ଷ୍ଟିଲ ସିଟିରେ ନକଲି ସସ୍‌ ଫ୍ୟାକ୍‌ଟ୍ରି ଠାବ

ରାଉରକେଲା ଅଫିସ,୧୮ା୧୧:ଷ୍ଟିଲସିଟି ରାଉରକେଲାରେ ବହୁ ଦିନ ଧରି ନକଲି ସସ୍‌ କାରବାର କରୁଥିବା କେତେଜଣ ବ୍ୟବସାୟୀଙ୍କ ଉପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଏହି ଚଢାଉ ସମୟରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ମଧୁସୂଦନପାଲ୍ଲୀ ଅଞ୍ଚଳରେ ନକଲି ସସ୍‌ ଫ୍ୟାକ୍‌ଟ୍ରିକୁ ସ୍ବାସ୍ଥ୍ୟ ବିଭାଗ ଠାବ କରିଛି। ଏହି ନକଲି ସସ୍‌ ଫ୍ୟାକ୍‌ଟ୍ରି ବିନା ଲାଇସେନ୍ସରେ ଚାଲିଥିଲା। ଏଠାରେ ତିଆରି ହେଉଥିବା ସମସ୍ତ ପ୍ରକାର ସସ୍‌ ଅତି ନିମ୍ନମାନର। ଫଳରେ ବିଭାଗୀୟ ଅଧିକାରୀ ଉକ୍ତ ସସ୍‌ ଫ୍ୟାକ୍‌ଟ୍ରିକୁ ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍‌ କରିଛନ୍ତି। ସୂଚନାଯୋଗ୍ୟ, ମଧୁସୂଦନପାଲି ଅଞ୍ଚଳରେ ବଣ୍ଟୁ ସାହୁ ସପରିବାର ବାସ କରନ୍ତି। ସେ ଦୁର୍ଗାପୁର ପାହାଡ ତଳେ ଥିବା ଏକ ଅନାବାଦି ଜାଗାରେ ଆଜବେଷ୍ଟସ ପକାଇ ଏକ ସସ୍‌ ଫ୍ୟାକ୍‌ଟ୍ରି କରିଥିଲେ। ଏହି ସସ୍‌ ଫ୍ୟାକ୍‌ଟ୍ରିରେ ବଣ୍ଟୁ ପଚା ଟମାଟୋ, ଲାଉ, କଖାରୁ, ଆଳୁ ଭଳି ବିଭିନ୍ନ ଜିନିଷ ପକାଇ ସେଥିରେ କେମିକାଲ ଓ ରଙ୍ଗ ମିଶାଇ ସସ୍‌ ତିଆରି କରୁଥିଲେ। ଉକ୍ତ ସସ୍‌କୁ ବଣ୍ଟୁ ରାଉରକେଲା ବଜାରରେ ବୋତଲ ପିଛା ୩୦ ରୁ ୪୦ ଟଙ୍କା ଭିତରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ମାରି ବିକ୍ରି କରୁଥିଲେ। ଏହି ବିଷୟରେ କୌଣସି ବିଶେଷ ସୂତ୍ରରୁ ଆର୍‌ଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏସ୍‌.କେ. ପରିଡା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଉକ୍ତ ଫ୍ୟାକ୍‌ଟ୍ରିରୁ ନିମ୍ନମାନର ଅଢ଼େଇ କୁଇଣ୍ଟାଲ ସସ୍‌ ସହିତ ବିଭିନ୍ନ କମ୍ପାନୀର ଷ୍ଟିକରକୁ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଜବତ କରିଥିଲେ। ପରେ ରାଉରକେଲା ଅତିରିକ୍ତ ମାଜିଷ୍ଟ୍ରେଟ ବବିତା ମୁର୍ମୁଙ୍କ ଉପସ୍ଥିତିରେ ଲାଇସେନ୍ସ ନ ଥିବା ନକଲି ଫ୍ୟାକ୍‌ଟ୍ରିକୁ ତାଲା ପକାଇ ସିଲ୍‌ କରିଥିଲେ। ଏଥିସହ ବିଭାଗୀୟ ଅଧିକାରୀମାନେ ଉକ୍ତ ଫ୍ୟାକ୍‌ଟ୍ରିରେ ତିଆରି ହୋଇଥିବା ନିମ୍ନମାନର କିଛି ସସ୍‌ର ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲ୍ୟାବକୁ ମଧ୍ୟ ପଠାଇଥିଲେ। ଏହି ଚଢ଼ାଉ ସମୟରେ ଆର୍‌ଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା, ମୋନାଲିସା ଟପ୍ପୋ, ଦିଶା ଦେଙ୍କ ସହ ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ହକି ବିଶ୍ୱକପ ପୂର୍ବରୁ ଖାଦ୍ୟ ସୁରକ୍ଷା ନିମନ୍ତେ ଏଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧକାରୀ ସ୍ବାଗତିକା ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri