Posted inଫୁରସତ

ଜୀବାଶ୍ମର ହେବ ରିସାଇକ୍ଲିଂ

ପ୍ରାଣୀଟିଏ ମରିଯାଏ। ତାକୁ ପୋଡ଼ିଦେଲେ ବା ପୋତିଦେଲେ ତାହା ନଷ୍ଟ ହୋଇଯାଏ। ଗଛଟିଏ ମରିଯାଏ। ତାହା ମାଟିରେ ମିଶିଯାଏ। ହେଲେ ବାସ୍ତବରେ ଏହି ପ୍ରାଣୀ ବା ଉଦ୍ଭିଦ କ’ଣ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଆନ୍ତି। ନା, ସେମିତି ଘଟେନା। ଗୋଟିଏ ପ୍ରାଣୀ ବା ଉଦ୍ଭିଦ ମରିଗଲା ପରେ ଆରମ୍ଭହୁଏ ଡିକମ୍ପୋଜିଶନ୍‌ ପ୍ରକ୍ରିୟା। ଆମେ ଦେଖୁ ତାହା ସମ୍ପୂର୍ଣ୍ଣ ମାଟିରେ ମିଶି ମାଟି ହୋଇଗଲା। ବାସ୍ତବରେ ଡିକମ୍ପୋଜିଶନ୍‌ ପ୍ରକ୍ରିୟାଟି ତାକୁ ଭିନ୍ନ ଏକ ରୂପକୁ ରୂପାନ୍ତରିତ କରିଦିଏ। ଜୀବାଶ୍ମ ସଜେଇ ଅୟୁତ କାଳ ଯାଏ ତାକୁ ପୃଥିବୀରେ ସାଇତିରଖେ। ଏବେ କ୍ୟାମ୍ବ୍ରିଜ୍‌ ସ୍ଥିତ ହାର୍ଭାଡ ୟୁନିଭର୍ସିଟିର ଗବେଷକମାନେ ଏକ ଚମକେଇ ଦବା ଭଳି କଥା ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ, ମୃତ ଜୀବ ବା ଉଦ୍ଭିଦର ରିସାଇକ୍ଲିଂ କରାଯାଇ ପାରିବ। ଶହଶହ ବା ହଜାର ହଜାର ବର୍ଷ ତଳର ଜୀବାଶ୍ମରେ ସାଇତା ହୋଇ ରହିଥିବା ଡି.ଏନ୍‌.ଏ.କୁ ରିସାଇକ୍ଲିଂ କରି ସେଥିରୁ ନୂଆ ଏକ ଉଦ୍ଭାବନ କରାଯାଇ ପାରିବ। ତେବେ ସେହି ଉଦ୍ଭାବନ କ’ଣ ହେବ ସେକଥା କହିବା ସମ୍ଭବ ନୁହେଁ। ଏହି ବିଷୟକୁ ନେଇ ହାର୍ଭାଡର ଗବେଷକମାନେ କାମ କରିବା ଆରମ୍ଭ କରିଦେଇଛନ୍ତି। ପୌରାଣିକ ମତବାଦ ଅନୁଯାୟୀ ଗୋଟିଏ ଜୀବର ଆତ୍ମା ମରେନା। ତାହା କୌଣସି ନା କୌଣସି ରୂପ ନେଇ ପୁଣିଥରେ ଆତ୍ମପ୍ରକାଶ କରେ। ଆମମାନଙ୍କ ପାଇଁ ଏହା କେବଳ ଗୋଟିଏ ପୌରାଣିକ କଥା। ଯଦି ହାର୍ଭାଡର ଗବେଷକମାନେ ରିସାଇକ୍ଲିଂ ଜରିଆରେ କିଛି ନୂଆ ଉଦ୍ଭାବନ କରନ୍ତି ଅର୍ଥାତ୍‌ ଗୋଟିଏ ଜୀବ ବା ଉଦ୍ଭିଦରୁ ଆଉ ଏକ ତତ୍ତ୍ୱର ସୃଷ୍ଟିହୁଏ ତା’ହେଲେ ଉପରୋକ୍ତ ପୌରାଣିକ କଥାଟି ଯେ ସତ୍ୟ ସେଥିରେ ଆଉ ସନ୍ଦେହ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri