କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି ଲୋକେ ଦାରିଦ୍ର୍ୟତା ଓ କ୍ଷୁଧାର ଶିକାର ହେବେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାଇ ଦେଇଛନ୍ତି। ଦଶନ୍ଧି ପୂର୍ବରୁ ଏତେ ମାତ୍ରାରେ ଲୋକେ ଏଭଳି ସଙ୍କଟରେ ପଡ଼ି ନ ଥିବାବେଳେ ତାହା ଏବେ ଘଟିବାକୁ ଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୁଷିଆ ଏବଂ ୟୁକ୍ରେନ୍‌ ବିଶ୍ୱର ୩୦ ପ୍ରତିଶତ ଗହମ ଓ ବାର୍ଲି, ଏକ ପଞ୍ଚମାଂଶ ମକା, ଅଧାରୁ ଅଧିକ ସୂର୍ଯ୍ୟମୁଖୀ ତେଲ ଚାହିଦା ପୂରଣ କରିଥାନ୍ତି। ସବୁଠାରୁ କମ୍‌ ବିକଶିତ ୪୫ ଦେଶକୁ ରୁଷିଆ ଓ ୟୁକ୍ରେନ୍‌ ଗହମ ଯୋଗାଇଥାନ୍ତି। ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି ଦୁଇ ଦେଶ ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକରେ ବ୍ୟାପକ ଖାଦ୍ୟାଭାବ ଦେଖାଦେବ ବୋଲି ଗୁଟେରସ୍‌ କହିଛନ୍ତି।
ସଙ୍କଟ ଯୋଗୁ ଶସ୍ୟ ରପ୍ତାନି ବାଧାପ୍ରାପ୍ତ ହୋଇଥିବାରୁ ବିଶ୍ୱ ବଜାରରେ ଖାଦ୍ୟ ଦରଦାମ ଆକାଶଛୁଆଁ ହୋଇଛି। ୨୦୨୨ ଆରମ୍ଭରୁ ଗହମ ଏବଂ ମକା ଦର ୩୦ ପ୍ରତିଶତ ବଢ଼ିଛି। ବ୍ରେଣ୍ଟ କ୍ରୁଡ୍‌ ଅଏଲ ୬୦ ପ୍ରତିଶତରୁ ଅଧିକ ବଢ଼ିଛି। ଗ୍ୟାସ୍‌, ସାର ଆଦିର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥିବା ଜାତିସଂଘ ମହାସଚିବ କହିଛନ୍ତି। ଏଥିସହ ଧନୀକୁ ଅଧିକ ଧନୀ ଏବଂ ଗରିବକୁ ଅଧିକ ଗରିବ କରୁଥିବା ବିଶ୍ୱ ଆର୍ଥତ୍କ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ ଆହ୍ବାନ ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କ ମତରେ, ୟୁକ୍ରେନ୍‌ ଯୁଦ୍ଧ ଚଳିତ ବର୍ଷ ୧୪୩ ଦେଶର ଅଭିବୃଦ୍ଧି ହାର ପୂର୍ବାନୁମାନଠାରୁ ହ୍ରାସ ପାଇବ। ଏହି ଦେଶଗୁଡ଼ିକର ଜିଡିପି ବିଶ୍ୱ ଜିଡିପିର ୮୬ ପ୍ରତିଶତ। କରୋନା ମହାମାରୀ ଭିତରେ ୟୁକ୍ରେନ୍‌ ସଙ୍କଟ ଯୋଗୁ ସୃଷ୍ଟ ସଙ୍କଟ ମଧ୍ୟରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ସମନ୍ବିତ ପଦକ୍ଷେପ ଜରୁରୀ ବୋଲି ବୁଧବାର ଆଇଏମ୍‌ଏଫ୍‌, ବିଶ୍ୱ ବ୍ୟାଙ୍କ, ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି), ଓ୍ବାଲର୍‌ଡ ଟ୍ରେଡ୍‌ ଅର୍ଗାନାଇଜେଶନ (ଡବ୍ଲ୍ୟୁଟିଓ) ମୁଖ୍ୟ ଏକ ମିଳିତ ବିବୃତିରେ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା

ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ...

ଆମେରିକାରେ ସାଇବର ଆକ୍ରମଣ ଆଶଙ୍କା: ଜରୁରୀ କାଳୀନ ପରିସ୍ଥିତି ଜାରି କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬।୫: ଆମେରିକାରରେ ସାଇବର ଆକ୍ରମଣ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜରୁରୀ କାଳୀନ ପରିସ୍ଥିତି ଜାରି କରିଛନ୍ତି। ଆମେରିକା ଯୋଗାଯୋଗ...

ସଲମାନ ରଶ୍‌ଡିଙ୍କ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୮: ଲେଖକ ସଲମାନ ରଶ୍‌ଡିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଃଖ ପ୍ରକାଶ କରିଛନ୍ତି। ଲୋକମାନେ ବିନା ଭୟରେ ନିଜ...

ପାକ୍‌କୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ

ଇସ୍‌ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ...

ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷିଆ

ଓ୍ବାଶିଂଟନ,୧।୩: ୟୁକ୍ରେନ ଉପରେ ଆକ୍ରମଣର ୬ଷ୍ଠ ଦିନ ତଥା ସୋମବାର ରୁଷିଆ ଭାକ୍ୟୁମ ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି। ଏହି ଅସ୍ତ୍ରକୁ ବ୍ୟବହାର କରି...

ଆମେ ଥକି ଯାଇଛେ ହେଲେ କରୋନା ଥକିନି: ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା,୧୦ ।୧୧: କରୋନା ମହାମାରୀ କିଛି ଦେଶରେ କମ୍ ହୋଇଥିବା ବେଳେ ଆଉ କିଛି ଦେଶରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହାକୁ...

ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ

ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍‌ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍‌ଫ୍ରା...

ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ପ୍ୟୋଙ୍ଗୟାଙ୍ଗ,୧୯।୫: ଉତ୍ତର କୋରିଆରେ କରୋନା କାୟା ବିସ୍ତାର କରିଛି। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ପ୍ରାୟ ୨୦ ଲକ୍ଷରେ ପହଞ୍ଚିଛି। ଗତ...

Advertisement
Archives

Model This Week