ଆମ ଜିଲା ଖବର

୫୦ଫୁଟ ତଳକୁ ଖସିଲା ଅଟୋ, ୧୪ ଆହତ

ରାମଗିରି,୧୧ା୭(ଡି.ଏନ.ଏ.): ଗଜପତି ଜିଲା ରାମଗିରି ଥାନା ବଡ଼ଗଁ। ନିକଟସ୍ଥ ମାଙ୍କଡ଼ଡ଼ଇଁ। ଘାଟି ବୁଲାଣିରେ ବୁଧବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଖ ପ୍ରଧାନ, ଶଙ୍କର ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ରାମଗିରିରେ ସାପ୍ତାହିକ…

ପଣ୍ଡା କଲୋନୀରେ ଆତଙ୍କରାଜ

ବ୍ରହ୍ମପୁର ଅଫିସ,୧୧ା୭-ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଏକ ଗୋଷ୍ଠୀର ବାଇକ୍‌ରେ ନିଅଁ।…

ଆଙ୍କୋରଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ, ସରପଞ୍ଚ ଅଟକ

ଦିଗପହଣ୍ଡି,୧୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ. ୱାର୍ଡ ନୀଳାଦ୍ରି ବିହାରରେ ରହୁଥିବା ବିଜେଡି ନେତା ତଥା ଆଙ୍କୋରଡା ସରପଞ୍ଚ ଉସନ୍ତ କୁମାର ସାହୁଙ୍କ ୨ ମହଲା ବିଶିଷ୍ଟ ବାସଭବନରେ ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ପକ୍ଷରୁ…

୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚୋରା ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୧।୭- ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ ବୁଧବାର ପୂର୍ବାହ୍ନରେ ଚଢାଉ କରି ୮୦କେଜି ଗଞ୍ଜେଇ ଜବତ କରିଛି। ଏ ନେଇ ଗଞ୍ଜେଇ…

‘ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ କରାଯାଉ’

ବାଲେଶ୍ୱର ଅଫିସ,୧୧।୭- ଓଡ଼ିଆ ଭାଷାରେ ଅଦାଲତ କାର୍ଯ୍ୟ ପରିଚାଳନା କରାଯାଉ ବୋଲି ବାଲେଶ୍ୱର ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ଦାବି କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଶାଖା ସଭାପତି ପଣ୍ଡିତ ସୁରେନ୍ଦ୍ର ନାଥ କରଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ…

ବଳକା ଧାନର ଅଭାବୀ ବିକ୍ରି

ବାଲିଆପାଳ,୧୧।୭(ସ୍ବ.ପ୍ର.)-ସେବା ସମବାୟ ସମିତି ଗତ ମାସ ୩୦ ତାରିଖରୁ ଡାଳୁଅ ଧାନ କିଣା ବନ୍ଦ କରିଦେବାରୁ ଚାଷୀମାନେ ବଳକା ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ଏହି ସୁଯୋଗରେ ଆନ୍ଧ୍ର , ପଶ୍ଚିମବଙ୍ଗର ବେପାରୀ ଓ ଦଲାଲ ଏଠାରେ ଡେରା…

ଆଡ଼ପ ମଣ୍ଡପରେ ଜମୁଛି ଭିଡ଼: ସାନ୍ଧ୍ୟ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୦।୭: ରତ୍ନବେଦି ଛାଡ଼ି ଜନ୍ମବେଦିରେ ଚାଲିଛି ଶ୍ରୀଜୀଉଙ୍କ ଲୀଳାଖେଳା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ଅଂଶ ହେଉଛି ଆଡ଼ପ ଦର୍ଶନ। ଠାକୁର ପ୍ରତିଦିନ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହାକୁ ଦେଖିବାକୁ ସ୍ଥାନୀୟ ବାଜିଚୌକ୍‌ସ୍ଥିତ ଗୁଣ୍ଡିଚା…

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ ଏକ ମହିଳା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ଏକ୍ସପାଏରି…

ଟଳୁନି ବୈତରଣୀ ସେତୁ ବିପଦ

ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ ଜୁନ୍‌ ମାସ ୧୨ ତାରିଖ ମରାମତି କାର୍ଯ୍ୟ କରାଯାଇଥିଲା। ହେଲେ ଏବେ ବାଲି ମାଫିଆଙ୍କ…

ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା

ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ ନାନା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ବାସୁଦେବପୁର ପୌରପାଳିକାର ୧୨ ନମ୍ବର ୱାର୍ଡ ଇଣ୍ଡିଆସାହି…

ମଣ୍ଡିରୁ ଧାନ ଉଠାଣ ଦାବି, ଗଜା ଧାନ ଧରି ଚାଷୀଙ୍କ ବିକ୍ଷୋଭ: ୮ ଘଣ୍ଟା ଚାଷୀଙ୍କ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ନିକଟସ୍ଥ ଝାରକୁଣ୍ଡାମାଲ ଛକଠାରେ ବୁଧବାର ମଣ୍ଡିରୁ ଧାନ ଉଠାଣ ଦାବିରେ ଚାରବାହାଲ ଓ ବେଲଗୁଡା ମଣ୍ଡିର ଚାଷୀମାନେ ୨୬ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାସହ ମଣ୍ଡିରେ ବର୍ଷା ଯୋଗୁ ଗଜା…

ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ। ଅହିରାଜର ମୃତ୍ୟୁ ପରେ ତାକୁ ଆଣି ଗାଁ ମଝିରେ ରଖାଯାଇଥିଲା। ସାପକୁ ଦେଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?