Advertisement

ରେଲ୍‌ୱେ ସାଇଡିଂ ମ୍ୟାନେଜରଙ୍କୁ ହତ୍ୟା

ଟେନ୍‌ସା/ଲହୁଣୀପଡ଼ା,୭।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ରେଲ୍‌ୱେ ସାଇଡିଂଠାରେ ଏକ ଘରୋଇ ଖଣି କମ୍ପାନୀରେ କାମ କରୁଥିବା ମୋତିରାମ ପାଲ(୫୯)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସୋମବାର ସକାଳେ ଲହୁଣୀପଡ଼ା ଥାନା ଓ ଟେନ୍‌ସା ଫାଣ୍ଡି ପୋଲିସ ସମେତ ସାଇଣ୍ଟିଫିକ ଦଳ ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାରୀ ଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।
ସୂଚନାଯୋଗ୍ୟ, ମୋତିରାମ ଘରୋଇ ଖଣି କମ୍ପାନୀର ବରସୁଆଁ ରେଲ୍‌ୱେ ସାଇଡିଂ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇବା ସହିତ କମ୍ପାନୀ ଗେଷ୍ଟ ହାଉସରେ ଏକୁଟିଆ ରହୁଥିଲେ। ପ୍ରତ୍ୟେକ ଦିନ ପରି ରବିବାର ରାତିରେ ମଧ୍ୟ ସେ କାମ ସାରି ବରସୁଆଁ ସ୍ଥିତ କମ୍ପାନୀ ଗେଷ୍ଟ ହାଉସକୁ ଯାଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁହାଛଡ଼ରେ ପିଟି ହତ୍ୟା କରିଥିଲେ। ସୋମବାର ସକାଳୁ ରୋଷେୟା ଚା’ ଦେବା ପାଇଁ ଯାଇଥିବା ବେଳେ ହତ୍ୟାକାଣ୍ଡ ଦେଖି ସମସ୍ତଙ୍କୁ ସୂଚନା ଦେଇଥିଲେ। ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ସାମ୍ନାକୁ ଆସି ନ ଥିଲେ ମଧ୍ୟ ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଲହୁଣୀପଡ଼ା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି।...

ଆସନ୍ତା ୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ପରୀକ୍ଷା: ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

କଟକ ଅଫିସ,୪।୧୧: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା...

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ...

ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍‌

ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍‌ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ...

ଗ୍ୟାସ୍‌ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ଜରପଡ଼ାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ରବିବାର ସକାଳେ ଜରପଡ଼ା ବସ୍‌ଷ୍ଟାଣ୍ଡ...

କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବିଧାୟିକା

କବିସୂର୍ଯ୍ୟନଗର,୨୮ା୫-କବିସୂର୍ଯ୍ୟନଗରରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଗୁରୁବାର ବିଧାୟିକା ଲତିକା ପ୍ରଧାନ ବୁଲି ଦେଖିଛନ୍ତି। ଏଥିସହ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ସହ ଆଲୋଚନା କରିଛନ୍ତି।...

ବାର୍‌ହା ଫାସରେ ଗଲା ମହିଳାଙ୍କ ଜୀବନ

ବୁଗୁଡ଼ା,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର...

Advertisement
Archives

Model This Week