୩୦ ସୁଦ୍ଧା ହକି ଷ୍ଟାଡିୟମ, ବିମାନବନ୍ଦର କାର୍ଯ୍ୟ ଶେଷକର

ରାଉରକେଲା ଅଫିସ,୧୮ା୧୧:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ରାଉରକେଲାକୁ ଦିନିକିଆ ଗସ୍ତରେ ଆସି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ରାଉରକେଲା ବିମାନବନ୍ଦର ସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍‌ରେ କ୍ରୀଡା ଓ ଯୁବ ସେବା ସଚିବ ଆର. ଭିନିଲକିଷ୍ଣା ଓ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଉପସ୍ଥିତ ଥିଲେ। ଏହି ଟିମ୍‌ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ପରିଦର୍ଶନ କରି ଖେଳାଳିଙ୍କ ଡ୍ରେସିଂ ରୁମ, ଷ୍ଟାଡିୟମ୍‌ର ପ୍ୟାଭିଲିୟନ, ପାନୀୟ ଜଳ ବ୍ୟବସ୍ଥା, ପାର୍କିଂର ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ। ଏଥିସହ ଷ୍ଟାଡିୟମ ପରିସରରେ ନିର୍ମାଣ ହେଉଥିବା ଖେଳାଳିଙ୍କ ରହିବା ପାଇଁ ୨୨୫ ବିଶିଷ୍ଟ କକ୍ଷକୁ ମଧ୍ୟ ମୁଖ୍ୟ ଶାସନ ସଚିବ ମହାପାତ୍ର ଯାଞ୍ଚ କରିଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ରାଉରକେଲା ବିମାନବନ୍ଦରର ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ। ନଭେମ୍ବର ୩୦ ତାରିଖ ସୁଦ୍ଧା ହକି ଷ୍ଟାଡିୟମ ଓ ବିମାନବନ୍ଦର କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଉରକେଲା ବିମାନବନ୍ଦର ପ୍ରେକ୍ଷାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଭ୍ୟାସ ପଡ଼ିଆ ସହିତ ମୁଖ୍ୟ ଷ୍ଟାଡିୟମରେ ଟର୍ଫ ପଡିଯାଇଛି। ଦର୍ଶକ ଗ୍ୟାଲେରି ସହିତ ଖେଳାଳି ଓ ବିଭିନ୍ନ ଅଫିସିଆଲମାନଙ୍କ ପାଇଁ କରାଯାଇଥିବା ରହଣୀସ୍ଥଳ କାମ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଷ୍ଟାଡିୟମ କାମ ଶେଷ ହେବା ପରେ ସେଠାରେ ତୁରନ୍ତ ଅଭ୍ୟାସ ମ୍ୟାଚ କରାଯିବ। ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଆୟୋଜନ ହେଉଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ଦର୍ଶକଙ୍କ ପାଇଁ ଆଧୁନିକ ପାର୍କିଂସ୍ଥଳ, ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଭଳି ବିଭିନ୍ନ ଦିଗରେ ବ୍ୟବସ୍ଥା କରାଯାଇଛି। ଏଥିସହ ବାହାରେ ରହି ଖେଳ ଦେଖିବା ପାଇଁ ଦର୍ଶକଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ ବୋଲି ମହାପାତ୍ର କହିଥିଲେ। ସେହିଭଳି ବିମାନବନ୍ଦର ସମ୍ପପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ରାଉରକେଲାରେ ଖେଳା ହେବାକୁ ଥିବା ୨୦ଟି ମ୍ୟାଚର ଖେଳାଳିଙ୍କ ପାଇଁ ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ଚାର୍ଟର ବିମାନ ଚଳାଚଳ କରିବ। ଏଥିସହ ବିମାନ ବନ୍ଦରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ଉନ୍ନତୀକରଣ କରାଯାଉଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ଏହି ସମ୍ମିଳନୀରେ ସୁନ୍ଦରଗଡ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ, ରାଉରକେଲା ପୂର୍ତ୍ତ ବିଭାଗର ଅଧିକାରୀ ମନୋଜ ମହାନନ୍ଦଙ୍କ ସହ ଜିଲା ପ୍ରଶାସନ ଓ ଆରଏମ୍‌ସିର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?