କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ

ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମନ୍ଦିର ଦ୍ୱାର ଫିଠା ହୋଇଥିଲା । ପୂର୍ବାହ୍ନ ୧୧ଟା ୪୫ମିନିଟରୁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦେବୀଙ୍କଠାରେ ଅନ୍ନଭୋଗ ନୀତି ହୋଇଥିଲା । ଅପରାହ୍ନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ପୂଜକମାନେ ଦେବୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରିଥିଲେ। ମା’ ସମଲେଇ ସମ୍ବଲପୁରୀ ପାଟବସ୍ତ୍ର, ସୁନାର ପଦ୍ମମୁଖ, କର୍ଣ୍ଣାଞ୍ଚଳ, ଢ଼ାଲ, କଙ୍କଣ, ମୁକୁଟ, ଲଲାଟପଟ୍ଟି, ବେଲପତ୍ରି, ନଥ, ଡଡିଁ, ଅର୍ଦ୍ଧଚନ୍ଦ୍ର, କିଆପତରି, ସୁନା ଛତ୍ର, ରୂପାର ସିଂକଟା, କିରଟିରେ ଆଭୁଷିତ ହୋଇଥିଲେ । ଅପରାହ୍ନ ସାଢ଼େ ୪ଟାରେ ଆଳତୀ ହେବା ସହ ଭକ୍ତମାନେ ମନଲୋଭା ରାଜରାଜେଶ୍ୱରୀ ବେଶ ଦର୍ଶନ କରିଥିଲେ । ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ପଞ୍ଚବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ସମଲେଇଙ୍କୁ ମୁଣ୍ଡିଆ ମାରି ସହସ୍ରାଧିକ ଭକ୍ତ ଦେବୀଙ୍କୁ ଆରାଧନା କରିଥିଲେ । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ସମେତ ଅକ୍ଷୟ ରାୟ, ଅମିୟ ରାୟ, ବୃନ୍ଦାବନ ରାୟ, ଓକିଲ ରାୟ, କୋଦଣ୍ଡ ରାୟ, ମନୋଜ ରାୟ, ସଗନ ରାୟ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ଓ ଟ୍ରଷ୍ଟ ସଭ୍ୟଙ୍କ ତତ୍ତ୍ୱାବଧାନରେ ଭକ୍ତମାନେ ଦେବୀଙ୍କ ଦର୍ଶନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ, ଲତାଙ୍କୁ ମନେପକାଇଲା ଲିଟେରାରି ମିଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର କ୍ଲବଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଶନିବାର ୨ୟ ଦିବସରେ ସାହିତ୍ୟ ଆଲୋଚନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାଲେଶ୍ୱର ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ...

ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ

ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ପୋଲିଓ ବୁନ୍ଦା ଖାଇଲେ ୧.୭ଲକ୍ଷ ଶିଶୁ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ମଙ୍ଗଳବାର ପର୍ଯ୍ୟନ୍ତ ଏହି...

ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮ କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା...

ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ହଟିଲେ ଛାତ୍ରୀଛାତ୍ର, ଅଭିଭାବକ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର,...

କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା...

ହାତୀପଲଙ୍କ ଦ୍ୱାରା ଧାନ ଫସଲ ନଷ୍ଟ

ଅମରପାଲି,୨୮।୮(ଡି.ଏନ.ଏ)-ସୁବର୍ଣ୍ଣପୁର ବନଖଣ୍ଡ ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ହାତିଲିମୁଣ୍ଡା ବିଟର ଗୌଡଗାଡ ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବୁଧବାର ରାତିରେ...

Advertisement
Archives

Model This Week