ବାଦାମ ଲଡୁ କାରଖାନାରେ ଚଢ଼ାଉ

ରାଉରକେଲା ଅଫିସ,୧୯।୧୧: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଦୀର୍ଘଦିନ ଧରି ଅସ୍ବାସ୍ଥ୍ୟକର ପରିବେଶରେ ଚିକି ଓ ବାଦାମ ଲଡୁ ତିଆରି କରୁଥିବା ଏକ କାରଖାନାରେ ଆରଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ଶୁକ୍ରବାର ଚଢ଼ାଉ କରିଛି। ଚଢାଉ ସମୟରେ ବିଭାଗୀୟ ଅଧିକାରୀମାନେ କାରଖାନା ଭିତରୁ ୫ କୁଇଣ୍ଟାଲ ନିମ୍ନମାନର ବାଦାମ ଲଡୁ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।
ଉଦିତନଗର ସ୍ଥିତ ଓରାମପଡା ଅଞ୍ଚଳରେ ବିଜୟଲକ୍ଷ୍ମୀ ସୁଇଟ୍‌ ନାମରେ ଏକ କାରଖାନା ରହିଛି। ଏହି କାରଖାନାରେ ଅସ୍ବାସ୍ଥ୍ୟକର ପରିବେଶରେ ବାଦାମ ଲଡୁ ତିଆରି କରାଯାଉଥିବାବେଳେ ୩ ମାସ ତଳେ ଆରଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା। ମାତ୍ର କାରଖାନା କର୍ତ୍ତୃପକ୍ଷ ଉକ୍ତ ନୋଟିସକୁ ବେଖାତିର ଚିକି ଓ ବାଦାମ ଲଡୁ ତିଆରି କରି ସହରରେ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ। କାରଖାନାରେ ତିଆରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଗୁଡିକ ଅତି ନିମ୍ନମାନର ହୋଇଥିବା ଆରଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଏସ୍‌.କେ ପରିଡା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ କାରଖାନାର କୌଣସି ଲାଇସେନ୍ସ ନ ଥିବାବେଳେ ନକଲି ଗୁଡ, ପୋଡାତେଲ, ପୋକାବାଦାମ ଓ ନିମ୍ନମାନର ମଇଦାକୁ ଜବତ କରାଯାଇଥିଲା। ପରେ ରାଉରକେଲା ଅତିରିକ୍ତ ମାଜିଷ୍ଟ୍ରେଟ୍‌ ବବିତା ମୁର୍ମୁଙ୍କ ଉପସ୍ଥିତିରେ କାରଖାନାକୁ ସିଲ୍‌ କରାଯାଇଥିଲା। ଏଥିସହ ବିଭାଗୀୟ ଅଧିକାରୀମାନେ ଉକ୍ତ ଫ୍ୟାକ୍ଟ୍ରିରେ ତିଆରି ହୋଇଥିବା ନିମ୍ନମାନର ବାଦାମ ଲଡୁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲ୍ୟାବ୍‌କୁ ପଠାଇଥିଲେ। ଆରଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା, ମୋନାଲିସା ଟପୋ, ଦିଷା ଦେଙ୍କ ସମେତ ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ହକି ବିଶ୍ୱକପ୍‌ ପୂର୍ବରୁ ଖାଦ୍ୟ ସୁରକ୍ଷା ନିମନ୍ତେ ଏଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ବେହେରା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ମଧୁସୂଦନପାଲି ଅଞ୍ଚଳରେ ଥିବା ଏକ ନକଲି ସସ୍‌ ଫ୍ୟାକ୍ଟ୍ରିରେ ଆରଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଢ଼େଇ କୁଇଣ୍ଟାଲ ନକଲି ସସ୍‌ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?