ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା
ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ କାହାଣୀ ପାଲଟି ଯାଇଛି। ସରକାରୀ କାଗଜପତ୍ରରେ ସେ ମୃତ ଘୋଷିତ ହୋଇଛନ୍ତି। ନିଜକୁ ଜୀବିତ…
ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ
ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ ୯ଟା ମଧ୍ୟରେ ୪୦ ହଜାର ଜଳସଂରକ୍ଷଣ କୁଣ୍ଡ ନିର୍ମାଣ କରିଛନ୍ତି। ସାମାଜିକ ସଂସ୍ଥା ଶିବଗଙ୍ଗା…
୬ କିମିର ବହି ସଜାଇ ଗିନିଜ୍ ରେକର୍ଡ
ନ୍ୟୁୟର୍କ,୧।୩: କେତେକଙ୍କ ମଧ୍ୟରେ ରେକର୍ଡ କରିବା ନିଶା ରହିଥାଏ। ସେମାନେ ନିଜ କାମ ଦ୍ୱାରା ରେକର୍ଡ କରିବାକୁ ଉଦ୍ୟମ କରିଥାନ୍ତି। ନ୍ୟୁୟର୍କରେ କିଛି ସ୍ବେଚ୍ଛାସେବୀ ୬.୧୩ କିମିର ବହି ସଜାଇ ଏକ ନିଆରା ରେକର୍ଡ କରିଛନ୍ତି। ରେକର୍ଡ ପାଇଁ ‘ଦି ବୁକ୍…
ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍ ବା ବିସ୍କୁଟ ପ୍ରସ୍ତୁତ କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏ…
ସ୍ପାଇଡର୍ମ୍ୟାନଙ୍କ ସଫେଇ ଅଭିଯାନ
ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେଶି ସ୍ଥିତ ପେରପେର୍ର ନିବାସୀ ଅଟନ୍ତି ରୁଡି ହାର୍ଟୋନା। ସେ ଏକ କାଫେରେ କାମ କରନ୍ତି। ସେ ସବୁବେଳେ ନିଜ ଘରଠାରୁ ଆରମ୍ଭ କରି ନିଜ ଅଞ୍ଚଳକୁ ସଫା ରଖିବାକୁ ଚେଷ୍ଟା କରିଆସିଛନ୍ତି। ଏହି କାମରେ ଅନ୍ୟ ଲୋକଙ୍କୁ…
ଜୀବାଶ୍ମର ହେବ ରିସାଇକ୍ଲିଂ
ପ୍ରାଣୀଟିଏ ମରିଯାଏ। ତାକୁ ପୋଡ଼ିଦେଲେ ବା ପୋତିଦେଲେ ତାହା ନଷ୍ଟ ହୋଇଯାଏ। ଗଛଟିଏ ମରିଯାଏ। ତାହା ମାଟିରେ ମିଶିଯାଏ। ହେଲେ ବାସ୍ତବରେ ଏହି ପ୍ରାଣୀ ବା ଉଦ୍ଭିଦ କ’ଣ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଆନ୍ତି। ନା, ସେମିତି ଘଟେନା। ଗୋଟିଏ…
ନର୍କ ଗୁମ୍ଫା
ଭିଏତ୍ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍ ଫୁ ତଥା ହେଲ୍ କେଭ୍ ଭାବେ। ଏହା ମଧ୍ୟରେ ଅନେକ ଗୁମ୍ଫା ରହିଛି, ଯାହା ଭିତରେ ଅନେକ ଭୟଙ୍କର ରାକ୍ଷସ, ସଇତାନ, ମୃତ୍ୟୁର ବିଭିନ୍ନ…
କଦଳୀରେ କାରିଗରି
କଦଳୀ କେବଳ ଖାଇବା ପାଇଁ ନୁହେଁ ଏଥିରେ ସୁନ୍ଦର କଳାକୃତି ବି କରାଯାଇପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଫିଲିପାଇନ୍ସର ଗ୍ରାଫିକ ଡିଜାଇନର୍ ହନି। ସେ ନିଜର ଅବସର ସମୟରେ କଦଳୀ ଉପରେ କରନ୍ତି ବିଭିନ୍ନ ଅର୍ଗାନିକ୍ ଓ୍ବାର୍କ ବା ସୁନ୍ଦର…
ପର୍ଯ୍ୟଟନରେ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ: କେବେ ଯିବେ,କେମିତି ଯିବେ, କ’ଣ ଦେଖିବେ
ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଖାସ୍ କରି ଏଠାରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ। ତେଣୁ ଏହାକୁ ଏକ ହାତୀ ସଂରକ୍ଷଣ କେନ୍ଦ୍ର କହିଲେ ମଧ୍ୟ ଭୁଲ୍ ହେବନାହିଁ। ଆନ୍ଧ୍ରପ୍ରଦେଶସ୍ଥିତ…
ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି
ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍ ନିଯୁକ୍ତି ଦେବା ଲାଗି ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ ପ୍ରମୋଶନ ମିଳିଛି। ଏହା ସହିତ ସେନାରେ ଏହି ପଦବୀ ପାଇବାରେ କାନିତକର ପ୍ରଥମ ଦମ୍ପତି।…
ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍ ଅପରେଶନ୍
ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା ରହିଥାଏ। ତେବେ ଅଣ୍ଟାର୍କଟିକାରେ ଏକ ଛୋଟ ଜନବସତି ବିଲାସ ଲାସ୍ ଏଷ୍ଟ୍ରେଲାସ୍ରେ ରହିବା ଲାଗି…
ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ
ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା ସଂଗ୍ରହ ହୋଇଛି। ତେବେ ୪୦ କୋଟି ଟଙ୍କା କମ ପଡ଼ିବାରୁ ଆବଶ୍ୟକ ଟଙ୍କା ମାତ୍ର…

