ଆମ ଜିଲା ଖବର

ଉଦ୍ଧାର ହାତୀ ଛୁଆଙ୍କୁ ନେଇ ଚିନ୍ତାରେ ବନ ବିଭାଗ

ଢେଙ୍କାନାଳ ଅଫିସ,୬ା୮ ଢେଙ୍କାନାଳ ଜିଲାରେ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହେଉଥିବା ହାତୀ ଛୁଆଙ୍କୁ ନେଇ ବନ ବିଭାଗର ଚିନ୍ତା ବଢୁଛି। ଉଦ୍ଧାର ହାତୀ ଛୁଆଙ୍କୁ ସୁରକ୍ଷିତ ଭାବରେ ରଖିବା ପାଇଁ କପିଳାସ ଚିଡିଆଖାନାରେ ଥିବା ରେସକ୍ୟୁ ସେଣ୍ଟରରେ ୪ ହାତୀ ଥିବାରୁ…

ଆମ ପୋଲିସ ପକ୍ଷରୁ ଚାରାରୋପଣ

ଧର୍ମଶାଳା/ଜେନାପୁର,୬ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସୋମବାର ବୃନ୍ଦାଦେଈପୁର ଗଡଜାତ ସ୍ମାରକୀ ପୀଠଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଏସ୍‌ପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।…

ମନ୍ଥର ଗତିରେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବଅଁରପାଳ,୬।୮-ଗ୍ରାମାଞ୍ଚଳର ଗରିବ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଆରମ୍ଭ କରାଯାଇଥିଲା। ବର୍ଷକୁ ଅନୂ୍ୟନ ଶହେ ଦିନର କାମ ଯୋଗାଇ ଦେବାକୁ…

ପଲିଥିନ ଯାଞ୍ଚ ସମୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୬।୮ ପୌରପାଳିକା ପକ୍ଷରୁ ସୋମବାର ଅପରାହ୍ନରେ ସହରର ବ୍ଲକ ଛକରେ ଥିବା ବିଭିନ୍ନ ଫଳ ଦୋକାନରେ ପଲିଥିନ ଚଢ଼ାଉ କରାଯାଇଥିଲା। ଏହି ସମୟରେ ପଲିଥିନ ରଖିଥିବା ଅଭିଯୋଗରେ ଜଣେ ଛତୁ ବ୍ୟବସାୟୀଙ୍କ ଉପରେ ୫ ଶହ ଟଙ୍କା ଜରିମାନା…

୪ ଶିଶୁ ଶ୍ରମିକ ଉଦ୍ଧାର

ସୁକିନ୍ଦା,୬।୮(ଡି.ଏନ୍‌.ଏ.) – ଦୀର୍ଘଦିନ ଧରି ଇଟାଭାଟିଠାରୁ ଆରମ୍ଭ କରି ମୋଟରସାଇକେଲ ଗ୍ୟାରେଜ ଏବଂ ଢାବାରେ ଶିଶୁ ଶ୍ରମିକଭାବେ ଏକ ରକମ ବନ୍ଧକ ରହିଥିବା ୪ ଶିଶୁ ଶ୍ରମିକଙ୍କୁ ସୋମବାର ସୁକିନ୍ଦା ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର…

ଭରତପୁର ଖଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ତାଳଚେର, ୬ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବେଳେ ସୋମବାର ଏକ ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ। ବଲଣ୍ଡା ପୋଲିସ ମୃତଦେହ ଜବତ କରି ତାଳଚେର…

ନାବାଳିକା ବଳାତ୍କାର ଘଟଣା:ପୀଡିତାଙ୍କ ବୟାନ ରେକର୍ଡ

ଅନୁଗୋଳ ଅଫିସ, ୬।୮ ଅନୁଗୋଳ ସହର ବସ୍‌ଷ୍ଟାଣ୍ଡ ନିକଟରେ ବଳାତ୍କାରର ଶିକାର ହୋଇଥିବା ମହାରାଷ୍ଟ୍ରର ଏକ ଶ୍ରମିକ ପରିବାରର ୮ ବର୍ଷିୟା ନାବାଳିକା ସୁସ୍ଥ ହୋଇ ରବିବାର କଟକରୁ ଫେରିଥିଲେ। ସୋମବାର ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିବା ଅନୁଗୋଳ ଥାନା…

୨୧ରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ପାଲଲହଡା,୬।୮(ଡି.ଏନ.ଏ.) ଆସନ୍ତା ୨୧ରେ ଅନୁଷ୍ଠିତ ହେବ ପାଲଲହଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଗଷ୍ଟ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନ ଚିଠି ନଂ. ୨୦୩୪/୦୩/୦୮/୨୦୧୯ରେ ଘୋଷଣା କରିଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ପାଲଲହଡା ବିଡିଓ…

ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି। ନୀଳଚଳ କମ୍ପାନୀର ଜଣେ ଅଧିକାରୀ ସମ୍ପୃକ୍ତ ଠିକା ସଂସ୍ଥାକୁ ଅଜାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ…

ଆଦର୍ଶ ବିଦ୍ୟାଳୟରେ ସମସ୍ୟା:ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ସଂଘ

ଅନୁଗୋଳ ଅଫିସ, ୬।୮ ଅନୁଗୋଳ ସହର ଉପକଣ୍ଠ ଖଣ୍ଡହତାରେ ଥିବା ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ। ୨୦୧୮-୧୯ ଶିକ୍ଷା ବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ଅଦ୍ୟାବଧି ମୌଳିକ ସୁବିଧା…

ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ହେବା ବଦଳରେ ବଢିବାରେ ଲାଗିଛି। ପ୍ରଥମେ ଗତ ଜୁନ ୧୩ରେ ବଘେଇପୁର ପ୍ରାଥମିକ…

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। କଶ୍ମୀର ଦେଶର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?