Posted inଫୁରସତ

କଦଳୀରେ କାରିଗରି

କଦଳୀ କେବଳ ଖାଇବା ପାଇଁ ନୁହେଁ ଏଥିରେ ସୁନ୍ଦର କଳାକୃତି ବି କରାଯାଇପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଫିଲିପାଇନ୍ସର ଗ୍ରାଫିକ ଡିଜାଇନର୍‌ ହନି। ସେ ନିଜର ଅବସର ସମୟରେ କଦଳୀ ଉପରେ କରନ୍ତି ବିଭିନ୍ନ ଅର୍ଗାନିକ୍‌ ଓ୍ବାର୍କ ବା ସୁନ୍ଦର ଚିତ୍ର। ସେ ପୁଣି ଏକ ସାଧାରଣ ସେଫ୍ଟି ପିନ୍‌ ସାହାଯ୍ୟରେ। ମର୍ସିଡିଜ୍‌ ବେଞ୍ଜ, ସେଇକୋ, ୟାମାହା, ତାକାମାଇନ୍‌, କାରୋ, ଭଲ୍‌ଭୋ ପରି କମ୍ପାନୀରେ ହନି କାମ କରିଛନ୍ତି। ତେବେ ଏହାପୂର୍ବରୁ ହିଁ ସେ ଥିଲେ ବେଶ୍‌ ସୃଜନଶୀଳ। ସେ ସବୁବେଳେ ନିଜର ସୃଜନଶୀଳତାକୁ ବଢାଇବା ପାଇଁ ପ୍ରୟାସ କରି ଆସିଛନ୍ତି। ସେ କହନ୍ତି, ‘ମୁଁ ଯେତେବେଳେ କମ୍ପ୍ୟୁଟର ସାମ୍ନାରେ ନ ଥାଏ କିଛି ନା କିଛି ସୃଜନଶୀଳ କାମ କରିବାକୁ ଭଲ ପାଏ। ଖାସ୍‌କରି ଫଳରେ ଅନେକ କାରିଗରି କରେ। ତେବେ କଦଳୀରେ ବିଭିନ୍ନ କାରିଗରି କରିବାକୁ ମତେ ବେଶି ଭଲ ଲାଗିଥାଏ। ମୁଁ କଦଳୀର ଚୋପା ଉପରେ ସେଫ୍ଟିପିନ୍‌ ଫୋଡି ଫୋଡି ଚିତ୍ର କରିଥାଏ। ବାୟୁ ସଂସ୍ପର୍ଶରେ ଆସି ସେଗୁଡିକ କଳା ପଡି ଏକ ସୁନ୍ଦର ପେଣ୍ଟିଂ ପରି ଦେଖାଯାଏ। ଗୋଟିଏ ଚିତ୍ର କରିବାକୁ ମତେ ଦେଢରୁ ଦୁଇ ଘଣ୍ଟା ସମୟ ଲାଗିଥାଏ। ତା’ପରେ ଏହାର ଫଟୋ ଉଠାଏ। ଆଉ ପରେ କଦଳୀକୁ ଖାଇଦିଏ। ଏଥିରୁ ମତେ ବେଶ୍‌ ଆନନ୍ଦ ମିଳିଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri