Posted inଫୁରସତ

ପର୍ଯ୍ୟଟନରେ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ: କେବେ ଯିବେ,କେମିତି ଯିବେ, କ’ଣ ଦେଖିବେ

ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ। ତେଣୁ ଏହାକୁ ଏକ ହାତୀ ସଂରକ୍ଷଣ କେନ୍ଦ୍ର କହିଲେ ମଧ୍ୟ ଭୁଲ୍‌ ହେବନାହିଁ।

ଆନ୍ଧ୍ରପ୍ରଦେଶସ୍ଥିତ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ପରିଚିତ। ପ୍ରାୟ ୩୫୭ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢିଉଠିଥିବା ଏହି ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରରେ ପର୍ଯ୍ୟଟକ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌ କରି ଏଠାରେ ହାତୀଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିବାରୁ ସେମାନଙ୍କ ସଂଖ୍ୟା ଏଠି ଟିକେ ଅଧିକ ରହିଥାଏ। ସେହି ଦୃଷ୍ଟିରୁ ଏହାକୁ କେହି କେହି ହାତୀ ସଂରକ୍ଷଣ କେନ୍ଦ୍ର ବୋଲି ମଧ୍ୟ କହିଥାନ୍ତି।

ଇତିହାସ
ଇତିହାସରୁ ଯାହା ଜଣାଯାଏ, ପୂର୍ବେ ଏହି ସ୍ଥାନରେ ଗୋଟିଏ ହେଲେ ବି ହାତୀ ନ ଥିଲେ। କିନ୍ତୁ ଘଞ୍ଚ ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଏଠାକାର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ଧୀରେ ଧୀରେ ଅନ୍ୟ ଅଞ୍ଚଳରୁ ହାତୀମାନେ ଆସି ଏଠାରେ ସେମାନଙ୍କର ବଂଶ ବିସ୍ତାର କରିବାକୁ ଲାଗିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ସରକାର ଅବଗତ ହେବା ପରେ ସେମାନଙ୍କର ସୁରକ୍ଷା ପାଇଁ ଉଦ୍ୟମ କରିବା ସହ ଶେଷରେ ୧୯୯୦ ମସିହାରେ ଏଠାରେ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଗଢ଼ିବାରେ ସଫଳ ହୋଇଥିଲେ। ସେବେଠାରୁ ଏଠାରେ ହାତୀଙ୍କ ସମେତ ଅନ୍ୟ ପଶୁପକ୍ଷୀଙ୍କୁ ବି ସୁରକ୍ଷା ଦିଆଯାଇ ଆସୁଅଛି।

କେବେ ଯିବେ
ବର୍ଷର ଯେ କୌଣସି ସମୟରେ ଏହି ଅଭୟାରଣ୍ୟକୁ ଯିବାପାଇଁ ସୁବିଧା ରହିଛି। ତେବେ ପାଣିପାଗ ଦୃଷ୍ଟିକୋଣରୁ ଦେଖିଲେ ଖରାଦିନେ ଏଠାରେ ଟିକେ ଅଧିକ ଗରମ ଅନୁଭୂତ ହୋଇଥାଏ। ସେହିପରି ବର୍ଷାରେ ବୁଲିବାକୁ ବି ଅନେକେ ପସନ୍ଦ କରି ନଥାନ୍ତି। ତେଣୁ ଏସବୁକୁ ଧ୍ୟାନରେ ରଖି ଅକ୍ଟୋବରରୁ ମାର୍ଚ୍ଚ ହେଉଛି ଏଠାକୁ ଯିବାପାଇଁ ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଏହି ଅଭୟାରଣ୍ୟକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ଏହାର ନିକଟତମ ମୁଖ୍ୟ ବିମାନବନ୍ଦର ହେଉଛି ବାଙ୍ଗାଲୋର, ଯାହା ପ୍ରାୟ ୧୬୦ କି.ମି. ଦୂରରେ ଅବସ୍ଥିତ। ସେହିପରି ମୁଖ୍ୟ ରେଳଷ୍ଟେଶନ ହେଉଛି ଭେଲୋର କାଟପାଡି ଜଙ୍କଶନ୍‌, ଯାହା ପ୍ରାୟ ୬୫ କି.ମି. ଦୂରରେ ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଯିବାପାଇଁ ଟୁରିଷ୍ଟ ବସ୍‌ର ଭଲ ବ୍ୟବସ୍ଥା ଉପଲବ୍ଧ ଅଛି।

କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ଅନେକ ହାତୀଙ୍କୁ ଦେଖିବା ସହ ବହୁ ବିରଳ ପଶୁପକ୍ଷୀ ବି ଦେଖିବାର ସୁଯୋଗ ପାଇଥାନ୍ତି। ଯେମିତିକି ଚିତ୍ରାହରିଣ, ଭାଲୁ, ଚିତାବାଘ, ଚୌଶିଙ୍ଗା, ଶମ୍ବର, ଜଙ୍ଗଲୀ ଘୁଷୁରି, ଜଙ୍ଗଲୀ ବିଲେଇ, ଗଧିଆ, ଝିଙ୍କ, ଜଙ୍ଗଲୀ ମାଙ୍କଡ଼, ଜଙ୍ଗଲୀ କୁକୁଡା ଇତ୍ୟାଦି । ସେହିପରି ଏଠାରେ ଦେଖିବାକୁ ମିଳୁଥିବା ଚିତ୍ରା କଇଁଛ ହେଉଛି ଏଠାକାର ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ଅଭୟାରଣ୍ୟ ମଧ୍ୟରେ ଝରଣା ତଥା ଜଳାଶୟ ଥିବାରୁ, ବହୁ ବିଦେଶୀ ପକ୍ଷୀ ବି ଏଠାକୁ ଆକୃଷ୍ଟ ହୋଇ ଉଡି ଆସିଥାନ୍ତି। ସେଥିପାଇଁ ଏଠାରେ ବହୁ ବିଦେଶୀ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି ପର୍ଯ୍ୟଟକ।

ଅନ୍ୟାନ୍ୟ ଆକର୍ଷଣ

ଏହି ଅଭୟାରଣ୍ୟ ନିକଟରେ କଲ୍ୟାଣ ରେଭୁ ଏବଂ କାଇଗାଲ୍‌ ନାମକ ଦୁଇଟି ପ୍ରମୁଖ ଝରଣା ଦେଖିବାକୁ ମିଳିଥାଏ। ଜଙ୍ଗଲ ପରିବେଷ୍ଟିତ ଏହି ଝରଣା ନିକଟରେ ପିକ୍‌ନିକ୍‌ କରିବା ପାଇଁ ପର୍ଯ୍ୟଟକ ଖୁବ୍‌ ଭଲ ପାଇଥାନ୍ତି। ତେଣୁ କୌଣ୍ଡିନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବୁଲି ପଶୁପକ୍ଷୀଙ୍କୁ ଦେଖିବା ସହ ଉକ୍ତ ଝରଣା ନିକଟରେ ଆସି ପିକ୍‌ନିକ୍‌ କଲେ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri