ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଚାଲିଛି ପାଠପଢ଼ା
ଝରିଗାଁ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗୋମିଓଡ଼ା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପିଲାମାନେ ପାଠ ପଢୁଛନ୍ତି। ୧୯୮୦ ମସିହାରେ ଗୋମିଓଡ଼ା ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ…
ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ହଟଗୋଳ
କୋଳିମାଟି,୧୦।୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ଗଣ୍ଡଗୋଳ ହୋଇଛି। ସୂଚନାନୁଯାୟୀ, କୋଳିମାଟି ପଞ୍ଚାୟତ ସୂଚନାଫଳକରେ କୁମଡ଼, ଦରଖୋଳା,…
ବର୍ଷା ଅଭାବ : ଚାଷକାର୍ଯ୍ୟ ପ୍ରଭାବିତ, ଚିନ୍ତାରେ ଚାଷୀ
ହିଞ୍ଜିଳିକାଟୁ,୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହଞ୍ଜିଳିକାଟୁ ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳରେ ଜୁନ୍ରୁ ମୌସୁମୀ ବର୍ଷା ଆଶା ଠାରୁ ଯଥେଷ୍ଟ କମ୍ ହୋଇଛି। ଅନିୟମିତ ବର୍ଷା ଫଳରେ ମୁଖ୍ୟତଃ ଖରିଫ ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅକ୍ଷୟ ତୃତୀୟାଠାରୁ…
ତାଳସାରୀ ମେରାଇନ୍ ଥାନାରେ ୨ ବଙ୍ଗୀୟ ଯୁବତୀ ଅଟକ, ବୟାନ ବଦଳାଉଥିବାରୁ ଫିଟୁନି ଗୁମର
ଭୋଗରାଇ,୧୦।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ସାହାବାଜିପୁରସ୍ଥିତ ଏକ ଗେଷ୍ଟହାଉସ୍ରୁ ୨ ବଙ୍ଗୀୟ ଯୁବତୀଙ୍କୁ ସ୍ଥାନୀୟ ଯୁବକମାନେ ଧରି ତାଳସାରୀ ମେରାଇନ ଥାନାରେ ଜିମା ଦେଇଛନ୍ତି। ଉକ୍ତ ଯୁବତୀଦ୍ୱୟଙ୍କୁ ଦିଘାରୁ ଦଲାଲମାନେ ହୋଟେଲ୍ରେ ରୁମ୍ ଦେବାକୁ କହି ନେଇ ଆସି ଉକ୍ତ…
ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ
ରାଇକିଆ,୧୦।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦୁଇଜଣ ନାବାଳିକା ଓ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।…
ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ସଜନାଗଡ,୧୦।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା ମୁତାବକ, ପାଗୁଲୁ ସଜନାଗଡ଼ ପଞ୍ଚାୟତ ନୂଆସାହି ଗ୍ରାମରେ ଗତ ୮ତାରିଖରେ ଦେଶୀ ମଦ କାରବାର…
ଶିକ୍ଷକ ପଦବୀ ପୂରଣ ଦାବି: ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା
ବାହାନଗା,୧୦।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ଦାବି ନେଇ ଗ୍ରାମବାସୀ, ଅବିଭାବକ ଓ ଛାତ୍ରୀଛାତ୍ର ବୁଧବାରେ…
ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସିଇ: ୨ ମହିଳା ଶ୍ରମିକ ମୃତ, ୫ ଗୁରୁତର
ସଜନାଗଡ଼, ୧୦।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୧୯ନଂ. ରାଜ୍ୟ ରାଜପଥର ସତ୍ସଙ୍ଗବିହାର ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ ଟାଟା ଏସିଇ ଓଲଟି ପଡ଼ିବାରୁ ୨ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୫ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ନୀଳଗିରି ଥାନା ଅନ୍ତର୍ଗତ…
ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ
ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଷଷ୍ଠ ଶ୍ରେଣୀ ଛାତ୍ର ଶ୍ୟାମସୁନ୍ଦର ଦାସ(୧୧) ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ
ସମ୍ବଲପୁର, ୧୦।୭ (ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଆଇସିୟୁ ଯାଇ ଡାକ୍ତରଙ୍କ ସମସ୍ୟା ଉପରେ…
ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଦିଗପହଣ୍ଡି,୧୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଷାନ୍ତଙ୍କ ନୀଳାଦ୍ରିବିହାରରେ ଥିବା ବାସଭବନ, ଗ୍ୟାରେଜ, ନବରଙ୍ଗପୁର ଗ୍ରାମର ପୈତୃକ…
ହେଲାନାହିଁ ମାଛ ପିଣ୍ଡି ବ୍ୟବସ୍ଥା
ନୟାଗଡ଼ ଅଫିସ,୧୦।୭-କିଛି ଦିନ ତଳେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ଦିଆନକ ବନ୍ଧ ନାମକ ଏକ ପୋଖରୀ ଉପରେ ଘର ତିଆରି କରାଯାଇ ଚିଲିକା ଫ୍ରେସ୍ ଖୋଲା ହେଲା। ହେଲେ ୨ ବର୍ଷ ତଳେ ଦିଆନକ ବନ୍ଧଠାରେ…

