ପ୍ରଶାସନର ଔଷଧ ବିକଳରେ ତାଟିଆ କାମୁଡ଼ା

ଲେଫ୍ରିପଡ଼ା,୧୮।୧୧(ଡ଼ି.ଏନ.ଏ. ): ଲେଫ୍ରିପଡ଼ା ବ୍ଲକର ବାଢୁନଝରିଆରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଘଟଣାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ଅଭିଯୋଗ ହେଉଛି। ବାଢୁନଝରିଆ ମୁଖ୍ୟ କେନାଲଠାରୁ ମାଝୀ କୁଦର ରାସ୍ତାର ଉନ୍ନତିକରଣ ସହ ଗାର୍ଡୱାଲ ଏବଂ ସିଡ଼ି ନିର୍ମାଣ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୌଣସି କାମ ନ ହୋଇ ଟଙ୍କା ଉଠାଣ ହୋଇଥିବା ନେଇ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣ ପରେ ସେହି ଘଟଣାକୁ ଚାପି ଦେବା ନେଇ ତତ୍‌କ୍ଷଣାତ ବିନା ଶ୍ରମିକ ଡିମାଣ୍ଡ କିମ୍ବା ବିନା ମାଷ୍ଟର ରୁଲ ବାହାର କରି ସାଲେଟିକ୍ରା ଗ୍ରାମର ଶ୍ରମିକଙ୍କ ଦ୍ୱାରା ମାଟି ବୁହାଯାଇ ସୂଚନା ଫଳକ ତିଆରି ହୋଇଥିଲା। ଖବର ପ୍ରକାଶନ ପରେ ଦୋଷ ଲୁଚାଇବା ନେଇ ଦୁଇ ତିନି ଦିନ ବାଦ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା। କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଥିବା ବେଳେ ତଦନ୍ତ ସମୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଉକ୍ତ କାମରେ ଶ୍ରମିକମାନଙ୍କ ଦ୍ୱାରା ଖୋଳାଯାଇଥିବା ନଅ ଶହରୁ ଊର୍ଦ୍ଧ୍ୱ ମାଟି ଗାତ ଦେଖାଇବା ପାଇଁ କହିଥିଲେ । ସେହି କାର୍ଯ୍ୟସ୍ଥଳୀରେ ସେତିକି ପରିମାଣର ମାଟି ଗାତ ନ ଥିବାରୁ ଘଟଣାରେ ଦୁର୍ନୀତି ହୋଇଥିବା ଜାଣି ପାରିଥିଲେ। ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ବାଢୁନଝରିଆ ଗ୍ରାମବାସୀ ଏବଂ ଗିରିଙ୍ଗକେଲା ପଞ୍ଚାୟତର ୱାର୍ଡ ସଭ୍ୟାସଭ୍ୟ ଦୁର୍ନୀତିରେ ଜଡିତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଆରଏସ୍‌ଙ୍କୁ ପଞ୍ଚାୟତରୁ ବଦଳି କରିବା ନେଇ ବ୍ଲକ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମ୍ପୃକ୍ତ କାର୍ଯ୍ୟ କରାଇଥିବା ଗାଁ ସାଥୀ ବିନିତା ଭୋଇଙ୍କ ଉପରେ ବିଡ଼ିଓ ଜନ୍ମେଜୟ ବେହେରା ୧ଲକ୍ଷ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଭରଣା ପାଇଁ ଆଦେଶ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ପରେ ସେହି ଦୁର୍ନୀତିରେ ଜଡିତ ଥିବା କିଛି ଅସାଧୁ କର୍ମଚାରୀ ଏବଂ ସେହି ବାଢୁନଝରିଆ ଗ୍ରାମର ଦୁର୍ନୀତିରେ ଜଡିତ ଥିବା ବ୍ୟକ୍ତିବିଶେଷ ଉଦ୍ଦେଶ୍ୟ ମୂଳକ ଭାବେ ବାଢୁନଝରିଆ ଗ୍ରାମରେ ଗତ ୨୦୨୦-୨୧ଆର୍ଥିକ ବର୍ଷରେ ହୋଇଥିବା ସନ୍ତୋଷ ଅମାତଘର ଠାରୁ ରାହାସ ମଣ୍ଡପ ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ପୁରୁଣା କାମକୁ ଅନିୟମିତତା ହୋଇଥିବା ନେଇ ମୁଖ୍ୟ କେନାଲଠାରୁ ମାଝୀକୁଦର ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ବିନା କାମ କରି ଟଙ୍କା ଫାଙ୍କି ଥିବା ଶ୍ରମିକମାନଙ୍କ ଦସ୍ତଖତ ନେଇ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁରୁଣା କାମକୁ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଉଦ୍ଦେଶ୍ୟମୂଳକ ଭାବେ ସମ୍ପୃକ୍ତ ଗାଁ ସାଥୀ ନକୁଳ ଡନସନାଙ୍କ ଉପରେ ଦୋଷ ଲଦି ପ୍ରଥମେ ୨ଲକ୍ଷ ୩୦ ହଜାର ଟଙ୍କା ଭରଣା କରିବାକୁ ଆଦେଶ ପ୍ରଦାନ କରାଯାଇଥିଲା। ପରେ ସମ୍ପୃକ୍ତ ଗାଁ ସାଥୀ ପକ୍ଷରୁ କାର୍ଯ୍ୟ କରିଥିବା କନିଷ୍ଠ ଯନ୍ତ୍ରୀ ଏବଂ ଜିଆର୍‌ଏସ୍‌ ବ୍ଲକରେ କାର୍ଯ୍ୟରତ ଥିବାରୁ ତାଙ୍କରି ଉପସ୍ଥିତିରେ ତଦନ୍ତ କରିବାକୁ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଣି ଥରେ ସେହି ପୁରୁଣା କାର୍ଯ୍ୟକୁ କାର୍ଯ୍ୟ କରିଥିବା କନିଷ୍ଠ ଯନ୍ତ୍ରୀ ଏବଂ ଜିଆରଏସକୁ ବାଦ ଦେଇ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ କୌଣସି କଥା ବ୍ଲକ ପ୍ରଶାସନ ନ ଶୁଣି ମୁହଁ ବନ୍ଦ କରିବା ପାଇଁ କୁହାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ପୁଣି ଥରେ ସମ୍ପୃକ୍ତ ଗାଁ ସାଥୀଙ୍କୁ ୧ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଭରଣା କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଆଦେଶ ପ୍ରଦାନ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସେହି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟଟି ପୁରୁଣା କାର୍ଯ୍ୟ ହୋଇଥିବା ବେଳେ ପଞ୍ଚାୟତ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ କରାଯାଇ ସୋସିଆଲ ଅଡିଟ ସରିଥିବା ବେଳେ ସେହି ସମୟରେ ସବୁ ଠିକ ଠାକ ରହିଥିଲା। ସୋସିଆଲ ଅଡିଟ ଟିମ ମଧ୍ୟ ସେହି ସମୟରେ କାର୍ଯ୍ୟସ୍ଥଳୀକୁ ଯାଇ ପରିଦର୍ଶନ କରିଥିଲେ । ସେତେବେଳେ ସେହି କାର୍ଯ୍ୟରେ କୌଣସି ଅଭିଯୋଗ ହୋଇ ନ ଥିଲା । ବର୍ତ୍ତମାନ ସେହି କାର୍ଯ୍ୟରେ ଅଭିଯୋଗ ହେବାରୁ ବ୍ଲକ ପ୍ରଶାସନର ତଦନ୍ତ କ୍ରମେ ଅନିୟମିତତା ହୋଇଥିବା ଘଟଣା ଜଣାପଡିଛି। ଯଦି ସେହି କାର୍ଯ୍ୟରେ ଅନିୟମିତତା ହୋଇଛି ତା ହେଲେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମାନୁଯାୟୀ କନିଷ୍ଠ ଯନ୍ତ୍ରୀ, ଜିଆରଏସ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏଠାରେ ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ବଞ୍ଚାଇ କେବଳ ଗାଁ ସାଥୀଙ୍କ ମୁଣ୍ଡରେ ଟଙ୍କା ଭରଣା ନିର୍ଦ୍ଦେଶ ପ୍ରଦାନ କରି ବାହାବା ନେଉଥିବା ଦେଖା ଦେଇଛି। ରାଜ୍ୟର ବିଭିନ୍ନ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଟଙ୍କା ଭରଣା ସହିତ କାର୍ଯ୍ୟାନୁଷ୍ଠାନ କରାଯାଉଥିବା ବେଳେ ଲେଫ୍ରିପଡା ବ୍ଲକରେ ବ୍ଲକ ପ୍ରଶାସନ ଚୁପ କାହିଁକି ବୋଲି ଅଞ୍ଚଳବାସୀ ପ୍ରତିକ୍ରିୟା ଦେଇଛନ୍ତି। ଏଠାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ନେଇ ବିଭିନ୍ନ ମହଲରୁ ପ୍ରକାଶ ପାଇଛି। ଅପରପକ୍ଷରେ ଗାଁ ସାଥୀ ବିନିତା ଭୋଇଙ୍କୁ ପ୍ରତିକ୍ରିୟା ସକାଶେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନାହିଁ । ଗାଁ ସାଥୀ ନକୁଳ ଡନସନାଙ୍କୁ ପଚାରିବାରୁ ମୁଁ କୌଣସି ଟଙ୍କା ଆତ୍ମସାତ କରି ନାହିଁ । କାର୍ଯ୍ୟରେ ଶ୍ରମିକମାନେ କାମ କରିଛନ୍ତି । ମଜୁରୀ ବାବଦକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରି ବିଲ୍‌ କରି ଶ୍ରମିକଙ୍କ ନିଜ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଶ୍ରମିକମାନେ ଟଙ୍କା ପାଇଛନ୍ତି । ଏହି କାର୍ଯ୍ୟର ପଞ୍ଚାୟତସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇ ସୋସିଆଲ ଅଡିଟ କରାଯାଇଛି। ସେତେବେଳେ ମଧ୍ୟ କାର୍ଯ୍ୟ ଉପରେ କୌଣସି ଅଭିଯୋଗ ନ ଥିଲା । ଏହା ମୋ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ ଭାବେ କେତେକ କୁଚକ୍ରୀ ଷଡ଼ଯନ୍ତ୍ର କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରାଯାଇ ବଦନାମ କରାଯାଉଛି। ଅନ୍ୟ ପକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ବେହେରାଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଗାଁ ସାଥୀମାନଙ୍କୁ ଟଙ୍କା ଭରଣା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri