ମାଣ୍ଡିଆ ଚାଷ ଦେଲା ସ୍ବତନ୍ତ୍ର ପରିଚୟ

ସୁନ୍ଦରଗଡ଼,୧୨।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମ ପଞ୍ଚାୟତର ଏକ ରାଜସ୍ବ ଗ୍ରାମ ହେଉଛି ରୂପାବାହାଲ। ଦିନେ କୌଣସି ସ୍ବତନ୍ତ୍ର ପରିଚୟ ପାଇ ନ ଥିବା ଏହି ଗ୍ରାମଟି ଆଜି ମାଣ୍ଡିଆ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି ସମଗ୍ର ଜିଲାରେ। ଓଡ଼ିଶା ମିଲେଟ ମିଶନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକର ମିଳିତ ଉଦ୍ୟମରେ ରୂପାବାହାଲ ଗ୍ରାମର ୨୦ ଚାଷୀ ମାଣ୍ଡିଆ ଚାଷରୁ ଉପକୃତ ହୋଇଥିବା ବେଳେ ଏହାର ମଙ୍ଗୁଆଳ ସାଜି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଦୁଇ ଭାଇ ଗୋବିନ୍ଦ ରୋହିଦାସ ଓ ଶତ୍ରୁଘ୍ନ ରୋହିଦାସ। ନିଜର ଆଗ୍ରହ, ପରିଶ୍ରମ ବଳରେ ସଫଳ ମାଣ୍ଡିଆ ଚାଷୀ ହେବା ସଙ୍ଗେ ସଙ୍ଗେ ସାଜିଛନ୍ତି ରୂପାବାହାଲ ଗ୍ରାମର ସୁନା ଚାଷୀ। ଏହି ରୋହିଦାସ ଭାତୃଦ୍ୱୟଙ୍କ ୨ ବର୍ଷ ପୂର୍ବରୁ ମୁଖ୍ୟ ଜୀବିକାର ପନ୍ଥା ଥିଲା ଧାନ ଚାଷ। ସୁନ୍ଦରଗଡ଼ ଜିଲାରେ ଜିଲା ଖଣିଜ ପାଣ୍ଠି ସହାୟତାରେ ଓଡିଶା ମିଲେଟ ମିଶନର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଟାଙ୍ଗରପାଲି ବ୍ଲକ ପାଇଁ ସେବକକୁ ସହଯୋଗୀ ଅନୁଷ୍ଠାନ ଭାବରେ ଚୟନ କରାଯାଇଥିଲା। ସେବକର ବ୍ଲକ ସଂଯୋଜକ ଠଣସୁନ୍ଦର ଗନ୍ଧା, ସହକାରୀ ବ୍ଲକ ସଂଯୋଜକ ଅମୀୟରଞ୍ଜନ ଲେଙ୍କା, ଗୋଷ୍ଠୀ କର୍ମୀ ଆକାଶ ଚୌଧୁରୀଙ୍କ ଅକ୍ଲାନ୍ତ ଉଦ୍ୟମ, ନିରନ୍ତର ପ୍ରବର୍ତ୍ତନା ଦ୍ୱାରା ୨୦୨୧-୨୨ ଖରିଫ ଋତୁରେ ଟାଙ୍ଗରପାଲି ବ୍ଲକର ୭୯୩ ଜଣ ଚାଷୀ ୩୨୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିଲେ। ସେମାନଙ୍କ ମଧ୍ୟରୁ ରୂପାବାହାଲ ଗ୍ରାମର ଗୋବିନ୍ଦ ରୋହିଦାସ ୩.୫ ଏକରରୁ ୩୩ କୁଇଣ୍ଟାଲ ଓ ଶତ୍ରୁଘ୍ନ ରୋହିଦାସ ୩ ଏକରରୁ ୨୯ କୁଇଣ୍ଟାଲ ମାଣ୍ଡିଆ ଅମଳ କରିଥିଲେ। ନିଜ ପରିବାରକୁ ପୁଷ୍ଟିଶସ୍ୟ ଯୋଗାଇବାକୁ ନିଜସ୍ବ ବ୍ୟବହାର ପାଇଁ ମାଣ୍ଡିଆ ରଖି ଗୋବିନ୍ଦ ୩୧ କୁଇଣ୍ଟାଲ ବିକ୍ରିକରି ୧.୧୭ ଲକ୍ଷ ଓ ଶତ୍ରୁଘ୍ନ ୨୭ କୁଇଣ୍ଟାଲ ବିକ୍ରିକରି ୧୦୧୯୭୯ ଟଙ୍କା ରୋଜଗାର କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପ୍ରଥମେ କେବଳ ଧାନ ଚାଷ କରି ନିଜର ଜୀବିକା ନିର୍ବାହ କରୁଥିବାବେଳେ ବର୍ଷାର ଅନିୟମିତତା ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆଶାଜନକ ଲାଭ ପାଉ ନ ଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକରୁ ମାର୍ଗଦର୍ଶନ ପାଇ ଗୋବିନ୍ଦ ଓ ଶତ୍ରୁଘ୍ନ ବିଭିନ୍ନ ବିଲାତି, ବାଇଗଣ, ଝୁଡଙ୍ଗ, କାକୁଡି, ବନ୍ଧାକୋବି, ଫୁଲକୋବି, ଆଳୁ ଓ ପିଆଜ ଇତ୍ୟାଦି ପନିପରିବା ଚାଷ ସଙ୍ଗେ ସଙ୍ଗେ ଧାନ ଓ ମାଣ୍ଡିଆ ଚାଷ କରି ବାର୍ଷିକ ୮ ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ନିଜର ସଫଳତା ପାଇଁ ଗୋବିନ୍ଦ ଓ ଶତ୍ରୁଘ୍ନ କହନ୍ତି, ଆମ୍ଭ ଦୁଇ ଭାଇଙ୍କ ୧୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ଥିଲେ ମଧ୍ୟ ଆମେ କେବଳ ଧାନ ଚାଷ କରି ଅତି କମ ଲାଭ ପାଉଥିଲୁ। ଧାନ ଚାଷରୁ ମାତ୍ର ୬ ମାସ ପାଇଁ ଆୟ ହେଉଥିବାବେଳେ ଅନ୍ୟ ସମୟରେ ମଜୁରି କାମ କରି ପରିବାର ପ୍ରତିପୋଷଣ କରୁଥିଲୁ। ସେବକର କର୍ମକର୍ତ୍ତାଙ୍କ ମାର୍ଗଦର୍ଶନ ତଥା କୃଷି ବିଭାଗ ଓ ମିଳେଟ ମିଶନର ଅଧିକାରୀଙ୍କ ପରାମର୍ଶ ଆମକୁ ମର୍ଯ୍ୟାଦାପୂର୍ଣ୍ଣ ଜୀବିକା ଯୋଗାଇବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଭାବରେ ସ୍ବାବଲମ୍ବୀ କରିପାରିଛି। ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକଙ୍କ ମତରେ ଗୋବିନ୍ଦ ଓ ଶତ୍ରୁଘ୍ନଙ୍କ ପରିଶ୍ରମ ଓ ନୂଆ କିଛି କରିବାର ଜିଜ୍ଞାସା ସେମାନଙ୍କୁ ସ୍ବାବଲମ୍ବୀ କରିବା ସଙ୍ଗେ ସଙ୍ଗେ ଏକ ଆଦର୍ଶ ଚାଷୀର ପରିଚୟ ପ୍ରଦାନ କରିଛି। ସେଥିନିମନ୍ତେ ତାଙ୍କୁ ଗାଁ ଲୋକମାନେ କହୁଛନ୍ତି ରୂପାବାହାଲର ସୁନାଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri