କୋଇଲା ପର୍‌ମିଟ୍‌ରେ ମାଟି ଚାଲାଣ

ସମ୍ବଲପୁର,୧୪ା୧୦(ବ୍ୟୁରୋ):ସମ୍ବଲପୁର ଜିଲା ତଲାବିରା କୋଇଲା ଖଣିରେ କୋଇଲା ପରିବହନ ଓ ଚୋରା ଚାଲାଣକୁ ନେଇ ନିୟମିତ ଆପରାଧିକ କାର୍ଯ୍ୟ ଘଟୁଛି। ଏପରିସ୍ଥଳେ ବୁଧବାର ରାତିରେ ଆଦାନୀ କମ୍ପାନୀର ଜଣେ ଡାଟା ଅପରେଟର ରାଜ କିଶୋର ସାହୁଙ୍କୁ ମାରପିଟ ଓ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆର଼୍ୟାନ ଇସ୍ପାତ କମ୍ପାନୀ ଏବେ ଆଦାନୀ କମ୍ପାନୀର କୋଇଲା ସାଇଡିଂରେ କୋଇଲା ବଦଳରେ ମାଟି ଖାଲି କରିବାକୁ ନେଇ ଏହି ଘଟଣା ଘଟିଛି। ଅଭିଯୋଗ ଆଧାରରେ ଠେଲକୋଲୋଇ ଥାନା ପୋଲିସ ଏକ ମାମଲା (ନଂ.୨୫୨/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଲପଙ୍ଗା ଗ୍ରାମର ଆୟୁଷ ବେହେରା ଓ ତାଙ୍କ ଦୁଇ ସହଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ନିୟମିତ ଭାବେ ଆର଼୍ୟାନ ଇସ୍ପାତ ସାଇଡିଂ ଓ ଓଜନ ସ୍ଥାନରେ ଗଣ୍ଡଗୋଳ ଘଟୁଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ହେଲେ କୋଇଲା ମାଫିଆଙ୍କ ସହ ଆଲୋଚନା ପରେ ଫେରିଆସିଥିଲା। ପରେ ଦୁର୍ବୃତ୍ତମାନେ କମ୍ପାନୀ ଭିତରକୁ ବଳପୂର୍ବକ ପ୍ରବେଶ କରି କୋଇଲା ସାଇଡିଂରେ ମାଟି ବୋଝେଇ ହୋଇଥିବା କୋଇଲା ଖାଲିକରି ଫେରାର ହୋଇଯାଇଥିଲେ।
କିଛିଦିନ ପୂର୍ବରୁ ଜଣେ କର୍ମଚାରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ସେହିପରି ପ୍ରାୟ ୩ମାସ ପୂର୍ବରୁ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଜଣେ ଓଜନ କରିବା ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ମଧ୍ୟ ପୋଲିସ ଦୁର୍ଘଟଣାର ରୂପ ଦେଇ ମାମଲା ଚାପି ଦେଇଥିଲା। ବାରମ୍ବାର ଆର଼୍ୟାନ ଇସ୍ପାତ ସାଇଡିଂରେ ଏଭଳି ଘଟଣା ଘଟୁଛି। ଏହାକୁ ନେଇ କୋଇଲା ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ପୂର୍ବଘଟଣା ଓ ଗତକାଲି ରାତିର ଘଟଣାକୁ ଦେଖିଲେ ସାମଞ୍ଜସ୍ୟ ରହିଛି। ଏହି ଘଟଣାରେ ରାଜନୈତିକ ବ୍ୟକ୍ତିବିଶେଷ, ନେତା, ମନ୍ତ୍ରୀଙ୍କ ପରୋକ୍ଷ ସମ୍ପୃକ୍ତି ରହୁଛି ବୋଲି ଅଭିଯୋଗ ହେଉଛି। କୋଇଲା ପରିବହନକୁ ନେଇ ପୂର୍ବରୁ ଗାଡ଼ି ପୋଡ଼ିବା, ହତ୍ୟା ଧମକ, ଫାଙ୍କା ଗୁଳିଚାଳନା କରିବା ଭଳି ଘଟଣାର ଥାନାରେ ମାମଲା ରହିଛି। ଅନ୍ୟପଟେ ଆଦାନୀ କମ୍ପାନୀ, ଟ୍ରାନ୍ସପୋର୍ଟର ମିଳିମିଶି କୋଇଲା ଲୁଟ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପରିବହନ ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କୋଇଲା ଚୋରା ଚାଲାଣ ବୃଦ୍ଧି ହେବାରେ ଲାଗିଛି। ଗତ ମାସରେ ଶାସନ ଥାନା ପୋଲିସ ଏକ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଥିଲା। ଘଟଣାସ୍ଥଳରେ କୋଇଲା ମାଫିଆ, ରାଜନେତା ପହଞ୍ଚତ୍ ମାମଲାକୁ ରଫାଦଫା କରିଥିଲେ। ପୋଲିସକୁ ନକଲି କାଗଜପତ୍ର ଦାଖଲ କରି ଫେରାର ହେବାରେ ସକ୍ଷମ ହୋଇଥିଲେ। ପୋଲିସ ମଧ୍ୟ ଏହି ଘଟଣାକୁ ହାଲକା ଭାବେ ନେଇ ଚୁପ ବସିଯାଇଥିଲା। ଏ ସମ୍ପର୍କରେ ଠେଲକୋଲୋଇ ଥାନାଧିକାରୀ ବି. ମିଶ୍ର କହିଛନ୍ତି, ଆଦାନୀ କମ୍ପାନୀର ଡାଟା ଅପରେଟର ରାଜକିଶୋର ସାହୁଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଆୟୁଷ ବେହେରା ଓ ତାଙ୍କ ଦୁଇ ସମର୍ଥକଙ୍କ ନାମରେ ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦଫାଶ ହୋଇପାରିବ। ଅନ୍ୟପଟେ କୋଇଲା ବଦଳରେ ମାଟି ପକାଇବା ଘଟଣାରେ ଟ୍ରାନ୍ସପୋର୍ଟର ଓ କମ୍ପାନୀ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିବା ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri