‘ବାପାଙ୍କ ସହ ଦିନେ’ କାର୍ଯ୍ୟକ୍ରମ

ଲହୁଣୀପଡା,୧୬।୧୧(ଡି.ଏନ.ଏ.):  ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ରାଜାମୁଣ୍ତା ପଞ୍ଚାୟତ ମିଶରପାଲିସ୍ଥିତ ଯୋଗମାୟା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ପରିସରରେ ରାଜାମୁଣ୍ଡା ବୋଲ ବମ୍‌ ସେବା ସଂଘ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ ‘ବାପାଙ୍କ ସହ ଦିନେ’ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସୁଦାମ ଚରଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ା ମୁଖ୍ୟଅତିଥି ଭାବେ ବଣାଇଁ ଉପଜିଲାପାଳ ସୁରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ବଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ର ଦେଓ ଦେବ, ଡା ଭୂଳେଶ୍ବର ପ୍ରଧାନ,ଯୋଗଗୁରୁ ପୁରେନ୍ଦର ଭାଇ, ମହିଳା ଯୋଗମାୟା କଲେଜ ଅଧ୍ୟକ୍ଷା ଝରଣା ପ୍ରଧାନ, ଯୁଧିଷ୍ଠିର ତ୍ରିପାଠୀ,ମାଣିକଲାଲ ଜୟସ୍ବାଲ ଏବଂ ମୁଖ୍ୟବକ୍ତା ଭାବେ ଭିଜିଲାନ୍ସ ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ବାଇଁ ଯୋଗ ଦେଇଥିଲେ। କୁମାର ଗୌତମ ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ଜିତ୍‌ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥିମାନେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରିବାରରେ ମା’ ପରି ବାପାଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି ା ନିଜ ସନ୍ତାନର ସଫଳତାରେ ଖୁସି ହେଉଥିବା ମଣିଷ ହେଲେ ବାପା। ମାତ୍ର ଆଜିର ସମାଜରେ କେତେକ ପରିବାରରେ ବାପାଙ୍କୁ ବୃଦ୍ଧ କାଳରେ ବୃଦ୍ଧାଶ୍ରମ ଦେଖିବାକୁ ପଡୁଛି। ବାପ ଅପାଠୁଆ ହୋଇ ବି ଛିଣ୍ତା ଚପଲ ପିନ୍ଧି ଭଲ କରି ଗଣ୍ଡେ ନ ଖାଇ ନିଜ ପିଲାଙ୍କୁ ଭଲ ବିଦ୍ୟାଳୟରେ ପଢାଇବା ପାଇଁ ନିଜର ସବ ସ୍ବର୍ ଜଳାଞ୍ଜଳି ଦେବାକୁ ପଛାଇ ନ ଥାଏ ା ହେଲେ ପୁଅ ଉଚ୍ଚ ଶିକ୍ଷିତ ହୋଇ ବଡ ଚାକିରି କଲା ପରେ ବଦଳି ଯାଉଛି ା ଯାହା ଫଳରେ ଜଣେ ବାପାଙ୍କୁ ବଞ୍ଚତ୍ବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଏପରି କି ବୃଦ୍ଧାଶ୍ରମରେ ଶେଷ ଜୀବନ କାଟିବାକୁ ପଡୁଛି। ବିଭିନ୍ନ କାରଣରୁ ଆଜିର ଯୁବପୀଢି ମଧ୍ୟରେ ଏପରି ମନୋଭାବ ସୃଷ୍ଟି ହେବା ନେଇ ଉପସ୍ଥିତ ଅତିଥିମାନେ ଚିନ୍ତା ବ୍ୟକ୍ତ କରିଥିଲେ ା ଅଧୁନା ଯୁବ ସମାଜ ଆଧ୍ୟାତ୍ମିକ ଚେତନା ଏବଂ ସଂସ୍କାର ଆପଣାଇଲେ ହିଁ ଯୁବ ସମାଜର ସ୍ବଭାବ ପରିବର୍ତ୍ତନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବୟସ ଗଡିଲା ପରେ ଶରୀର କିଭଳି ସୁସ୍ଥ ରହିବ ସେ ସମ୍ପର୍କରେ ଡା ଭୂଳେଶ୍ବର ପ୍ରଧାନ ଏବଂ ଯୋଗ ଗୁରୁ ପୁରେନ୍ଦର ଭାଇ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନେ ଉପସ୍ଥିତ ବାପାମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ଆଖି ସୁସ୍ଥ ରହିବା ପାଇଁ ଓଷଧ ମଧ୍ୟ ବାପାମାନଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ତଥା ବିଦ୍ୟାଳୟ ଛାତ୍ରୀମାନେ ଯୋଗ ଦେଇଥିଲେ। ବୋଲବମ୍‌ ସେବା ସଂଘର କାର୍ଯ୍ୟକର୍ତ୍ତା ବିକ୍ରମ, ରାଜା, ଦିପକ, ମିଥୁନ, ରମେଶ, ବିକାଶ, ଗୋବିନ୍ଦ, ଜନ୍ମେଜୟ, ଅମିତଙ୍କ ସମେତ ଯୋଗମାୟା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ତଥା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri