ସୁନ୍ଦରଗଡ଼

ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁନ୍ଦରଗଡ,୨୫।୧୦(ଡି.ଏନ.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଭେଡାବାହାଲ ବଘିଆପଡା ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରୁ ମଙ୍ଗଳବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ କଲୋନୀ ପଡାର ଦେବୀ ଦାସ(୨୨)। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ମୁଣ୍ଡରେ…

ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ

ଲହୁଣୀପଡ଼ା,୨୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଛି। ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଇଡା…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ୨ ଶିକ୍ଷକଙ୍କ ନାମରେ ମାମଲା

କୁଆଁରମୁଣ୍ଡା,୨୩ା୧୦(ଡି.ଏନ୍‌.ଏ.): ଆବାସିକ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଥିବା ଗରିବ ଆଦିବାସୀ ଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ ନାମରେ ନିଜର କାମନା ଚରିତାର୍ଥ କରିବା ପାଇଁ ୨ ଶିକ୍ଷକ ପ୍ରଲୋଭିତ ପୂର୍ବକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ…

ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ,୨ ଗୁରୁତର

ରାଉରକେଲା ଅଫିସ, ୨୨।୧୦: ରାଉରକେଲା ପାନପୋଷ ଛକରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ମିଠା ଦୋକାନରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ତାହା…

ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ସୁନ୍ଦରଗଡ଼, ୨୨।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଥିବା ଏକ ଘରୋଇ କମ୍ପାନୀର ଚୂନପଥର ଖଣି ସମ୍ପ୍ରସାରଣ ସକାଶେ ଆବଶ୍ୟକ ହେଉଥିବା ଜମି ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଅଧଗ୍ରହଣ ପ୍ରକ୍ରିୟା ଚାଲିଛି। ଏହାକୁ ବିରୋଧ କରି ଶୁକ୍ରବାର ସୁନ୍ଦରଗଡ ଜିଲାପାଳଙ୍କ…

ଅବସରପ୍ରାପ୍ତ କନଷ୍ଟେବଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଆଁରମୁଣ୍ଡା,୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଦଲକି ପଞ୍ଚାୟତ କଲୋନୀପଡ଼ା ବସ୍ତିରେ କଲେବର ପ୍ରଧାନ(୬୨) ନାମକ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ସୂଚନା ଅନୁଯାୟୀ କଲୋନୀପଡା…

ଜମି ଅଧିଗ୍ରହଣକୁ ବିରୋଧ: ୭୦ କିମି ପଦଯାତ୍ରାରେ ଆସି ଧାରଣା ଦେଲେ ଆଦିବାସୀ

ସୁନ୍ଦରଗଡ଼,୨୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଥିବା ଏକ ଘରୋଇ କମ୍ପାନୀର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଦିବାସୀ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ ୧୮ ତାରିଖରୁ ରାଜଗାଙ୍ଗପୁର…

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୦।୧୦(ଡି.ଏନ୍‌.ଏ): ସୁନ୍ଦରଗଡ଼ ବନଖଣ୍ଡର ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ କୁଳବା ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗାଁର ରେଣୁକା ସାହୁ (୫୫)। ସେ ଭୋରରୁ ଶୌଚ ପାଇଁ ପାଖ ବିଲକୁ ଯାଉଥିବାବେଳେ…

ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ବଣାଇ, ୧୯।୧୦(ସ୍ବ.ପ୍ର.): ସ୍କୁଲକୁ ଶିକ୍ଷୟିତ୍ରୀ, ଶିକ୍ଷକ ଅଧିକାଂଶ ସମୟ ବିଳମ୍ବରେ ଆସୁଥିଲେ। ବିଳମ୍ବରେ ନ ଆସିବା ପାଇଁ ବାରମ୍ବାର ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ତାଗିଦ ସତ୍ତ୍ୱେ ମଙ୍ଗଳବାର ପୁଣି ସ୍କୁଲକୁ ବିଳମ୍ବରେ ଆସିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ସ୍କୁଲ ଗେଟରେ…

ସୀମାରେ ଅଟକିଛି ଶତାଧିକ କୋଇଲା ଟ୍ରକ୍‌

ଝାରସୁଗୁଡ଼ା ଅଫିସ/ସୁନ୍ଦରଗଡ଼/ହେମଗିର,୧୬ା୧୦(ଡି.ଏନ୍‌.ଏ.): କୋଇଲା ପରିବହନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର କୋଇଲା ଟ୍ରକ୍‌ଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାୟଗଡ଼ର ଟ୍ରେଲର ଆସୋସିଏଶନ ତରଫରୁ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ…

ଘରେ ଛାଡ଼ି ଦେବା ନାଁରେ ନାବାଳିକାଙ୍କୁ କରିଥିଲେ ବଳାତ୍କାର, ଏବେ ଭୋଗିବେ ୮ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧୫ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଗତ ୨୦୧୬ରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ଶନିବାର ଶୁଣାଣି କରି ବଣାଇ ବାଉଁରକେଲା ଗ୍ରାମର ଅଭିଯୁକ୍ତ ଅଲେଖ ପାତ୍ର(୩୬)ଙ୍କୁ…

ପୋଖରୀ ହୁଡ଼ାରେ ବିଷ ପିଇ ଜୀବନ ହାରିଲେ ମହିଳା, ପୁରୁଷ

ଲହୁଣୀପଡ଼ା,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ବଡପୁରୁଣାପାଣି ପଞ୍ଚାୟତ ନୂଆଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ମହିଳା ଓ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ନୂଆଗାଁର ଯୋଗେନ୍ଦ୍ର କିଷାନ(୪୮) ଓ ଗାୟିତ୍ରୀ କିଷାନ(୪୨)। ଯୋଗେନ୍ଦ୍ର ବିବାହିତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?