‘ବାପାଙ୍କ ସହ ଦିନେ’ କାର୍ଯ୍ୟକ୍ରମ

ଲହୁଣୀପଡା,୧୬।୧୧(ଡି.ଏନ.ଏ.):  ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ରାଜାମୁଣ୍ତା ପଞ୍ଚାୟତ ମିଶରପାଲିସ୍ଥିତ ଯୋଗମାୟା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ପରିସରରେ ରାଜାମୁଣ୍ଡା ବୋଲ ବମ୍‌ ସେବା ସଂଘ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ ‘ବାପାଙ୍କ ସହ ଦିନେ’ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସୁଦାମ ଚରଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ା ମୁଖ୍ୟଅତିଥି ଭାବେ ବଣାଇଁ ଉପଜିଲାପାଳ ସୁରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ର ଦେଓ ଦେବ, ଡା ଭୂଳେଶ୍ବର ପ୍ରଧାନ,ଯୋଗଗୁରୁ ପୁରେନ୍ଦର ଭାଇ, ମହିଳା ଯୋଗମାୟା କଲେଜ ଅଧ୍ୟକ୍ଷା ଝରଣା ପ୍ରଧାନ, ଯୁଧିଷ୍ଠିର ତ୍ରିପାଠୀ,ମାଣିକଲାଲ ଜୟସ୍ବାଲ ଏବଂ ମୁଖ୍ୟବକ୍ତା ଭାବେ ଭିଜିଲାନ୍ସ ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ବାଇଁ ଯୋଗ ଦେଇଥିଲେ। କୁମାର ଗୌତମ ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ଜିତ୍‌ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥିମାନେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରିବାରରେ ମା’ ପରି ବାପାଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି ା ନିଜ ସନ୍ତାନର ସଫଳତାରେ ଖୁସି ହେଉଥିବା ମଣିଷ ହେଲେ ବାପା। ମାତ୍ର ଆଜିର ସମାଜରେ କେତେକ ପରିବାରରେ ବାପାଙ୍କୁ ବୃଦ୍ଧ କାଳରେ ବୃଦ୍ଧାଶ୍ରମ ଦେଖିବାକୁ ପଡୁଛି। ବାପ ଅପାଠୁଆ ହୋଇ ବି ଛିଣ୍ତା ଚପଲ ପିନ୍ଧି ଭଲ କରି ଗଣ୍ଡେ ନ ଖାଇ ନିଜ ପିଲାଙ୍କୁ ଭଲ ବିଦ୍ୟାଳୟରେ ପଢାଇବା ପାଇଁ ନିଜର ସବ ସ୍ବର୍ ଜଳାଞ୍ଜଳି ଦେବାକୁ ପଛାଇ ନ ଥାଏ ା ହେଲେ ପୁଅ ଉଚ୍ଚ ଶିକ୍ଷିତ ହୋଇ ବଡ ଚାକିରି କଲା ପରେ ବଦଳି ଯାଉଛି ା ଯାହା ଫଳରେ ଜଣେ ବାପାଙ୍କୁ ବଞ୍ଚତ୍ବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଏପରି କି ବୃଦ୍ଧାଶ୍ରମରେ ଶେଷ ଜୀବନ କାଟିବାକୁ ପଡୁଛି। ବିଭିନ୍ନ କାରଣରୁ ଆଜିର ଯୁବପୀଢି ମଧ୍ୟରେ ଏପରି ମନୋଭାବ ସୃଷ୍ଟି ହେବା ନେଇ ଉପସ୍ଥିତ ଅତିଥିମାନେ ଚିନ୍ତା ବ୍ୟକ୍ତ କରିଥିଲେ ା ଅଧୁନା ଯୁବ ସମାଜ ଆଧ୍ୟାତ୍ମିକ ଚେତନା ଏବଂ ସଂସ୍କାର ଆପଣାଇଲେ ହିଁ ଯୁବ ସମାଜର ସ୍ବଭାବ ପରିବର୍ତ୍ତନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବୟସ ଗଡିଲା ପରେ ଶରୀର କିଭଳି ସୁସ୍ଥ ରହିବ ସେ ସମ୍ପର୍କରେ ଡା ଭୂଳେଶ୍ବର ପ୍ରଧାନ ଏବଂ ଯୋଗ ଗୁରୁ ପୁରେନ୍ଦର ଭାଇ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନେ ଉପସ୍ଥିତ ବାପାମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ଆଖି ସୁସ୍ଥ ରହିବା ପାଇଁ ଓଷଧ ମଧ୍ୟ ବାପାମାନଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ତଥା ବିଦ୍ୟାଳୟ ଛାତ୍ରୀମାନେ ଯୋଗ ଦେଇଥିଲେ। ବୋଲବମ୍‌ ସେବା ସଂଘର କାର୍ଯ୍ୟକର୍ତ୍ତା ବିକ୍ରମ, ରାଜା, ଦିପକ, ମିଥୁନ, ରମେଶ, ବିକାଶ, ଗୋବିନ୍ଦ, ଜନ୍ମେଜୟ, ଅମିତଙ୍କ ସମେତ ଯୋଗମାୟା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ତଥା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri