ମାଣ୍ଡିଆ ଚାଷ ଦେଲା ସ୍ବତନ୍ତ୍ର ପରିଚୟ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମ ପଞ୍ଚାୟତର ଏକ ରାଜସ୍ବ ଗ୍ରାମ ହେଉଛି ରୂପାବାହାଲ। ଦିନେ କୌଣସି ସ୍ବତନ୍ତ୍ର ପରିଚୟ ପାଇ ନ ଥିବା ଏହି ଗ୍ରାମଟି ଆଜି ମାଣ୍ଡିଆ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି ସମଗ୍ର ଜିଲାରେ। ଓଡ଼ିଶା ମିଲେଟ ମିଶନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକର ମିଳିତ ଉଦ୍ୟମରେ ରୂପାବାହାଲ ଗ୍ରାମର ୨୦ ଚାଷୀ ମାଣ୍ଡିଆ ଚାଷରୁ ଉପକୃତ ହୋଇଥିବା ବେଳେ ଏହାର ମଙ୍ଗୁଆଳ ସାଜି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଦୁଇ ଭାଇ ଗୋବିନ୍ଦ ରୋହିଦାସ ଓ ଶତ୍ରୁଘ୍ନ ରୋହିଦାସ। ନିଜର ଆଗ୍ରହ, ପରିଶ୍ରମ ବଳରେ ସଫଳ ମାଣ୍ଡିଆ ଚାଷୀ ହେବା ସଙ୍ଗେ ସଙ୍ଗେ ସାଜିଛନ୍ତି ରୂପାବାହାଲ ଗ୍ରାମର ସୁନା ଚାଷୀ। ଏହି ରୋହିଦାସ ଭାତୃଦ୍ୱୟଙ୍କ ୨ ବର୍ଷ ପୂର୍ବରୁ ମୁଖ୍ୟ ଜୀବିକାର ପନ୍ଥା ଥିଲା ଧାନ ଚାଷ। ସୁନ୍ଦରଗଡ଼ ଜିଲାରେ ଜିଲା ଖଣିଜ ପାଣ୍ଠି ସହାୟତାରେ ଓଡିଶା ମିଲେଟ ମିଶନର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଟାଙ୍ଗରପାଲି ବ୍ଲକ ପାଇଁ ସେବକକୁ ସହଯୋଗୀ ଅନୁଷ୍ଠାନ ଭାବରେ ଚୟନ କରାଯାଇଥିଲା। ସେବକର ବ୍ଲକ ସଂଯୋଜକ ଠଣସୁନ୍ଦର ଗନ୍ଧା, ସହକାରୀ ବ୍ଲକ ସଂଯୋଜକ ଅମୀୟରଞ୍ଜନ ଲେଙ୍କା, ଗୋଷ୍ଠୀ କର୍ମୀ ଆକାଶ ଚୌଧୁରୀଙ୍କ ଅକ୍ଲାନ୍ତ ଉଦ୍ୟମ, ନିରନ୍ତର ପ୍ରବର୍ତ୍ତନା ଦ୍ୱାରା ୨୦୨୧-୨୨ ଖରିଫ ଋତୁରେ ଟାଙ୍ଗରପାଲି ବ୍ଲକର ୭୯୩ ଜଣ ଚାଷୀ ୩୨୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିଲେ। ସେମାନଙ୍କ ମଧ୍ୟରୁ ରୂପାବାହାଲ ଗ୍ରାମର ଗୋବିନ୍ଦ ରୋହିଦାସ ୩.୫ ଏକରରୁ ୩୩ କୁଇଣ୍ଟାଲ ଓ ଶତ୍ରୁଘ୍ନ ରୋହିଦାସ ୩ ଏକରରୁ ୨୯ କୁଇଣ୍ଟାଲ ମାଣ୍ଡିଆ ଅମଳ କରିଥିଲେ। ନିଜ ପରିବାରକୁ ପୁଷ୍ଟିଶସ୍ୟ ଯୋଗାଇବାକୁ ନିଜସ୍ବ ବ୍ୟବହାର ପାଇଁ ମାଣ୍ଡିଆ ରଖି ଗୋବିନ୍ଦ ୩୧ କୁଇଣ୍ଟାଲ ବିକ୍ରିକରି ୧.୧୭ ଲକ୍ଷ ଓ ଶତ୍ରୁଘ୍ନ ୨୭ କୁଇଣ୍ଟାଲ ବିକ୍ରିକରି ୧୦୧୯୭୯ ଟଙ୍କା ରୋଜଗାର କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପ୍ରଥମେ କେବଳ ଧାନ ଚାଷ କରି ନିଜର ଜୀବିକା ନିର୍ବାହ କରୁଥିବାବେଳେ ବର୍ଷାର ଅନିୟମିତତା ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆଶାଜନକ ଲାଭ ପାଉ ନ ଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକରୁ ମାର୍ଗଦର୍ଶନ ପାଇ ଗୋବିନ୍ଦ ଓ ଶତ୍ରୁଘ୍ନ ବିଭିନ୍ନ ବିଲାତି, ବାଇଗଣ, ଝୁଡଙ୍ଗ, କାକୁଡି, ବନ୍ଧାକୋବି, ଫୁଲକୋବି, ଆଳୁ ଓ ପିଆଜ ଇତ୍ୟାଦି ପନିପରିବା ଚାଷ ସଙ୍ଗେ ସଙ୍ଗେ ଧାନ ଓ ମାଣ୍ଡିଆ ଚାଷ କରି ବାର୍ଷିକ ୮ ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ନିଜର ସଫଳତା ପାଇଁ ଗୋବିନ୍ଦ ଓ ଶତ୍ରୁଘ୍ନ କହନ୍ତି, ଆମ୍ଭ ଦୁଇ ଭାଇଙ୍କ ୧୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ଥିଲେ ମଧ୍ୟ ଆମେ କେବଳ ଧାନ ଚାଷ କରି ଅତି କମ ଲାଭ ପାଉଥିଲୁ। ଧାନ ଚାଷରୁ ମାତ୍ର ୬ ମାସ ପାଇଁ ଆୟ ହେଉଥିବାବେଳେ ଅନ୍ୟ ସମୟରେ ମଜୁରି କାମ କରି ପରିବାର ପ୍ରତିପୋଷଣ କରୁଥିଲୁ। ସେବକର କର୍ମକର୍ତ୍ତାଙ୍କ ମାର୍ଗଦର୍ଶନ ତଥା କୃଷି ବିଭାଗ ଓ ମିଳେଟ ମିଶନର ଅଧିକାରୀଙ୍କ ପରାମର୍ଶ ଆମକୁ ମର୍ଯ୍ୟାଦାପୂର୍ଣ୍ଣ ଜୀବିକା ଯୋଗାଇବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଭାବରେ ସ୍ବାବଲମ୍ବୀ କରିପାରିଛି। ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକଙ୍କ ମତରେ ଗୋବିନ୍ଦ ଓ ଶତ୍ରୁଘ୍ନଙ୍କ ପରିଶ୍ରମ ଓ ନୂଆ କିଛି କରିବାର ଜିଜ୍ଞାସା ସେମାନଙ୍କୁ ସ୍ବାବଲମ୍ବୀ କରିବା ସଙ୍ଗେ ସଙ୍ଗେ ଏକ ଆଦର୍ଶ ଚାଷୀର ପରିଚୟ ପ୍ରଦାନ କରିଛି। ସେଥିନିମନ୍ତେ ତାଙ୍କୁ ଗାଁ ଲୋକମାନେ କହୁଛନ୍ତି ରୂପାବାହାଲର ସୁନାଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri