ବର୍ଷକରେ ଲଣ୍ଡା ପାହାଡ଼ ହେଲା ସବୁଜ ବନାନୀ

ସମ୍ବଲପୁର,୧୧ା୧୦(ବ୍ୟୁରୋ): ପତରା ଜଙ୍ଗଲ କିସମ ହୋଇଥିଲେ ସୁଦ୍ଧା ଲଣ୍ଡା ହୋଇ ପଡ଼ିରହିଥିଲା। ବନ ବିଭାଗ ପ୍ରଚେଷ୍ଟାରେ ଏକବର୍ଷ ଭିତରେ ଏବେ ସବୁଜ ବନାନୀରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ଆଗକୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରାଯିବ। ପ୍ରାୟ ୭୨ ପ୍ରକାରର ବୃକ୍ଷ ଏବେ ପରିବେଶକୁ ସୌନ୍ଦର୍ଯ୍ୟମୟ କରିଛି । ଏହା ସମ୍ବଲପୁର ବନଖଣ୍ଡ ପକ୍ଷରୁ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲରେ ଏହି ପ୍ରକ୍ରିୟାରେ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ଡିଏଫ୍‌ଓ ବିଶ୍ୱନାଥ ନିଳାମ୍ବର କହିଥିଲେ। ସେ ଆହୁରି କହିଥିଲେ, ୨୦୨୧ ଅଗଷ୍ଟ ମାସରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହାକୁ ନାମକରଣ କରାଯାଇଛି। ସଦର ରେଞ୍ଜ ଅନ୍ତର୍ଗତ ପୋତାପାଲି ଗ୍ରାମ୍ୟ ଜଙ୍ଗଲରେ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରାୟ ୭୦ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଚାରା ରୋପଣ ପରେ ଜୈବିକ ପଦ୍ଧତିରେ ଚାରାର ଯତ୍ନ ନିଆଯାଇଥିଲା। ଚାରା ରୋପଣ ସମୟରେ ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଆବଶ୍ୟକ ଔଷଧ ଓ ଜୈବିକ ସାର ବ୍ୟବହାର କରାଯାଇଥିଲା। ଯୋଜନା ଅନୁସାରେ ଉଚିତ ସମୟରେ ଗଛର ଯତ୍ନ ନିଆଯାଇଥିଲା। ଫଳରେ ଧାର୍ଯ୍ୟ ଏକବର୍ଷ ମଧ୍ୟରେ ବନବିଭାଗକୁ ସଫଳତା ମିଳିଛି। ଜଙ୍ଗଲ ପରିବେଶରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଚଲାପଥ କରାଯାଇଛି। ପ୍ରାୟ ଏକ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି ହୋଇଛି। ପର୍ଯ୍ୟଟକଙ୍କ ପାଇଁ ଆଗକୁ ସାଇକ୍ଲିଂ ଓ ବ୍ୟାଟେରିଚାଳିତ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ଏବେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ବିଭିନ୍ନ ପ୍ରକାର ପକ୍ଷୀ ଆସି ବସବାସ କରୁଛନ୍ତ। ପକ୍ଷୀଙ୍କ କଳରବ ପରିବେଶକୁ ଆହୁରି ମନଲୋଭା କରୁଛି। ଆଗାମୀ ଦିନରେ ଜିଲାର ବିଭିନ୍ନ ଜଙ୍ଗଲରେ ଏଭଳି ପ୍ରକଳ୍ପ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଡେପୁଟି ସଚିବ ଆନନ୍ଦ କୁମାର ଝା ଏହି ସ୍ଥାନକୁ ପରିଦର୍ଶନ କରିଥିଲେ। ଏହାକୁ ଦେଖି ସେ ବେଶ ଖୁସି ହେବା ସହ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୪ ସ୍ଥାନୀୟ ସଂକ୍ରମିତ

କଟକ ଅଫିସ,୨୮।୮-କଟକ ସହରରୁ ଶୁକ୍ରବାର ପୁଣି ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ...

ବଢ଼ୁଛି ବାର୍‌ହା ଶିକାର: ମାଂସ ଜବତ, ୭ ଗିରଫ

ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍‌ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

ଆଇଏଏସ୍‌ ଅଫିସର, ବ୍ୟାଙ୍କ ଅଧିକାରୀଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼: ୭ ବର୍ଷରେ ୭୦ ଲକ୍ଷର କାରବାର

କଟକ ଅଫିସ, ୮।୧:ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଓ ୟେସ୍‌...

ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର

ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...

୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ନୂଆପଡା ଅଫିସ,୧୧ା୪: ଲକ୍‌ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧...

ସରକାରୀ ବସ୍‌ ଚଳାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲା ସଦର ମହକୁମାର ନୂଆ ବସ୍‌ଷ୍ଟାଣ୍ଡର ନବୀକରଣ ଓ ମାର୍କେଟ କମ୍ପ୍ଲେକ୍ସର ଉଦ୍‌ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ...

ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ...

Advertisement
Archives

Model This Week