posted inଜାତୀୟ

ତେଜୁଛି ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୧୯।୪: ଦେଶର ବିଭିନ୍ନ ରାଜ୍ୟରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି। ରାମନବମୀ ଶୋଭଯାତ୍ରା ଏବଂ ହନୁମାନ ଜୟନ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଦୁଇ ସମ୍ପ୍ରଦାୟର ଲୋକେ ପରସ୍ପର ମୁହଁାମୁହଁି ହୋଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ଗତ ଶନିବାର ସାମ୍ପ୍ରଦାୟିକ ସଂଘର୍ଷ ସୃଷ୍ଟି ହୋଇ ପୋଲିସ ସମେତ କେତେଜଣ ଆହତ ହୋଇଥିଲେ। ସୋମବାର ସେଠାରେ ପୁଣିଥରେ ଢେଲାମାଡ଼ ହେବାରୁ ଦିଲ୍ଲୀ ପୋଲିସର ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି।
ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ସୋମବାର ଏତଲା ଦାଏର କରିଛି। ସେମାନେ ଅନୁମତି ନ ନେଇ ଶୋଭାଯାତ୍ରା ବାହାର କରିଥିବାରୁ ଆଇପିସିର ଧାରା ୧୮୮ରେ ଏତଲା ଦାଏର ହୋଇଥିବା ଉତ୍ତରପଶ୍ଚିମାଞ୍ଚଳ ଡିସିପି ଉଷା ରଙ୍ଗ୍‌ନାନି କହିଛନ୍ତି। ଶନିବାର ସକାଳେ ଓ ସନ୍ଧ୍ୟାରେ ଆୟୋଜିତ ଶୋଭାଯାତ୍ରାକୁ ଅନୁମତି ମିଳିଥିଲା। ରାତିରେ ବିନା ଅନୁମତିରେ ବାହାରିଥିବା ଶୋଭାଯାତ୍ରା ବେଳେ ସଂଘର୍ଷ ହୋଇଥିଲା।
ସି-ବ୍ଲକ୍‌ରୁ ଟେକାମାଡ଼ ହୋଇଥିବାବେଳେ ପୋଲିସ ଟିମ୍‌ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସେଠାରେ ପହଞ୍ଚତ୍ଛନ୍ତି। ସି-ବ୍ଲକ୍‌ର ସମସ୍ତ ଗେଟ୍‌କୁ ବନ୍ଦ କରିଦିଆଯିବା ସହ କାହାକୁ ବାହାରକୁ ଯିବାକୁ ଦିଆଯାଉ ନାହିଁ। କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ପୂର୍ବ ସଂଘର୍ଷର ତଦନ୍ତ ପାଇଁ ଉକ୍ତ ଲେନ୍‌ରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଟେକାମାଡ଼ ହୋଇଥିଲା।
ଜାହାଙ୍ଗୀରପୁରୀ ସାମ୍ପ୍ରଦାୟିକ ସଂଘର୍ଷର ତଦନ୍ତ ଦାୟିତ୍ୱ ସୋମବାର କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯିବା ସହ ଏହା ପଛରେ ବାଂଲାଦେଶୀ/ରୋହିଙ୍ଗ୍ୟା ପ୍ରସଙ୍ଗ ଜଡ଼ିତ କି ନୁହେଁ, ତଦନ୍ତ କରିବା ପାଇଁ କୁହାଯାଇଛି। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ ଜଣଙ୍କୁ ଗିରଫ କରାଗଲାଣି। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ପୋଲିସ ଗିରଫଦାରିରେ ପାତର ଅନ୍ତର କରୁଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହେବା ପରେ ଅସ୍ଥାନା ଏଭଳି ମନ୍ତବ୍ୟ ଦେଇଛନ୍ତି। ଶୋଭାଯାତ୍ରାରେ ବାହାରିଥିବା କେତେଜଣ ସି-ବ୍ଲକ୍‌ ମସ୍‌ଜିଦରେ ପତାକା ଲଗାଇବାକୁ ଉଦ୍ୟମ କରିଥିଲେ ବୋଲି ବିଭିନ୍ନ ରାଜନେତା ଓ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗକୁ ପୋଲିସ କମିଶନର ଖଣ୍ଡନ କରିଛନ୍ତି। ସେଦିନ ଶୋଭାଯାତ୍ରାକୁ ନେଇ ବଚସାରୁ ସଂଘର୍ଷ ହୋଇଥିଲା ଏବଂ ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲାମାଡ଼ କରିଥିଲେ। ଏଥିରେ ୯ ଜଣ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାର ତଦନ୍ତ ପାଇଁ ୧୪ଟି ଟିମ୍‌ ଗଠନ କରାଯାଇଛି। ତଥ୍ୟ ପ୍ରମାଣ ସଂଗ୍ରହ ଲାଗି ୪ଟି ଫୋରେନ୍‌ସିକ୍‌ ଟିମ୍‌ ଉକ୍ତ ଅଞ୍ଚଳକୁ ଯାଇଥିବା ଅସ୍ଥାନା ଗଣମାଧ୍ୟମକୁ କହିଛନ୍ତି।
ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ ରଖିବା ଲାଗି କେତେଜଣ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଉଦ୍ୟମ କରୁଛନ୍ତି। ସେଥିରେ ବିଶ୍ୱାସ ନ କରିବାକୁ ପୋଲିସ କମିଶନର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ପରିବେଶକୁ ବିଶୃଙ୍ଖଳିତ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?