ମନ୍ଥର ଗତିରେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବଅଁରପାଳ,୬।୮-ଗ୍ରାମାଞ୍ଚଳର ଗରିବ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଆରମ୍ଭ କରାଯାଇଥିଲା। ବର୍ଷକୁ ଅନୂ୍ୟନ ଶହେ ଦିନର କାମ ଯୋଗାଇ ଦେବାକୁ ଏହି ଆଇନରେ ବ୍ୟବସ୍ଥା ରଖାଯାଇଥିଲା। ୨୦୦୭ ଏପ୍ରିଲରୁ ଅନୁଗୋଳ ଜିଲାରେ ଏହା ଆରମ୍ଭ ହୋଇଥିଲେ ହେଁ ଏଯାଏ ସବୁ ବ୍ଲକ ଓ ପଞ୍ଚାୟତରେ ଏହାର ସଫଳ ରୂପାୟନ ହୋଇପାରିନାହିଁ। ଏହାର ଉଦାହରଣ ହେଲା ବଅଁରପାଳ ବ୍ଲକ। ଏହି ଯୋଜନା ବ୍ଲକରେ ଆଦ୍ୟାବଧି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିବା ଅଭିଯୋଗ ହେଉଛି।
ସର୍ଭେ ଅନୁଯାୟୀ, ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତରେ ୩୪ ହଜାର ୩୧୧ ବିପିଏଲ୍‌ ପରିବାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ହଜାର ୫୫ ଜଣଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ପଞ୍ଜୀକରଣ ଜବ୍‌ କାର୍ଡ ପ୍ରଦାନ କରାଯାଇଛି। କିନ୍ତୁ ଏବେ ମାତ୍ର ୧୧ ଶହ ୭୮ ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରୁଛନ୍ତି। ସେମାନେ ୧୫ ହଜାର ୯୨୧ ଦିନ କାର୍ଯ୍ୟ କରିଥିବାରୁ ବ୍ଲକରେ ଏହି ଯୋଜନା କେତେଦୂର ଉଦ୍ଦେଶ୍ୟ ପୂରଣ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ବହୁ ଗ୍ରାମରେ ଏହି ଯୋଜନାରେ ଚାଲିଥିବା କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ି ରହିଛି। ବ୍ଲକ ଅଞ୍ଚଳରେ ରାସ୍ତା ଉନ୍ନତୀକରଣ, ପୋଖରୀ ପୁନରୁଦ୍ଧାର, ନୂତନ ପଞ୍ଚାୟତ ଗୃହ ନିର୍ମାଣ, ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଚାରା ରୋପଣ କାର୍ଯ୍ୟ, ଗୁହାଳ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦ ଦିନରେ କାମ ଯୋଗାଇ ଦେବା ସହ କମ୍ପୋଷ୍ଟ ପିଟ୍‌ ନିର୍ମାଣ ଆଦି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ ପାଇଁ ପ୍ରସ୍ତାବ ଦିଆଯାଇଛି। ୨୦୧୯-୨୦ ବର୍ଷରେ ଏହି ଯୋଜନାରେ ୩୬୫ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୨୪୩ଟିର କାର୍ଯ୍ୟ ଚାଲିଥିବାବେଳେ ୧୩୧ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସେହପରି ଗତବର୍ଷ ୧୪ ହଜାର ୯୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ହେଲେ ସେଥିମଧ୍ୟରୁ ୧ ହଜାର ୨୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୭୩ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ରହିବା କଥା। କିନ୍ତୁ ୩୫ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୧୫ଟି ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ରହିଛନ୍ତି। ସେହିପରି ଯୋଜନାରେ କେତେଜଣ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବ୍ଲକ ସହକାରୀ ପ୍ରୋଗ୍ରାମ ଅଫିସର ଦେବୀ କର କହିଛନ୍ତି, ବଅଁରପାଳ ବ୍ଲକ ଅଞ୍ଚଳରେ ନାଲ୍‌କୋ ସମେତ ଅନେକ ଛୋଟ ବଡ଼ କଳକାରଖାନା ରହିଛି। କାରଖାନା ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକର ଗରିବ ଲୋକେ ମୁଖ୍ୟତଃ କଳକାରଖାନାରେ କାମ କରୁଛନ୍ତି। ତେଣୁ ଏନ୍‌ଜିଆର୍‌ଇଜିଏସ୍‌ରେ ସେମାନେ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ଏଠାରେ ଶ୍ରମିକମାନଙ୍କ ଘୋର ଅଭାବ ରହିଛି। ତେଣୁ ବ୍ଲକ ଅଞ୍ଚଳରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri